/odisha-reporter/media/post_attachments/uploads/2016/09/chini.jpg)
chini
ବରଗଡ଼: ଗତକାଲି ସାରା ରାଜ୍ୟରେ ଓଡ଼ିଆ ଭାଷାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଚିନି’ ଆଜି ସମ୍ବଲପୁରୀ ଭାଷାରେ ରିଲିଜ୍ ହୋଇଛି। ବରଗଡ଼ର ରୁକ୍ମିଣୀ ଟକିଜ୍ରେ ଏହାର ପ୍ରିମିୟର ସୋ’ ପ୍ରଦର୍ଶୀତ ହୋଇଥିଲା। ଏହି ଅବସରରେ ‘ଚିନି’ର ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କ ସମେତ ଅଭିନେତ୍ରୀ ମହାଶ୍ୱେତା ରାୟ ଓ ଶିଶୁ କଳାକାର ଗଣ ଉପସ୍ଥିତ ଥିଲେ। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ପ୍ରିମିୟର ସୋ’ ଦେଖିଥିଲେ।
Advertisment
‘ଚିନି’ରେ ପଶ୍ଚିମ ଓଡ଼ିଶାର ସଙ୍ଗୀତ, ନୃତ୍ୟ ଓ ପରମ୍ପରାର ଝଲକ ରହିଛି। ତେଣୁ ଏହା ପଶ୍ଚିମ ଓଡ଼ିଶାର ଦର୍ଶକଙ୍କୁ ଛୁଇଁବ ବୋଲି ନିର୍ଦ୍ଦେଶକ ପ୍ରଦୀପ ଭୋଳ ଆଶା ରଖିଛନ୍ତି।
‘ଚିନି’ରେ ମହାଶ୍ୱେତାଙ୍କ ସହ ମିହିର ଦାସ, ଅଶ୍ରୁମୋଚନ, ଅମ୍ଳାନ, ରତନ ମେହେର ଓ ପୃଥ୍ୱୀରାଜ ନାୟକ ପ୍ରମୁଖ ଅଭିନୟ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
