Advertisment

ଆସୁଛି ଜିୟାଙ୍କ ଡେଥ୍ ଡକ୍ୟୁମେଣ୍ଟାରୀ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ଜିୟା ଖାନଙ୍କ ଆତ୍ମହତ୍ୟା ଖବର ପୁଣିଥରେ ଚର୍ଚ୍ଚାକୁ ଆସିଛି। ଆସୁଛି ଅଭିନେତ୍ରୀ ଜିୟାଙ୍କ ଡେଥ୍ କେସ୍ ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ। ଏହି ଡକ୍ୟୁମେଣ୍ଟାରୀର ନାଁ ରହିଛି ‘ଡେଥ୍ ଇନ୍ ବଲିଉଡ’। ବ୍ରିଟେନର ବିବିସିରେ ଏହାର ପ୍ରସାରଣ କରାଯିବ । ଏହି ଡକ୍ୟୁମେଣ୍ଟାରୀର ପ୍ରଥମ ପାର୍ଟ ଗତ ସୋମବାର ଓ ଦ୍ୱିତୀୟ ପାର୍ଟକୁ ମଙ୍ଗଳବାର ପ୍ରସାରିତ ହୋଇସାରିଛି। ୩ଟି ପାର୍ଟରେ ତିଆରି ହୋଇଥିବା ଏହି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆସୁଛି ଜିୟାଙ୍କ ଡେଥ୍ ଡକ୍ୟୁମେଣ୍ଟାରୀ

jiha-khan

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ଜିୟା ଖାନଙ୍କ ଆତ୍ମହତ୍ୟା ଖବର ପୁଣିଥରେ ଚର୍ଚ୍ଚାକୁ ଆସିଛି। ଆସୁଛି ଅଭିନେତ୍ରୀ ଜିୟାଙ୍କ ଡେଥ୍ କେସ୍ ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ। ଏହି ଡକ୍ୟୁମେଣ୍ଟାରୀର ନାଁ ରହିଛି ‘ଡେଥ୍ ଇନ୍ ବଲିଉଡ’। ବ୍ରିଟେନର ବିବିସିରେ ଏହାର ପ୍ରସାରଣ କରାଯିବ । ଏହି ଡକ୍ୟୁମେଣ୍ଟାରୀର ପ୍ରଥମ ପାର୍ଟ ଗତ ସୋମବାର ଓ ଦ୍ୱିତୀୟ ପାର୍ଟକୁ ମଙ୍ଗଳବାର ପ୍ରସାରିତ ହୋଇସାରିଛି। ୩ଟି ପାର୍ଟରେ ତିଆରି ହୋଇଥିବା ଏହି ଡକ୍ୟୁମେଣ୍ଟାରୀର ଶେଷ ପାର୍ଟକୁ ବୁଧବାର ପ୍ରସାରିତ କରାଯିବ।

Advertisment

ଡକ୍ୟୁମେଣ୍ଟାରୀରେ ଜିୟାଙ୍କ ଆତ୍ମହତ୍ୟାର ପୁରା କହାଣୀକୁ ବର୍ଣ୍ଣନା କରାଯାଇଛି। ଏଥିରେ ଜିୟାଙ୍କ ମା’ ରାବିୟା ଖାନଙ୍କ ସମେତ ଅଭିଯୁକ୍ତ କୁହାଯାଉଥିବା ଅଭିନେତା ସୁରଜ ପାଞ୍ଚୋଲିଙ୍କ ବାପା ଆଦିତ୍ୟ ପାଞ୍ଚୋଲିଙ୍କ ଭର୍ସନ ମଧ୍ୟ ସାମିଲ ଅଛି।

ସୂଚନା ଯୋଗ୍ୟ ଯେ, ‘ନିଶବ୍ଦ’, ‘ଗଜନୀ’ ଏବଂ ‘ହାଉସଫୁଲ’ ଭଳି ଫିଲ୍ମରେ କାମ କରିସାରିଥିବା ଜିୟା ଖାନ ୨୦୧୩ ଜୁନ ୩୦ ତାରିଖ ଦିନ ମୁମ୍ବାଇ ସ୍ଥିତ ନିଜ ଆପାର୍ଟମେଣ୍ଟରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ପୂର୍ବରୁ ଜିୟା ତାଙ୍କ ସୁସାଇଡ ନୋଟରେ କଥିତ ରୂପେ ସୁରଜ ପାଞ୍ଚୋଲିଙ୍କ ସହ ନିଜ ସମ୍ପର୍କ ଥିବା ନେଇ ସ୍ପଷ୍ଟ କରିଥିଲେ। ପରେ ଏହି ମାମଲରେ ଜିୟାଙ୍କ ମା’ ମଧ୍ୟ ସୁରଜଙ୍କ ନାଁରେ ଅଭିଯୋଗ ଆଣିଥିଲେ। ନିଜ ଝିଅର ଆତ୍ମହତ୍ୟା କରିବା ପଛରେ ସୁରଜ ଦାୟୀ ଥିବା ସେ କହିଥିଲେ। ଏହାପରେ ପୁଲିସ ସୁରଜଙ୍କୁ ଗିରଫ କରିଥିଲା।  କିନ୍ତୁ ପରେ ସେ ଜାମିନରେ ଜେଲରୁ ମୁକିଳି ଯାଇଥିଲେ।

Advertisment
Bollywood