Advertisment

ସନ୍ଦେହଜନକ ଅବସ୍ଥାରେ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିବ।

ଅଦ୍ୟତନ ହୋଇଛି
Humaira Humi

Humaira Humi

Advertisment

ପୁଣି ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର। ସନ୍ଦେହଜନକ ଅବସ୍ଥାରେ ମିଳିଛି ଅଭିନେତ୍ରୀଙ୍କ ମୃତ୍ୟୁଦେହ। ବାଂଲାଦେଶୀ ଅଭିନେତ୍ରୀ ହୁମାଇରା ହିମୁଙ୍କର ମାତ୍ର ୩୭ବର୍ଷ ବୟସରେ ଦେହାନ୍ତ ହୋଇଛି।

Advertisment

ରିପୋର୍ଟ ଅନୁସାରେ, ଗୁରୁବାର ଦିନ ହୁମାଇରାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ପ୍ରଥମେ ଢାକା ସ୍ଥିତ ଉତ୍ତର ଆଧୁନିକ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ।

ଯଦିଓ ଅଭିନେତ୍ରୀଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ, କିନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷ ଅଭିନେତ୍ରୀଙ୍କ ବେକରେ ଏକ ଚିହ୍ନ ଦେଖିଥିଲେ, ଏହା ପରେ ସେମାନେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ସେହି ସମୟରେ ଡାକ୍ତରଖାନାରେ ଉପସ୍ଥିତ ଥିବା ହୁମୁରାଙ୍କ ବନ୍ଧୁ ପୁଲିସ ଆସୁଥିବା ସୂଚନା ପାଇ ଖସି ପଳାଇଥିଲେ। ବର୍ତ୍ତମାନ ପୁଲିସ ତାଙ୍କୁ ଖୋଜୁଛି। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିବ।

Advertisment

‘ଇ-ଟାଇମ୍‌’ ରିପୋର୍ଟ ଅନୁସାରେ, ଏହି ଲୋକପ୍ରିୟ ବାଂଗଲାଦେଶୀ ଟେଲି ଅଭିନେତ୍ରୀ ହୁମାଇରାଙ୍କର ଜଣେ ବ୍ୟକ୍ତିଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଗୁରୁବାର ଦିନ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେହି କାରଣରୁ ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଏନେଇ ପୁଲିସ ଛାନଭିନ୍ ଜାରି ରଖିଛି।

୨୦୧୧ରେ ‘ଆମାର ବୋନ୍ଧୁ ରାଶେଦ୍‌’ ଫିଲ୍ମରେ ଅଭିନୟ କରି ହୁମାଇରା ଫିଲ୍ମଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ। ତା’ପରଠାରୁ ସେ ବହୁ ବର୍ଷ ଧରି ଟେଲିଭିଜନ କ୍ଷେତ୍ରରେ ସକ୍ରିୟ ଥିଲେ। ଚଳଚ୍ଚିତ୍ର ବ୍ୟତୀତ ସେ ‘ବାରି ବାରି ସାରି ସାରି’, ‘ହାଉସ୍‌ଫୁଲ୍‌’, ‘ଗୁଲ୍‌ସନ୍‌ ଆଭେନ୍ୟୁ’ ଭଳି ଅନେକ ଟେଲିଭିଜନ୍‌ ସିରିଏଲ୍‌ରେ କାମ କରିଛନ୍ତି।

Humaira Himu Bangladeshi Actor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe