Advertisment

୧୦୦ କୋଟି କ୍ଲବ୍‌ରେ 'ବାଲା'

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବାଲା’କୁ ମିଳୁଛି ଜବରଦସ୍ତ ରେସ୍‌ପନ୍ସ। ଫିଲ୍ମଟି ନାନା ବିବାଦରେ ଫସିବା ସତ୍ତ୍ୱେ ବକ୍ସ ଅଫିସ୍‌ରେ ଭଲ ଆୟ କରୁଛି। ଫିଲ୍ମଟିକୁ ଥିଏଟର୍‌ରେ ୧୫ ଦିନ ହୋଇଗଲାଣି। ଆଉ ୧୫ ଦିନରେ ଏହା ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଯାଇଛି। https://www.instagram.com/p/B5K2Z0_AE7M/?utm_source=ig_web_copy_link ନଭେମ୍ବର ୮ରେ ରିଲିଜ୍‌ ହୋଇଥିବା ଆୟୁଷ୍ମାନଙ୍କ ଏହି ଫିଲ୍ମ ଭାରତରେ ୧୦୦ କୋଟି ଟଙ୍କା ଆୟ କରିଥିବା ବେଳେ ସାରା ବିଶ୍ୱରେ ୧୫୦ କୋଟି ଆୟ କରି ସାରିଲାଣି। ପ୍ରଥମ […]

author-image
Chinmayee Roy
୧୦୦ କୋଟି କ୍ଲବ୍‌ରେ 'ବାଲା'

balaa

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବାଲା’କୁ ମିଳୁଛି ଜବରଦସ୍ତ ରେସ୍‌ପନ୍ସ। ଫିଲ୍ମଟି ନାନା ବିବାଦରେ ଫସିବା ସତ୍ତ୍ୱେ ବକ୍ସ ଅଫିସ୍‌ରେ ଭଲ ଆୟ କରୁଛି। ଫିଲ୍ମଟିକୁ ଥିଏଟର୍‌ରେ ୧୫ ଦିନ ହୋଇଗଲାଣି। ଆଉ ୧୫ ଦିନରେ ଏହା ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଯାଇଛି।

Advertisment

https://www.instagram.com/p/B5K2Z0_AE7M/?utm_source=ig_web_copy_link

ନଭେମ୍ବର ୮ରେ ରିଲିଜ୍‌ ହୋଇଥିବା ଆୟୁଷ୍ମାନଙ୍କ ଏହି ଫିଲ୍ମ ଭାରତରେ ୧୦୦ କୋଟି ଟଙ୍କା ଆୟ କରିଥିବା ବେଳେ ସାରା ବିଶ୍ୱରେ ୧୫୦ କୋଟି ଆୟ କରି ସାରିଲାଣି। ପ୍ରଥମ ଦିନରେ ଫିଲ୍ମଟି ୧୦.୧୫ କୋଟି ଟଙ୍କା ଆୟ କରିଥିଲା।

‘ବାଲା’ ଆୟୁଷ୍ମାନଙ୍କର ୧୦୦କୋଟି କ୍ଲବ୍‌ରେ ସାମିଲ ହୋଇଥିବା ତୃତୀୟ ଫିଲ୍ମ। ଏହା ପୂର୍ବରୁ ତାଙ୍କ ଫିଲ୍ମ ‘ବଧାଇ ହୋ’ ଏବଂ ‘ଡ୍ରିମ୍‌ ଗର୍ଲ’ ୧୦୦ କୋଟି କ୍ଲବ୍‌ରେ ସାମିଲ୍‌ ହୋଇଥିଲା।publive-image

Advertisment

୨୫ କୋଟି ବଜେଟ୍‌ରେ ନିର୍ମାଣ ହୋଇଥିବା ଏହି ଫିଲ୍ମଟି ଏକ କମେଡି ଡ୍ରାମା। ଅମର କୌଶିକ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ଆୟୁଷ୍ମାନଙ୍କ ବ୍ୟତୀତ ଭୂମି ପେଡନାକର ଓ ୟାମି ଗୌତମ ମଧ୍ୟ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି।