Advertisment

‘ଭୈୟାଜୀ ସୁପରହିଟ୍‌’ର ଟ୍ରେଲର ରିଲିଜ୍‌ :୧୭ ବର୍ଷ ପରେ ସନ୍ନିଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ

ମୁମ୍ବାଇ: ସନ୍ନି ଦେଓଲଙ୍କ ଫିଲ୍ମ ‘ଭୈୟାଜୀ ସୁପରହିଟ୍‌’ର ଟ୍ରେଲର ରିଲିଜ୍‌ ହେଇଛି। ଏଥିରେ ସନ୍ନି ଦେଓଲଙ୍କ କମେଡି ସହ ଆକ୍ସନର ତଡ଼କା ଦେଖିବାକୁ ମିଳିବ। ଫିଲ୍ମରେ ସନ୍ନିଙ୍କ  ବିପକ୍ଷରେ ରହିଛନ୍ତି ଦୁଇ ହିରୋଇନ୍‌, ପ୍ରୀତି ଜିଣ୍ଟା ଏବଂ ଅମିଷା ପଟେଲ୍‌। ପ୍ରୀତି ଓ ଅମିଷା ଦୀର୍ଘଦିନ ପରେ ବଡ଼ ପରଦାରେ ନଜର ଆସିବେ। ଏହା ସହ ସନ୍ନି ଦୀର୍ଘ ୧୭ ବର୍ଷ ପରେ ଅମୀଷାଙ୍କ ସହ ପରଦାରେ ରୋମାନ୍ସ କରିବେ। ଫିଲ୍ମରେ କମେଡିର ଡବଲ୍‌ ଡୋଜ୍‌ ଦେବା […]

ଅଦ୍ୟତନ ହୋଇଛି
‘ଭୈୟାଜୀ ସୁପରହିଟ୍‌’ର ଟ୍ରେଲର ରିଲିଜ୍‌ :୧୭ ବର୍ଷ ପରେ ସନ୍ନିଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ

sunny_1024_1540488471_618x347

Advertisment

ମୁମ୍ବାଇ: ସନ୍ନି ଦେଓଲଙ୍କ ଫିଲ୍ମ ‘ଭୈୟାଜୀ ସୁପରହିଟ୍‌’ର ଟ୍ରେଲର ରିଲିଜ୍‌ ହେଇଛି। ଏଥିରେ ସନ୍ନି ଦେଓଲଙ୍କ କମେଡି ସହ ଆକ୍ସନର ତଡ଼କା ଦେଖିବାକୁ ମିଳିବ। ଫିଲ୍ମରେ ସନ୍ନିଙ୍କ  ବିପକ୍ଷରେ ରହିଛନ୍ତି ଦୁଇ ହିରୋଇନ୍‌, ପ୍ରୀତି ଜିଣ୍ଟା ଏବଂ ଅମିଷା ପଟେଲ୍‌। ପ୍ରୀତି ଓ ଅମିଷା ଦୀର୍ଘଦିନ ପରେ ବଡ଼ ପରଦାରେ ନଜର ଆସିବେ। ଏହା ସହ ସନ୍ନି ଦୀର୍ଘ ୧୭ ବର୍ଷ ପରେ ଅମୀଷାଙ୍କ ସହ ପରଦାରେ ରୋମାନ୍ସ କରିବେ। ଫିଲ୍ମରେ କମେଡିର ଡବଲ୍‌ ଡୋଜ୍‌ ଦେବା ପାଇଁ ଅରସଦ୍‌ ୱରସୀ ଓ ଶ୍ରେୟସ୍‌ ତଲପଡେ ବି ନଜର ଆସିବେ।

Advertisment

ଫିଲ୍ମର କାହାଣୀ:  ଏଥିରେ ସନ୍ନି ଦେଓଲ୍‌ ହେଉଛନ୍ତି ୟୁପିର ଜଣେ ଡନ୍‌। ତାଙ୍କ ନାଁ ଭୈୟାଜୀ। ତାଙ୍କ ପତ୍ନୀ ହେଉଛନ୍ତି ପ୍ରୀତି ଜିଣ୍ଟା। ଫିଲ୍ମରେ ସନ୍ନିଙ୍କୁ ଗୋଟିଏ ଫିଲ୍ମ ପାଇଁ କାଷ୍ଟ୍‌ କରାଯାଉଛି ଯେଉଁଟି ସେ ଅଭିନେତ୍ରୀ ଅମିଷା ପଟେଲ୍‌ଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ।  ସେଥିପାଇଁ ସନ୍ନି ଓ ପ୍ରୀତିଙ୍କ ମଧ୍ୟରେ ଦୂରତା ଆସିଯାଉଛି। ଆଉ ତା’ପରେ ଏଣ୍ଟ୍ରି ହୁଏ ଭିଲିଆନ୍‌ର। ଯାହାର ନାଁ ହେଲିକ୍ୟାପ୍ଟର ଭୟା।  କାହାଣୀରେ ଏକ ବଡ଼ ଟ୍ୱିଷ୍ଟ୍‌ ବି ଅଛି। ସନ୍ନି ଫିଲ୍ମରେ ଡବଲ ରୋଲ୍‌ରେ ନଜର ଆସିବେ।

ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ନୀରଜ ପାଠକ। ଫିଲ୍ମଟି ନଭେମ୍ବର ୨୩ ତାରିଖରେ ରିଲିଜ୍‌ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe