Advertisment

ବସ୍‌ କଣ୍ଡକ୍ଟରରୁ ପ୍ରସିଦ୍ଧ କମେଡିଆନ୍‌; ଜଣେ ଅଭିନେତା ବଦଳାଇ ଦେଇଥିଲେ ତାଙ୍କ ଭାଗ୍ୟ

ମୁମ୍ବାଇ: କୁହାଯାଏ, ଭାଗ୍ୟ କେତେବେଳେ କ’ଣ କରିବ, ତାହା କେହି ଜାଣପାରନ୍ତିନି। କେତେବେଳେ କ’ଣ ଛଡ଼ାଇ ନେବ ତ କେତେବେଳେ କ’ଣ ଦେଇ ଦେବ, ତାହା ସମସ୍ତଙ୍କ ଆକଳନ ବାହାରେ। ଥରେ ଥରେ ଏହା ଜୀବନକୁ ଆଶାଠୁ ଅଧିକ ମଧୁର କରି ଦିଏ। ଏମିତି କିଛି ଘଟିଥିଲା ବଲିଉଡ୍‌ର ବିଗତ ଦିନର ପ୍ରସିଦ୍ଧ ହାସ୍ୟ ଅଭିନେତା ଜନି ୱାକରଙ୍କ ସହିତ। ବସ୍‌ କଣ୍ଡକ୍ଟରରୁ ସେ ପାଲଟି ଯାଇଥିଲେ ବଲିଉଡ୍‌ର ବଡ଼ ହାସ୍ୟ ଅଭିନେତା। ଜନିଙ୍କ ଅଭିନୟ ଓ କମେଡି […]

ବସ୍‌ କଣ୍ଡକ୍ଟରରୁ ପ୍ରସିଦ୍ଧ କମେଡିଆନ୍‌; ଜଣେ ଅଭିନେତା ବଦଳାଇ ଦେଇଥିଲେ ତାଙ୍କ ଭାଗ୍ୟ

Untitled

Advertisment

ମୁମ୍ବାଇ: କୁହାଯାଏ, ଭାଗ୍ୟ କେତେବେଳେ କ’ଣ କରିବ, ତାହା କେହି ଜାଣପାରନ୍ତିନି। କେତେବେଳେ କ’ଣ ଛଡ଼ାଇ ନେବ ତ କେତେବେଳେ କ’ଣ ଦେଇ ଦେବ, ତାହା ସମସ୍ତଙ୍କ ଆକଳନ ବାହାରେ। ଥରେ ଥରେ ଏହା ଜୀବନକୁ ଆଶାଠୁ ଅଧିକ ମଧୁର କରି ଦିଏ। ଏମିତି କିଛି ଘଟିଥିଲା ବଲିଉଡ୍‌ର ବିଗତ ଦିନର ପ୍ରସିଦ୍ଧ ହାସ୍ୟ ଅଭିନେତା ଜନି ୱାକରଙ୍କ ସହିତ। ବସ୍‌ କଣ୍ଡକ୍ଟରରୁ ସେ ପାଲଟି ଯାଇଥିଲେ ବଲିଉଡ୍‌ର ବଡ଼ ହାସ୍ୟ ଅଭିନେତା। ଜନିଙ୍କ ଅଭିନୟ ଓ କମେଡି ଯିଏ ଦେଖିଛି, ସେ ଉପଭୋଗ କରିଛି। ତାଙ୍କ କମେଡିକୁ ଶବ୍ଦରେ ବର୍ଣ୍ଣନା କରିବା ଏତେ ସହଜ ନୁହେଁ।

Advertisment

publive-image ଜନିଙ୍କର ପ୍ରକୃତ ନାଁ ହେଉଛି ବଦରୁଦ୍ଦିନ୍‌ ଜମାଲୁଦ୍ଦିନ୍‌ କାଜି। ସେ ବସ୍‌ରେ କଣ୍ଡକ୍ଟର ଥିବା ବେଳେ ଖୁବ୍ ମଜା କରୁଥିଲେ। କମେଡି କରି ଲୋକଙ୍କ ମନୋରଞ୍ଜନ କରୁଥିଲେ। ତାଙ୍କ କମେଡି ସମସ୍ତଙ୍କୁ ପସନ୍ଦ ଆସୁଥିଲା। ଥରେ ସେହି ବସ୍‌ରେ ବଲିଉଡ୍‌ର ଅନ୍ୟତମ ଜଣାଶୁଣା କଳାକାର ବଲ୍‌ରାଜ୍ ସାହାଣୀ ଯାତ୍ରା କରୁଥିଲେ। ସେଦିନ ବି ଜନି ତାଙ୍କ ଚିରାଚରିତ ଷ୍ଟାଇଲ୍‌ରେ ଲୋକଙ୍କଠାରୁ ପଇସା ଆଦାୟ କରିବା ସହିତ କମେଡି କରି ସେମାନଙ୍କ ମନୋରଞ୍ଜନ କରୁଥିଲେ। ଏ କଥା ବଲ୍‌ରାଜ୍ ସାହାଣୀଙ୍କ ନଜରକୁ ଆସିଥିଲା। ସେ ଦେଖିଲେ ଜନିଙ୍କ କମେଡିକୁ ଯାତ୍ରୀମାନେ ଖୁବ୍ ପସନ୍ଦ କରୁଛନ୍ତି। ତା’ପରେ ସେ ଜନିଙ୍କୁ ନିର୍ଦ୍ଦେଶକ ଗୁରୁ ଦତ୍ତଙ୍କ ସହ ଭେଟ କରାଇଥିଲେ। ସେତେବେଳେ ଗୁରୁ ଦତ୍ତ ଫିଲ୍ମ ‘ବାଜି’ ନିର୍ମାଣ କରୁଥିଲେ। ଜନିଙ୍କ କମେଡି ଦେଖି ସେ ଖୁସି ହୋଇଯାଇଥିଲେ ଓ  ‘ବାଜି’ରେ କାମ କରିବାକୁ ସୁଯୋଗ ଦେଇଥିଲେ।

publive-imageତା’ପରେ ଜନିଙ୍କୁ ଗୋଟେ ପରେ ଗୋଟେ ଫିଲ୍ମ ମିଳି ଚାଲିଲା। ଫିଲ୍ମ ‘ମଧୁମତି’ ପାଇଁ  ତାଙ୍କୁ ଶ୍ରେଷ୍ଠ ସହ ଅଭିନେତା ଭାବେ ଫିଲ୍ମଫେୟାର ଆୱାର୍ଡ ମିଳିଥିଲା। ସେ ‘ଆର୍‌ ପାର୍‌’, ‘ଟ୍ୟାକ୍ସି ଡ୍ରାଇଭର’ , ‘ଦେବଦାସ’, ‘ମିଲାପ’, ‘ସିଆଇଡି’ , ‘ନୟା ଦୌର’, ‘କାଗଜ କେ ଫୁଲ’, ‘ଦୋ ଦୋସ୍ତ’ ଏବଂ ‘ଆନନ୍ଦ’ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି।

Advertisment

୧୯୯୭ରେ ରିଲିଜ୍‌ ହୋଇଥିବା କମଲ ହସନଙ୍କ ଫିଲ୍ମ ‘ଚାଚି ୪୨୦’ରେ ସେ ଜବରଦସ୍ତ କମେଡି କରିଥିଲେ। ୨୦୦୩ ଜୁଲାଇ ୨୯ ତାରିଖରେ ତାଙ୍କର ପରଲୋକ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe