Advertisment

ପୁଣି ଫେରୁଛନ୍ତି ମାୟା

ମୁମ୍ୱାଇ : ମାୟା ରୂପରେ ପୁଣି ଫ୍ୟାନଙ୍କୁ ଖୁସି କରିବା ପାଇଁ ଆସୁଛନ୍ତି ଜେନିଫର୍‌ ୱିଙ୍ଗେଟ୍‌। ଆଜି ମାୟାଙ୍କ ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ‘ବେହଦ୍‌-୨’ ସିରିଏଲ୍‌ ଜରିଆରେ ମାୟା ପୁଣି ଫେରୁଛନ୍ତି ବୋଲି ଏକ ଭିଡିଓ ଟ୍ୱିଟ୍‌ କରି ସୋନି ଟିଭି ସୂଚନା ଦେଇଛିl ଏହି ଭିଡିଓ ମାଧ୍ୟମରେ ଜେନିଫର୍‌ ତାଙ୍କର ପ୍ରଶଂସକଙ୍କୁ କଥା ଦେଇଛନ୍ତି ଯେ ଏଥର ମାୟାକୁ ଆପଣ ଘୃଣାର ସବୁ ସୀମାକୁ ପାର୍‌ କରୁଥିବା ଦେଖିବାକୁ ପାଇବେ। ପ୍ରଥମ ‘ବେହଦ୍‌’ ସିରିଏଲ୍‌ରେ […]

ଅଦ୍ୟତନ ହୋଇଛି
ପୁଣି ଫେରୁଛନ୍ତି ମାୟା

maya

Advertisment

ମୁମ୍ୱାଇ : ମାୟା ରୂପରେ ପୁଣି ଫ୍ୟାନଙ୍କୁ ଖୁସି କରିବା ପାଇଁ ଆସୁଛନ୍ତି ଜେନିଫର୍‌ ୱିଙ୍ଗେଟ୍‌। ଆଜି ମାୟାଙ୍କ ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ‘ବେହଦ୍‌-୨’ ସିରିଏଲ୍‌ ଜରିଆରେ ମାୟା ପୁଣି ଫେରୁଛନ୍ତି ବୋଲି ଏକ ଭିଡିଓ ଟ୍ୱିଟ୍‌ କରି ସୋନି ଟିଭି ସୂଚନା ଦେଇଛିl

Advertisment

ଏହି ଭିଡିଓ ମାଧ୍ୟମରେ ଜେନିଫର୍‌ ତାଙ୍କର ପ୍ରଶଂସକଙ୍କୁ କଥା ଦେଇଛନ୍ତି ଯେ ଏଥର ମାୟାକୁ ଆପଣ ଘୃଣାର ସବୁ ସୀମାକୁ ପାର୍‌ କରୁଥିବା ଦେଖିବାକୁ ପାଇବେ। ପ୍ରଥମ ‘ବେହଦ୍‌’ ସିରିଏଲ୍‌ରେ ଆପଣ ମାୟାକୁ ପ୍ରେମ କରୁଥିବା ଦେଖିଥିଲେ। ଏଥର ସେ ଘୃଣା କରୁଥିବା ଦର୍ଶକ ଦେଖିବାକୁ ପାଇବେ।

https://twitter.com/SonyTV/status/1178300897581027329

‘ବେହଦ୍‌’ ସିରିଏଲ୍‌ରେ ଜେନିଫର୍‌ ୱିଙ୍ଗେଟ୍‌ଙ୍କ ‘ମାୟା’ ଚରିତ୍ରକୁ ଦର୍ଶକଙ୍କ ପ୍ରେମ ଓ ଘୃଣା ଦୁଇଟିଯାକ ମିଳିଥିଲା। ଏଥିରେ ସେ ମାୟା ରୂପରେ ଜଣେ ସାଇକୋ ପ୍ରେମୀ ଚରିତ୍ରରେ ଅଭିନୟ କରିଥିଲେ।

Advertisment

https://www.instagram.com/p/B3E5hvpAZK8/?utm_source=ig_web_copy_link

‘ବେପନାହ୍‌’ ସିରିଏଲ୍‌ ପରେ ଜେନିଫର୍‌ ଅଭିନୟରୁ କିଛିଦିନ ପାଇଁ ବ୍ରେକ୍‌ ନେଇଥିଲେ। ୩୦ ନଭେମ୍ୱର ୨୦୧୮ ଦିନ ଏହି ସିରିଏଲ୍‌ ଅଫ୍‌ ଏୟାର୍‌ ହୋଇଥିଲା। ତେବେ ପୁଣି ଥରେ ମାୟା ରୂପରେ ଦର୍ଶକଙ୍କ ପାଖକୁ ଫେରୁଥିବାରୁ ଜେନିଫର୍‌ଙ୍କ ଫ୍ୟାନ୍ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe