Advertisment

‘ଗଦର-୨’ ସଫଳତା ପଛରେ ରହିଛି ଓଡ଼ିଆ ପୁଅର ହାତ

ଦାରିଙ୍ଗବାଡ଼ିର ପୁଅ ବରୁଣ ବିଶୋୟୀ। ପାଠ ପଢ଼ା ପରେ ସ୍ୱପ୍ନ ପୂରଣ କରିବା ପାଇଁ ଧାଇଁ ଯାଇଥିଲେ ମାୟାନଗରୀ ମୁମ୍ବାଇକୁ। ସେ ପ୍ରଥମେ ଆରାଧନା ଷ୍ଟୁଡିଓରେ କ୍ୟାଣ୍ଟିନ ବୟ ଭାବେ କାମ କରିଥିଲେ।

Barun

Barun

Advertisment

ବଲିଉଡର ଏବେ ଧମାକା କରିଥିବା ବ୍ଲକ୍‌ ବ୍ଲଷ୍ଟର ଫିଲ୍ମ ଗଦର-୨ ସାରା ଦେଶରେ ଚହଳ ପକାଇଛି। ବକ୍ସ ଅଫିସରେ ସବୁଠୁ କମ୍ ଦିନରେ ୩୦୦ କୋଟି ଟଙ୍କାର ବେପାର ହେଲାଣି। ଲଗାତର ୬ ଦିନ ଯାକ ପ୍ରତିଦିନ ୩୦ କୋଟିରୁ ଅଧିକ ଆୟ କରିଛି। ଆଶା କରାଯାଉଛି ଅଳ୍ପ ଦିନ ଭିତରେ ଏହା ୫ ଶହ କୋଟି କ୍ଲବ୍‌ରେ ସାମିଲ ହେବ। ଆପଣ ଜାଣନ୍ତି, ଏହି ଫିଲ୍ମର ସଫଳତା ପଛରେ ଜଣେ ଓଡ଼ିଆ ପୁଅର ହାତ ରହିଛି। ଆସନ୍ତୁ ଦେଖିବା ସେ କିଏ, ଫିଲ୍ମରେ କ’ଣ କରିଛନ୍ତି।

Advertisment

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ପୁଅ ବରୁଣ ବିଶୋୟୀ। ପାଠ ପଢ଼ା ପରେ ସ୍ୱପ୍ନ ପୂରଣ କରିବା ପାଇଁ ଧାଇଁ ଯାଇଥିଲେ ମାୟାନଗରୀ ମୁମ୍ବାଇକୁ। ସେ ପ୍ରଥମେ ଆରାଧନା ଷ୍ଟୁଡିଓରେ କ୍ୟାଣ୍ଟିନ ବୟ ଭାବେ କାମ କରିଥିଲେ। ଦୀର୍ଘ ଦିନ ଧରି ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ବହୁ ବାଧା ବିଘ୍ନ ପରେ ହୋଇପାରିଥିଲେ ‘ଫଲି ଆର୍ଟିଷ୍ଟ’। ଫିଲ୍ମ ସୁଟିଂ ପରେ ପୋଷ୍ଟ ପ୍ରଡକସନରେ ବିଭିନ୍ନ ସାଉଣ୍ଡ ସୃଷ୍ଟି କରାଯାଇଥାଏ। ଯାହାର ପଛରେ ଥିବା କଳାକାରଙ୍କୁ କୁହାଯାଏ ‘ଫଲି ଆର୍ଟିଷ୍ଟ’। କହିବାକୁ ଗଲେ ଫିଲ୍ମକୁ ଜୀବନ୍ୟାସ ଦେଇଥାନ୍ତି ‘ଫଲି ଆର୍ଟିଷ୍ଟ’। ବକ୍ସ ଅଫିସରେ ଧମାକା କରିଥିବା ବ୍ଲକ ବ୍ଲଷ୍ଟର ଫିଲ୍ମ ଗଦର-୨ ରେ ଫଲି ଆର୍ଟିଷ୍ଟ ଭାବେ କାମ କରି ବହୁତ ପ୍ରଶଂସା ସାଉଣ୍ଟିଛନ୍ତି ବରୁଣ ବିଶୋୟୀ।

ବରୁଣ ବଲିଉଡ୍‌ରେ ପ୍ରାୟ ୨୦ ବର୍ଷ ହେଲା ଫଲି ଆର୍ଟିଷ୍ଟ ଭାବେ କାମ କରୁଛନ୍ତି ବରୁଣ। ବାଜିରାଓ ମସ୍ତାନି, ପିକେ, ଥ୍ରୀ ଇଡିୟଟ୍ସ, ଭାଗ ମିଲଖା ଭାଗ୍‌, ଉରି, ଡନ୍‌ ଟୁ, ରୁସ୍ତମ, ପଦ୍ମାବତ୍, ଟୟଲେଟ୍ ପରି ଫିଲ୍ମରେ ସେ କାମ କରିଛନ୍ତି।

Advertisment

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ ନାୟକ

Bollywood News Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe