Advertisment

ଫସିଲା ‘ବାଲା’!

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ବାଲା’ କପିରାଇଟ୍‌ ଉଲ୍ଲଂଘନ ମାମଲାରେ ପୁଣି ଥରେ ଫସି ଯାଇଛି। ପ୍ରଥମେ ଏହି ଫିଲ୍ମର କାହାଣୀକୁ ନେଇ ବିବାଦ ହୋଇଥିଲା। ଆଉ ଏବେ ଏହାର ଗୀତ ‘ଡୋଣ୍ଟ ବି ସାଏ’କୁ ନେଇ ମେକର୍ସ ଫସି ଯାଇଛନ୍ତି।  ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ Dr. Zeus (ବଲ୍‌ଜିତ୍ ସିଂହ ପଡନ୍‌) ଏହି ଫିଲ୍ମରେ ତାଙ୍କ ଅରିଜିନାଲ୍‌ ଗୀତକୁ ଚୋରି କରାଯାଇଥିବା ଅଭିଯୋଗ କରିଛନ୍ତି। ସେ ମୋଦକ ଫିଲ୍ମସ୍‌, ବାଦ୍‌ଶାହ୍‌, ସୋନି […]

ଅଦ୍ୟତନ ହୋଇଛି
ଫସିଲା ‘ବାଲା’!

ayushman-khurana

Advertisment

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ବାଲା’ କପିରାଇଟ୍‌ ଉଲ୍ଲଂଘନ ମାମଲାରେ ପୁଣି ଥରେ ଫସି ଯାଇଛି। ପ୍ରଥମେ ଏହି ଫିଲ୍ମର କାହାଣୀକୁ ନେଇ ବିବାଦ ହୋଇଥିଲା। ଆଉ ଏବେ ଏହାର ଗୀତ ‘ଡୋଣ୍ଟ ବି ସାଏ’କୁ ନେଇ ମେକର୍ସ ଫସି ଯାଇଛନ୍ତି।  ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ Dr. Zeus (ବଲ୍‌ଜିତ୍ ସିଂହ ପଡନ୍‌) ଏହି ଫିଲ୍ମରେ ତାଙ୍କ ଅରିଜିନାଲ୍‌ ଗୀତକୁ ଚୋରି କରାଯାଇଥିବା ଅଭିଯୋଗ କରିଛନ୍ତି।

Advertisment

ସେ ମୋଦକ ଫିଲ୍ମସ୍‌, ବାଦ୍‌ଶାହ୍‌, ସୋନି ମ୍ୟୁଜିକ୍‌ ଓ ଗୀତିକାର ସଚିନ୍‌ ଜିଗରଙ୍କୁ ଟାର୍ଗେଟ୍‌ କରି ଏକ ଟ୍ୱିଟ୍‌ କରିଛନ୍ତି। ସେ ଲେଖାଛନ୍ତି- ଏହି ଗୀତକୁ ଆପଣମାନେ କେବେ କମ୍ପୋଜ୍‌ କଲେ। ଆପଣ ମାନଙ୍କର ସାହାସ କେମିତି ହେଲା ମୋ ପୁରୁଣା ହିଟ୍‌ ଗୀତକୁ ଏମିତି ବ୍ୟବହାର କରିବାକୁ। ଆପଣମାନଙ୍କୁ ଅରିଜିନାଲ୍‌ ହେବାର ଆବଶ୍ୟକତା ରହିଛି। ଆପଣମାନଙ୍କ ସହ ମୋ ଓକିଲ କଥା ହେବେ।

https://twitter.com/drzeusworld/status/1185159776281518080

ସୂଚନା ଅନୁଯାୟୀ, ‘ବାଲା’ ଫିଲ୍ମର ଗୀତ ‘ଡୋଣ୍ଟ ବି ସାଏ’ନିକଟରେ ରିଲିଜ୍‌ ହୋଇଥିଲା। ଏହି ଗୀତଟି ହେଉଛି Dr. Zeusଙ୍କର ଏକ ପପୁଲାର୍‌ ହିଟ୍‌ ଟ୍ରାକ୍। ବିନା କୌଣସି କ୍ରେଡିଟ୍‌ରେ ‘ବାଲା’ ଫିଲ୍ମରେ ଏହି ଗୀତ କମ୍ପୋଜ୍ ହୋଇଥିବାରୁ ଡିଆର୍ ଜିୟୁସ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe