/odisha-reporter/media/post_attachments/uploads/2020/10/akshay-1.jpg)
akshaya-kumar
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର ଅଭିନୀତ ଫିଲ୍ମ 'ବେଲ୍ ବଟମ୍'ର ଟିଜର ରିଲିଜ୍ ହୋଇଯାଇଛି। ଟିଜରରେ ଅକ୍ଷୟ କୁମାରଙ୍କ ଦମଦାର ଲୁକ୍ ଦେଖିବାକୁ ମିଳିଛି। କେତେବେଳେ ଉଡାଜାହଜରେ ତ କେତେବେଳେ ଟ୍ୟାଙ୍କର ଉପରେ ଅକ୍ଷୟଙ୍କୁ ଦେଖିବାକୁ ମିଳିଛି।
https://www.instagram.com/p/CF1hmpmHVuW/?utm_source=ig_web_copy_link
'ବେଲ୍ ବଟମ୍'ର ଟିଜରକୁ ଦର୍ଶକେ ଖୁବ୍ ପସନ୍ଦ କରୁଛନ୍ତି। ଟିଜର ରିଲିଜର ଏକ ଘଣ୍ଟା ମଧ୍ୟରେ ହିଁ 11 ଲକ୍ଷରୁ ଅଧିକ ଏହାକୁ ଭ୍ୟୁ ମିଳିସାରିଥିଲା। ଏହାସହ ଅକ୍ଷୟଙ୍କ ଫ୍ୟାନ୍ ଏଥିରେ ଖୁବ୍ କମେଣ୍ଟ ମଧ୍ୟ ଦେଉଛନ୍ତି।
https://www.instagram.com/p/CF1ZUd_nSOG/?utm_source=ig_web_copy_link
ଲୁକ୍ କଥା ଯଦି କହିବା, ଟିଜର ଦେଖିଲା ପରେ ଅକ୍ଷୟଙ୍କ ଲୁକ୍ ହିଁ ବେଶୀ ଆକର୍ଷଣ କରୁଛି। ଟିଜର୍ ଭିଡିଓଟିକୁ ଖୋଦ୍ ଅକ୍ଷୟ ଶେୟାର କରି ଲେଖିଛନ୍ତି ଯେ, '1980 ଦଶକର ଗୁପ୍ତଚର ଥ୍ରୀଲର୍ ବେଲ୍ ବଟମ୍।'
https://www.instagram.com/p/CFyS9uEnD9r/?utm_source=ig_web_copy_link
ଫିଲ୍ମ 'ବେଲବଟମ୍' ଏକ ଗୁପ୍ତଚର ଥ୍ରୀଲର୍। ଏହା 80 ଦଶକର କାହାଣୀ ଉପରେ ଆଧାରିତ ହୋଇଥିବାରୁ ଫିଲ୍ମରେ ସମସ୍ତେ ସେହି ସମୟର ଅବତାରରେ ନଜରକୁ ଆସିବେ। ଫିଲ୍ମରେ ଅକ୍ଷୟ ଜଣେ ର' ଏଜେଣ୍ଟ ଭୂମିକାରେ ଅଭିନୟ କରିଛନ୍ତି।
https://www.instagram.com/p/CF82fY0Hb4L/?utm_source=ig_web_copy_link
ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ବାଣୀ କପୁର, ଲାରା ଦତ୍ତା, ହୁମା କୁରୈସୀ ପ୍ରମୁଖ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ଫିଲ୍ମର ନିର୍ଦ୍ଦେଶନା ରଞ୍ଜିତ୍ ଏମ୍ ତିଓ୍ୱାରୀ ଦେଇଥିବା ବେଳେ ବାଶୁ ଭଗନାନୀ, ଜ୍ୟାକି ଭଗନାନୀ, ଦୀପଶିଖା ଦେଶମୁଖ, ମୋନିଷା ଆଡଭାନୀ ଏବଂ ନିଖିଲ ଆଡଭାନୀ ପ୍ରଯୋଜନା ଦେଇଛନ୍ତି। ଲକଡାଉନ୍ ପରେ ଏହା ହେଉଛି ପ୍ରଥମ ଫିଲ୍ମ, ଯାହାର ଶୁଟିଂ ସମ୍ପୂର୍ଣ୍ଣ ହୋଇଛି। ଆସନ୍ତା ବର୍ଷ ଏପ୍ରିସ 2ରେ ଫିଲ୍ମଟି ରିଲିଜ୍ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
