Advertisment

ଅନ୍ତର୍ଜାତୀୟ ସ୍ତରରେ ବଙ୍ଗାଳୀ ଫିଲ୍ମ

କୋଲକାତା: ପୁଣିଥରେ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ଫିଲ୍ମକୁ ସମ୍ମାନ। ବଙ୍ଗାଳୀ ଫିଲ୍ମ  ‘ବିନିସୁତୋୟ’ ମାଦ୍ରିଦ ଇଣ୍ଡି ଫିଲ୍ମ ଫେଷ୍ଟିଭାଲ୍‌(MADRIFF)ରେ ନୋମିନେଟ୍‌ ହୋଇଛି। ଫିଲ୍ମର ନିର୍ଦ୍ଦେଶକ ଅତନୁ ଘୋଷ ପୂର୍ବରୁ ଜାତୀୟ ଚଳଚିତ୍ର ପୁରସ୍କାର ଜିତିସାରିଛନ୍ତି। ଫିଲ୍ମ ନୋମିନେଟ୍ ହେବା ନେଇ ସେ କହିଛନ୍ତି, ‘ଏହା ‘ବିନିସୁତୟ’ ପାଇଁ ଏକ ସମ୍ମାନର କଥା ଡିସେମ୍ବର ୨୦୧୯ରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ଦର୍ଶକଙ୍କ କ୍ରିଟିକ୍ସଙ୍କର ଢେର୍‌ ପ୍ରଶଂସା ମିଳିଥିଲା। ମୋତେ ବହୁତ ଖୁସି ଲାଗୁଛି।’ #Binisutoy #WithoutStringsMADRIFF, SpainIn […]

ଅନ୍ତର୍ଜାତୀୟ ସ୍ତରରେ ବଙ୍ଗାଳୀ ଫିଲ୍ମ

film

Advertisment

କୋଲକାତା: ପୁଣିଥରେ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ଫିଲ୍ମକୁ ସମ୍ମାନ। ବଙ୍ଗାଳୀ ଫିଲ୍ମ  ‘ବିନିସୁତୋୟ’ ମାଦ୍ରିଦ ଇଣ୍ଡି ଫିଲ୍ମ ଫେଷ୍ଟିଭାଲ୍‌(MADRIFF)ରେ ନୋମିନେଟ୍‌ ହୋଇଛି। ଫିଲ୍ମର ନିର୍ଦ୍ଦେଶକ ଅତନୁ ଘୋଷ ପୂର୍ବରୁ ଜାତୀୟ ଚଳଚିତ୍ର ପୁରସ୍କାର ଜିତିସାରିଛନ୍ତି। ଫିଲ୍ମ ନୋମିନେଟ୍ ହେବା ନେଇ ସେ କହିଛନ୍ତି, ‘ଏହା ‘ବିନିସୁତୟ’ ପାଇଁ ଏକ ସମ୍ମାନର କଥା ଡିସେମ୍ବର ୨୦୧୯ରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ଦର୍ଶକଙ୍କ କ୍ରିଟିକ୍ସଙ୍କର ଢେର୍‌ ପ୍ରଶଂସା ମିଳିଥିଲା। ମୋତେ ବହୁତ ଖୁସି ଲାଗୁଛି।’

Advertisment

https://twitter.com/atanugsh/status/1226019164206194688?s=20

ସୂଚନାଯୋଗ୍ୟ, ମ୍ୟାଡ୍ରିଡ୍‌ ଇଣ୍ଡି ଫିଲ୍ମ ଫେଷ୍ଟିଭାଲ୍‌(MADRIFF)ର ଆୟୋଜନ ମାର୍ଚ୍ଚ ୨୦ରେ ସ୍ପେନ୍‌ରେ କରାଯିବ। ଏହା ପୂର୍ବରୁ ଏହି ଫିଲ୍ମ ଇଣ୍ଟର ନ୍ୟାଶନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ କେରଲାର ‘‌ଇଣ୍ଡିଆନ୍ ସିନେମା ନାଓ’ ସେକ୍ଶନ୍ ପା‌ଇଁ ଚୟନ ହୋଇଥିଲା।

‘ବିନିସୁତୋୟ’ରେ ରିତ୍ୱିକ୍‌ ଚକ୍ରବର୍ତ୍ତୀ ଓ ବାଂଲାଦେଶୀ ଅଭିନେତ୍ରୀ ଜୟୀ ଅହସାନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର କାହାଣୀ କଥା କହିଲେ ଏହା ଦୁଇଜଣଙ୍କ କାହାଣୀ ଯେଉଁମାନେ କି ଏକ ଗେମ୍‌ ଶୋ’ର ଅଡିଶନରେ ଭେଟ ହୁଅନ୍ତି ଓ ଭଲ ବନ୍ଧୁ ହୋଇଯାଆନ୍ତି। ସୂଚନା ଅନୁଯାୟୀ ଏହି ଫିଲ୍ମର ନିର୍ମାତା ଅତନୁଙ୍କ ଆଉ ଏକ ଫିଲ୍ମ ‘ମୟୂରାକ୍ଷୀ’କୁ ୨୦୧୭ରେ ବେଷ୍ଟ ବଙ୍ଗାଳୀ ଫିଚର ଫିଲ୍ମର ଆୱାର୍ଡ଼ ମିଳିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe