ଅଧା ରହିଗଲା ‘ବାଲିକା ବଧୂ’ ଫେମ୍ ଅବିକାଙ୍କ ସ୍ୱପ୍ନ!

ମୁମ୍ବାଇ: ଅଧାରେ ଅଟକିଗଲା ଅଭିନେତ୍ରୀ ଅବିକା ଗୌରଙ୍କ ସ୍ୱପ୍ନ । ପୂରଣ ହୋଇପାରିଲାନି ବଲିଉଡରେ ଡେବ୍ୟୁ କରିବା ଆଶା । ହାତରୁ ଚାଲିଗଲା ବିଗ ବଜେଟ ଫିଲ୍ମ । ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘ଅନ୍ତିମ’ରୁ ଆଉଟ ହେଲେ ଅବିକା । ସଲମାନ ଖାନ ଓ ଆୟୁଷ ଶର୍ମା ଅଭିନୀତ ଫିଲ୍ମ ‘ଅନ୍ତିମ ଦ ଫାଇନାଲ ଟ୍ରୁଥ’ର ଶୁଟିଂ ଆରମ୍ଭ ହୋଇସାରିଛି । ଏଥିରେ ସଲମାନଙ୍କ ଅପୋଜିଟରେ ଦିଶା ପଟାନି ନଜର ଆସିବେ । ତେବେ ଆୟୁଷଙ୍କ […]

avika-gour

avika-gour

Madhupriya Mistry
  • Published: Sunday, 13 December 2020
  • Updated: 13 December 2020, 02:53 PM IST

Sports

Latest News

ମୁମ୍ବାଇ: ଅଧାରେ ଅଟକିଗଲା ଅଭିନେତ୍ରୀ ଅବିକା ଗୌରଙ୍କ ସ୍ୱପ୍ନ । ପୂରଣ ହୋଇପାରିଲାନି ବଲିଉଡରେ ଡେବ୍ୟୁ କରିବା ଆଶା । ହାତରୁ ଚାଲିଗଲା ବିଗ ବଜେଟ ଫିଲ୍ମ । ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘ଅନ୍ତିମ’ରୁ ଆଉଟ ହେଲେ ଅବିକା ।

ସଲମାନ ଖାନ ଓ ଆୟୁଷ ଶର୍ମା ଅଭିନୀତ ଫିଲ୍ମ ‘ଅନ୍ତିମ ଦ ଫାଇନାଲ ଟ୍ରୁଥ’ର ଶୁଟିଂ ଆରମ୍ଭ ହୋଇସାରିଛି । ଏଥିରେ ସଲମାନଙ୍କ ଅପୋଜିଟରେ ଦିଶା ପଟାନି ନଜର ଆସିବେ । ତେବେ ଆୟୁଷଙ୍କ ଅପୋଜିଟରେ ସୁପରହିଟ ଧାରାବାହିକ ‘ବାଲିକା ବଧୂ’ରୁ ଢ଼େର ପ୍ରଶଂସା ସାଉଁଟିଥିବା ଅଭିନେତ୍ରୀ ଅବିକାଙ୍କୁ କାଷ୍ଟ କରାଯାଇଥିଲା । ଅବିକା ମଧ୍ୟ ଏହି ଫିଲ୍ମ ପାଇଁ ହଁ ଭରିଥିଲେ ଏବଂ ସଲମାନଙ୍କ ସହ ବଲିଉଡରେ ଡେବ୍ୟୁ କରିବା ନେଇ ସେ ବେଶ୍ ଉତ୍ସାହିତ ମଧ୍ୟ ଥିଲେ । କିନ୍ତୁ ଏବେ ଏହି ପ୍ରୋଜେକ୍ଟରୁ ଅବିକାଙ୍କୁ ଆଉଟ କରାଯାଇଛି । ଫିଲ୍ମ ମେକର୍ସମାନେ ନିଜ ନିଷ୍ପତ୍ତି ବଦଳାଇ ଦେଇଥିବା ଶୁଣିବାକୁ ମିଳୁଛି ।


ଏବେ ତାଙ୍କ ସ୍ଥାନରେ ଟେଲି ଅଭିନେତ୍ରୀ ମହିମା ମକୱାନାଙ୍କ ନାଁ ଫାଇନାଲ ହୋଇଛି । ସେ ଆୟୁଷ ଶର୍ମାଙ୍କ ଅପୋଜିଟରେ ନଜର ଆସିବେ । ଏନେଇ ଫିଲ୍ମର ନିର୍ଦ୍ଦେଶକ ମହେଶ ମଞ୍ଜରେକର ନିଜେ ସୂଚନା ଦେଇଛନ୍ତି । ମହିମା ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଇଛନ୍ତି । ସେ ଫିଲ୍ମ ପାଇଁ ଶୁଟିଂ ମଧ୍ୟ ଆରମ୍ଭ କରିସାରିଥିବା ଶୁଣିବାକୁ ମିଳୁଛି । କିଛି ମାସ ତଳେ ଟେଲିଭିଜନର ଦୁନିଆରୁ ମହିମା ୱେବସିରିଜରେ ପାଦ ରଖିଥିଲେ । ସ୍ୱରା ଭାସ୍କରଙ୍କ ୱେବସିରିଜ ‘ଫ୍ଲାସ’ରେ ନଜର ଆସିଥିଲେ ମହିମା ।

ସୂଚନା ମୁତାବକ ଫିଲ୍ମ ‘ଅନ୍ତିମ’ରେ ସଲମାନ ଖାନ ଜଣେ ଶିଖ ପୁଲିସ ଅଫିସର ଭୂମିକାରେ ନଜର ଆସିବେ । ସେହିପରି ଆୟୁଷଙ୍କୁ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଦେଖିବାକୁ ମିଳିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos