Advertisment

ଅଭିନେତ୍ରୀ କୋଏଲ୍ ଓ ପୂରା ପରିବାକୁ କୋରୋନା

କୋଲକାତା: ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଲାଣି। ଏଥିରେ ସାରା ବିଶ୍ୱର ବଡ଼ ବଡ଼ ସେଲେବ୍ରିଟିମାନେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ଭେଟେରାନ ବଙ୍ଗୀୟ ଅଭିନେତା ରଞ୍ଜିତ ମଲ୍ଲିକ ଏବଂ ତାଙ୍କ ଝିଅ ଅଭିନେତ୍ରୀ କୋ‌ଏଲ୍ ମଲ୍ଲିକ ପୂରା ପରିବାର ସମେତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କୋ‌ଏଲ୍ ନିଜେ ଟ୍ୱିଟ୍ କରି ଏ ସମ୍ପର୍କିତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ମାତାପିତା ଏବଂ ସ୍ୱାମୀ ନିଶପାଲ ସିଂ(ରାଣେ) ମଧ୍ୟ କରୋନା […]

ଅଭିନେତ୍ରୀ କୋଏଲ୍ ଓ ପୂରା ପରିବାକୁ କୋରୋନା

koel-mallik

Advertisment

କୋଲକାତା: ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଲାଣି। ଏଥିରେ ସାରା ବିଶ୍ୱର ବଡ଼ ବଡ଼ ସେଲେବ୍ରିଟିମାନେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ଭେଟେରାନ ବଙ୍ଗୀୟ ଅଭିନେତା ରଞ୍ଜିତ ମଲ୍ଲିକ ଏବଂ ତାଙ୍କ ଝିଅ ଅଭିନେତ୍ରୀ କୋ‌ଏଲ୍ ମଲ୍ଲିକ ପୂରା ପରିବାର ସମେତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କୋ‌ଏଲ୍ ନିଜେ ଟ୍ୱିଟ୍ କରି ଏ ସମ୍ପର୍କିତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ମାତାପିତା ଏବଂ ସ୍ୱାମୀ ନିଶପାଲ ସିଂ(ରାଣେ) ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।publive-image

Advertisment

https://twitter.com/YourKoel/status/1281582466860384256?s=20

ରଞ୍ଜିତ, କୋଏଲ୍ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କଠାରେ ଗତ ଦୁଇ ସପ୍ତାହ ଧରି କରୋନାର ଲକ୍ଷଣ ଦେଖାଯାଉଥିଲା। ଶୁଖିଲା କାଶ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା ଏହାପରେ ଆଉ ଡେରି ନକରି, ଅଭିନେତାଙ୍କ ପରିବାରର ସମସ୍ତେ କରୋନା ପରୀକ୍ଷା କରାଇଥିଲେ। ଶୁକ୍ରବାର ରିପୋର୍ଟ ପଜିଟିଭ୍ ଆସିବା ପରେ କୋଏଲ୍ ​​ଟ୍ୱିଟ୍ କରି ତାଙ୍କ ପ୍ରଶଂସକ ଏବଂ ପରିଚିତ ଲୋକଙ୍କୁ ଏହା ଜଣାଇଥିଲେ। ବର୍ତ୍ତମାନ ସେମାନେ ସେଲ୍ଫ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

https://twitter.com/YourKoel/status/1257581663602782209?s=20

ସୂଚନାଯୋଗ୍ୟ କୋଏଲ୍ ନିକଟରେ ଏକ ପୁତ୍ର ଶନ୍ତାନକୁ ଜନ୍ମ ଦେଇଥିଲେ। ନିଜ ପୁଅ ଓ ସ୍ୱାମୀ ସହ ଏକ ଫଟୋ ମଧ୍ୟ ଶେଆର୍ କରିଥିଲେ। କୋଏଲ୍ କେବଳ ବଙ୍ଗଳା ଫିଲ୍ମ ନୁହେଁ ଓଡ଼ିଆ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe