Advertisment

ସଲ୍‌ମାନ୍‌ଙ୍କ ଅନ୍‌ସ୍କ୍ରିନ୍‌ ଭଉଣୀଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ: ଟିଭି ଅଭିନେତ୍ରୀ କଶ୍ମୀରା ଇରାନୀଙ୍କ ନାମ ଏବେ ପୁରା ଚର୍ଚ୍ଚାରେ ରହିଛି। ଆଉ ଏହାର କାରଣ ହେଉଛି ସଲ୍‌ମାନ୍‌ଙ୍କ ଫିଲ୍ମ ‘ଭାରତ’ରେ ଅଭିନୟ କରିଥିବା ରୋଲ୍‌ ଉପରେ। କଶ୍ମୀରା ଫିଲ୍ମ ‘ଭାରତ’ରେ ସଲ୍‌ମାନ୍‌ଙ୍କ ଭଉଣୀ ଭୂମିକାରେ ଅଭିନୟ କରୁଛନ୍ତି। ଏହା ପୂର୍ବରୁ ସେ ସ୍‌ଲ୍‌ମାନ୍‌ଙ୍କ ଫିଲ୍ମ ‘ଟାଇଗର୍‌ ଜିନ୍ଦା ହୈ’ରେ ମଧ୍ୟ ଅଭିନୟ କରୁଥିଲେ। ତାଙ୍କୁ ଟିଭି ଅଭିନେତ୍ରୀରୁ ଫିଲ୍ମରେ କିପରି ରୋଲ୍‌ ମିଳିଲା ଜାଣନ୍ତୁ। https://www.instagram.com/p/BnOPszmhqZF/?utm_source=ig_web_copy_link ସେ ଟେଲିଭିଜନ୍‌ ଜଗତରୁ ତାଙ୍କର ଅଭିନୟ କ୍ୟାରିୟର୍‌ […]

ସଲ୍‌ମାନ୍‌ଙ୍କ ଅନ୍‌ସ୍କ୍ରିନ୍‌ ଭଉଣୀଙ୍କୁ ନେଇ ଚର୍ଚ୍ଚା

salman11

Advertisment

ମୁମ୍ବାଇ: ଟିଭି ଅଭିନେତ୍ରୀ କଶ୍ମୀରା ଇରାନୀଙ୍କ ନାମ ଏବେ ପୁରା ଚର୍ଚ୍ଚାରେ ରହିଛି। ଆଉ ଏହାର କାରଣ ହେଉଛି ସଲ୍‌ମାନ୍‌ଙ୍କ ଫିଲ୍ମ ‘ଭାରତ’ରେ ଅଭିନୟ କରିଥିବା ରୋଲ୍‌ ଉପରେ। କଶ୍ମୀରା ଫିଲ୍ମ ‘ଭାରତ’ରେ ସଲ୍‌ମାନ୍‌ଙ୍କ ଭଉଣୀ ଭୂମିକାରେ ଅଭିନୟ କରୁଛନ୍ତି। ଏହା ପୂର୍ବରୁ ସେ ସ୍‌ଲ୍‌ମାନ୍‌ଙ୍କ ଫିଲ୍ମ ‘ଟାଇଗର୍‌ ଜିନ୍ଦା ହୈ’ରେ ମଧ୍ୟ ଅଭିନୟ କରୁଥିଲେ। ତାଙ୍କୁ ଟିଭି ଅଭିନେତ୍ରୀରୁ ଫିଲ୍ମରେ କିପରି ରୋଲ୍‌ ମିଳିଲା ଜାଣନ୍ତୁ।

Advertisment

https://www.instagram.com/p/BnOPszmhqZF/?utm_source=ig_web_copy_link

ସେ ଟେଲିଭିଜନ୍‌ ଜଗତରୁ ତାଙ୍କର ଅଭିନୟ କ୍ୟାରିୟର୍‌ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ସିରିଏଲ୍‌ ‘ଅମ୍ବର-ଘରା’ ଥିଲା। ଏହା ପରେ ସେ ଅନେକ ଟିଭି ସିରିଏଲ୍‌ରେ ଅଭିନୟ କରୁଥିବାର ଦେଖାଯାଇଥିଲା।

ସେ ଟିଭିରେ କାମ କରିବା ପରେ ଥିଏଟର୍‌ରେ କାମ କଲେ। ଏହା ପରେ କଶ୍ମୀରା ଫିଲ୍ମରେ ପାଦ ରଖିଥିଲେ। ସେ ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ, ‘ସଲ୍‌ମାନ୍‌ଙ୍କୁ ଭାଇ ବୋଲି ଡାକିବାରୁ ମୁଁ ବହୁତ ଖୁସୀ। ଏମିତି ସୁଯୋଗ ବହୁତ କମ୍‌ ଲୋକଙ୍କୁ ମିଳଥାଏ। ମୋତେ ଏହି ସୁଯୋଗ ମିଳିଲା, ଏଥିପାଇଁ ମୁଁ ବହୁତ ଖୁସି ଅଛି’।

Advertisment

https://www.instagram.com/p/Bmiu8SKhFLH/?utm_source=ig_web_copy_link

ଆହୁରି ମଧ୍ୟ ସେ କହିଥିଲେ ଯେ, ‘ଟାଇଗର୍‌ ଜିନ୍ଦା ହୈ’ରେ ସଲ୍‌ମାନ୍‌ ଏବଂ କ୍ୟାଟ୍ରିନାଙ୍କ ସହ ମୋର ବହୁତ କମ୍‌ ସିନ୍‌ ଥିଲା। ଏହି ଫିଲ୍ମରେ ମୋର ଛୋଟ ଭୂମିକା ସତ କିନ୍ତୁ ଜବର୍‌ଦସ୍ତ ହୋଇଛି’।

‘ଭାରତ’ରେ ଅଭିନୟ କରିବାକୁ ମୋତେ ଫୋନ୍‌ ଆସିଥିଲା। ମୋର ସ୍କ୍ରିନ୍‌ ଟେଷ୍ଟ କରାଗଲା ପରେ ସବୁ ଫାଇନାଲ୍‌ ହୋଇଥିଲା। ‘ଟାଇଗର୍‌ ଜିନ୍ଦା ହୈ’ରେ ସଲ୍‌ମାନ୍‌ଙ୍କ ସହ କାମ କରିବା ପରେ ଆଉ ଥରେ ତାଙ୍କ ସହ କାମ କରିବାର ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି।

https://www.instagram.com/p/ByVJgNqgMP3/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe