Advertisment

ଭାରତୀୟଙ୍କୁ ନକ୍ସଲ କହି ବ୍ରିଟିସ୍‌ ସିରିଏଲରୁ ବିଦା ହେଲେ ଅନୱର

ଲଣ୍ଡନ: କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତୀୟଙ୍କୁ ନକ୍ସଲ କହିବା ପାକିସ୍ତାନୀ ଅଭିନେତା ମାର୍କ ଅନୱରଙ୍କୁ ମହଙ୍ଗା ପଡିଛି। ସେ ଟ୍ୱିଟ୍‌ କରି ଭାରତୀୟଙ୍କ ଉଦ୍ଦେଶ୍ୟରେ ଅପମାନଜନକ ଏଭଳି ଶଦ୍ଦ ବ୍ୟବହାର କରିବା ପରେ ତାଙ୍କୁ ବ୍ରିଟିସ୍‌ ସିରିଏଲ ‘କୋରୋନେସନ୍‌’ରୁ ବାହାର କରି ଦିଆଯାଇଛି। ଅନୱର ୨୦୧୪ ଫେବୃୟାରୀରୁ ଏହି ସିରିଏଲରେ ସାମିଲ ହୋଇଥିଲେ। ଆଇଟିବି ଚ୍ୟାନେଲ କର୍ତ୍ତୃପକ୍ଷ କହିଛନ୍ତି,“ସଣ୍ଡେ ମିରର ପେପରରୁ ଅନୱରଙ୍କ ଏପରି ଟ୍ୱିଟ୍‌ ସମ୍ପର୍କରେ ଜଣାପଡିବା ପରେ ତାଙ୍କୁ ତୁରନ୍ତ ସିରିଏଲ୍‌ରୁ ବାହାର କରିଦିଆଯାଇଛି। […]

author-image
Rakesh Mallick
ଅଦ୍ୟତନ ହୋଇଛି
ଭାରତୀୟଙ୍କୁ ନକ୍ସଲ କହି ବ୍ରିଟିସ୍‌ ସିରିଏଲରୁ ବିଦା ହେଲେ ଅନୱର

mark-anwar

ଲଣ୍ଡନ: କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତୀୟଙ୍କୁ ନକ୍ସଲ କହିବା ପାକିସ୍ତାନୀ ଅଭିନେତା ମାର୍କ ଅନୱରଙ୍କୁ ମହଙ୍ଗା ପଡିଛି। ସେ ଟ୍ୱିଟ୍‌ କରି ଭାରତୀୟଙ୍କ ଉଦ୍ଦେଶ୍ୟରେ ଅପମାନଜନକ ଏଭଳି ଶଦ୍ଦ ବ୍ୟବହାର କରିବା ପରେ ତାଙ୍କୁ ବ୍ରିଟିସ୍‌ ସିରିଏଲ ‘କୋରୋନେସନ୍‌’ରୁ ବାହାର କରି ଦିଆଯାଇଛି। ଅନୱର ୨୦୧୪ ଫେବୃୟାରୀରୁ ଏହି ସିରିଏଲରେ ସାମିଲ ହୋଇଥିଲେ।

Advertisment

ଆଇଟିବି ଚ୍ୟାନେଲ କର୍ତ୍ତୃପକ୍ଷ କହିଛନ୍ତି,“ସଣ୍ଡେ ମିରର ପେପରରୁ ଅନୱରଙ୍କ ଏପରି ଟ୍ୱିଟ୍‌ ସମ୍ପର୍କରେ ଜଣାପଡିବା ପରେ ତାଙ୍କୁ ତୁରନ୍ତ ସିରିଏଲ୍‌ରୁ ବାହାର କରିଦିଆଯାଇଛି। ‘କୋରୋନେସନ’ରେ ଅନୱର ସରିଫ ନଜିର ନାମକ ଚରିତ୍ରରେ ଅଭିନୟ କରୁଥିଲେ।”

ଟ୍ୱିଟ୍‌ କରି ଅନୱର ପାକିସ୍ତାନୀ କଳାକାରଙ୍କୁ ଭାରତରେ କାମ ନ କରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ।

Advertisment