Advertisment

ହସେଇ ବେଦମ୍‌ କରୁଥିଲେ, ପଦେ କଥାରେ କନ୍ଦେଇ ଦେଲେ

ମୁମ୍ବଇ: ‘ଆମ ଅବସ୍ଥା ଏମିତି ଥିଲା ଯେ, ମୋ ମା’ ମତେ ପେଟରୁ ହିଁ ମାରିଦେବାକୁ ଚାହୁଁଥିଲା। ତାର ଡରଥିଲା ମୁଁ ଜନ୍ମ ହେଲେ କେମିତି ଚଳିବି ! ହେଲେ ଏବେ ସେଇ ମା’ ମୋ ପାଇଁ ବଡ଼ ଗର୍ବ ଅନୁଭବ କରେ। ପିଲାଟିବେଳୁ ଆଜିଯାଏଁ ତା ଭଲପାଇବା ମୋ ପାଇଁ କେବେ କମିନି’ ଏ କଥା ପଦକ ଶୁଣି ଆପଣଙ୍କ ଆଖିକୁ ଲୁହ ଆସି ଯାଉଥିବ। ହେଲେ କଥାଟା କିଏ କହିଛନ୍ତି ଜାଣିଲେ ଆପଣ ଆହୁରି […]

author-image
Rakesh Mallick
ଅଦ୍ୟତନ ହୋଇଛି
ହସେଇ ବେଦମ୍‌ କରୁଥିଲେ, ପଦେ କଥାରେ କନ୍ଦେଇ ଦେଲେ

bharati

ମୁମ୍ବଇ: ‘ଆମ ଅବସ୍ଥା ଏମିତି ଥିଲା ଯେ, ମୋ ମା’ ମତେ ପେଟରୁ ହିଁ ମାରିଦେବାକୁ ଚାହୁଁଥିଲା। ତାର ଡରଥିଲା ମୁଁ ଜନ୍ମ ହେଲେ କେମିତି ଚଳିବି ! ହେଲେ ଏବେ ସେଇ ମା’ ମୋ ପାଇଁ ବଡ଼ ଗର୍ବ ଅନୁଭବ କରେ। ପିଲାଟିବେଳୁ ଆଜିଯାଏଁ ତା ଭଲପାଇବା ମୋ ପାଇଁ କେବେ କମିନି’ ଏ କଥା ପଦକ ଶୁଣି ଆପଣଙ୍କ ଆଖିକୁ ଲୁହ ଆସି ଯାଉଥିବ। ହେଲେ କଥାଟା କିଏ କହିଛନ୍ତି ଜାଣିଲେ ଆପଣ ଆହୁରି ଚକିତ ହେବେ। ଟିଭି ପରଦାରେ ଲୋକଙ୍କୁ ହସେଇ ହସେଇ ବେଦମ୍‌ କରୁଥିବା କମେଡିଆନ୍‌ ଭାରତୀ ସିଂ ଏହି ମନ୍ତବ୍ୟ ଦେଇଛନ୍ତି। ଏକ ରିଆଲିଟି ସୋ’ ହୋଷ୍ଟ କରୁଥିବା ବେଳେ ତାଙ୍କୁ ତାଙ୍କ ଜୀବନର କିଛି ପୁରୁଣା ପୃଷ୍ଠା ସମ୍ପର୍କରେ ନିଜ ଫ୍ୟାନ୍‌ମାନଙ୍କୁ ଜଣାଇବାକୁ କୁହାଯାଇଥିଲା। ଏତିକି ବେଳେ ସେ ଭାବପ୍ରବଣ ହୋଇପଡିଥିଲେ। ଆଉ କହିଥିଲେ ଏହି କଥା । ଏତିକି ବେଳେ ତାଙ୍କ ଆଖିରୁ ଝରି ପଡୁଥିଲା ଲୁହ।

Advertisment

publive-image

ରାଜୀବ ଖଣ୍ଡେଲୱାଲଙ୍କ ଟକ୍‌ ସୋ ଜଜ୍‌ବାରେ ସୁଟିଂ ସେଟ୍‌ରେ ଘଟିଥିବା ଏହି ଘଟଣା ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ  ରହିଥିବା ବେଳେ ଏଭଳି ଏକ ଭବପ୍ରବଣ ମୂହୂର୍ତ୍ତରୁ ସାଧାରଣ ସ୍ଥିତିକୁ ଫେରିବାକୁ ଶେଷରେ ଏକ ମଜାଦାର ଇଭେଣ୍ଟର ଆୟୋଜନ କରାଯାଇଥିଲା। ଭାରତୀଙ୍କ ସହ ତାଙ୍କ ସ୍ୱାମୀ ହର୍ଷ ଲିମ୍ବିଚିୟା ଉପସ୍ଥିତ ଥିବା ବେଳେ ରାଜୀବ ଉଭୟଙ୍କ ପୁର୍ନ ବିବାହ ମଞ୍ଚ ଉପରେ କରାଇଥିଲେ। ବଦଳ ହୋଇଥିଲା ବରଣମାଳା ଆଉ ପୁଣି ନିଜ ନଟି ଅନ୍ଦାଜରେ ଦର୍ଶକଙ୍କୁ ହସାଇ ଥିଲେ ଭାରତୀ।

Bharti Singh