ପୁଣି ଫେରୁଛନ୍ତି ମାୟା

ମୁମ୍ୱାଇ : ମାୟା ରୂପରେ ପୁଣି ଫ୍ୟାନଙ୍କୁ ଖୁସି କରିବା ପାଇଁ ଆସୁଛନ୍ତି ଜେନିଫର୍‌ ୱିଙ୍ଗେଟ୍‌। ଆଜି ମାୟାଙ୍କ ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ‘ବେହଦ୍‌-୨’ ସିରିଏଲ୍‌ ଜରିଆରେ ମାୟା ପୁଣି ଫେରୁଛନ୍ତି ବୋଲି ଏକ ଭିଡିଓ ଟ୍ୱିଟ୍‌ କରି ସୋନି ଟିଭି ସୂଚନା ଦେଇଛିl ଏହି ଭିଡିଓ ମାଧ୍ୟମରେ ଜେନିଫର୍‌ ତାଙ୍କର ପ୍ରଶଂସକଙ୍କୁ କଥା ଦେଇଛନ୍ତି ଯେ ଏଥର ମାୟାକୁ ଆପଣ ଘୃଣାର ସବୁ ସୀମାକୁ ପାର୍‌ କରୁଥିବା ଦେଖିବାକୁ ପାଇବେ। ପ୍ରଥମ ‘ବେହଦ୍‌’ ସିରିଏଲ୍‌ରେ […]

maya

maya

Puspanjali Panda
  • Published: Tuesday, 01 October 2019
  • Updated: 02 October 2019, 07:33 AM IST

Sports

Latest News

ମୁମ୍ୱାଇ : ମାୟା ରୂପରେ ପୁଣି ଫ୍ୟାନଙ୍କୁ ଖୁସି କରିବା ପାଇଁ ଆସୁଛନ୍ତି ଜେନିଫର୍‌ ୱିଙ୍ଗେଟ୍‌। ଆଜି ମାୟାଙ୍କ ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ‘ବେହଦ୍‌-୨’ ସିରିଏଲ୍‌ ଜରିଆରେ ମାୟା ପୁଣି ଫେରୁଛନ୍ତି ବୋଲି ଏକ ଭିଡିଓ ଟ୍ୱିଟ୍‌ କରି ସୋନି ଟିଭି ସୂଚନା ଦେଇଛିl

ଏହି ଭିଡିଓ ମାଧ୍ୟମରେ ଜେନିଫର୍‌ ତାଙ୍କର ପ୍ରଶଂସକଙ୍କୁ କଥା ଦେଇଛନ୍ତି ଯେ ଏଥର ମାୟାକୁ ଆପଣ ଘୃଣାର ସବୁ ସୀମାକୁ ପାର୍‌ କରୁଥିବା ଦେଖିବାକୁ ପାଇବେ। ପ୍ରଥମ ‘ବେହଦ୍‌’ ସିରିଏଲ୍‌ରେ ଆପଣ ମାୟାକୁ ପ୍ରେମ କରୁଥିବା ଦେଖିଥିଲେ। ଏଥର ସେ ଘୃଣା କରୁଥିବା ଦର୍ଶକ ଦେଖିବାକୁ ପାଇବେ।

https://twitter.com/SonyTV/status/1178300897581027329

‘ବେହଦ୍‌’ ସିରିଏଲ୍‌ରେ ଜେନିଫର୍‌ ୱିଙ୍ଗେଟ୍‌ଙ୍କ ‘ମାୟା’ ଚରିତ୍ରକୁ ଦର୍ଶକଙ୍କ ପ୍ରେମ ଓ ଘୃଣା ଦୁଇଟିଯାକ ମିଳିଥିଲା। ଏଥିରେ ସେ ମାୟା ରୂପରେ ଜଣେ ସାଇକୋ ପ୍ରେମୀ ଚରିତ୍ରରେ ଅଭିନୟ କରିଥିଲେ।

https://www.instagram.com/p/B3E5hvpAZK8/?utm_source=ig_web_copy_link

‘ବେପନାହ୍‌’ ସିରିଏଲ୍‌ ପରେ ଜେନିଫର୍‌ ଅଭିନୟରୁ କିଛିଦିନ ପାଇଁ ବ୍ରେକ୍‌ ନେଇଥିଲେ। ୩୦ ନଭେମ୍ୱର ୨୦୧୮ ଦିନ ଏହି ସିରିଏଲ୍‌ ଅଫ୍‌ ଏୟାର୍‌ ହୋଇଥିଲା। ତେବେ ପୁଣି ଥରେ ମାୟା ରୂପରେ ଦର୍ଶକଙ୍କ ପାଖକୁ ଫେରୁଥିବାରୁ ଜେନିଫର୍‌ଙ୍କ ଫ୍ୟାନ୍ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos