Advertisment

କିଏ ଦେଉଥିଲା ଭାରତୀ ଏବଂ ହର୍ଷଙ୍କୁ ଡ୍ରଗ୍ସ? ଖୁଲାସା କଲା ଏନସିବି

ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ୱାଚିଆଙ୍କୁ କିଏ ଯୋଗାଉଥିଲା ଡ୍ରଗ୍ସ ? କେଉଁଠୁ ଆଣିଲେ ଏହି ନିଶା ଦ୍ରବ୍ୟ ? ତାଙ୍କୁ ଡ୍ରଗ୍ସ ଦେଲା କିଏ?  ଏ ସମସ୍ତ ପ୍ରଶ୍ନ ଉପରେ ଏବେ ପୂର୍ଣ୍ଣଛେଦ ପକାଇଛି ଏନସିବି। ଭାରତୀ ଓ ହର୍ଷଙ୍କୁ ଡ୍ରଗ୍ସ ଯୋଗାଉଥିବା ବ୍ୟକ୍ତି ଏନସିବି ହାତରେ ଧରାପଡିଛି। ବୁଧବାର ବିଳମ୍ବିତ ରାତିରେ ଏନସିବି ସୁନିଲ ଗୱାଇ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ସୂଚନା ମୁତାବକ, ସୁନିଲ […]

author-image
Madhupriya Mistry
ଅଦ୍ୟତନ ହୋଇଛି
କିଏ ଦେଉଥିଲା ଭାରତୀ ଏବଂ ହର୍ଷଙ୍କୁ ଡ୍ରଗ୍ସ? ଖୁଲାସା କଲା ଏନସିବି

bharti-harsh

ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ୱାଚିଆଙ୍କୁ କିଏ ଯୋଗାଉଥିଲା ଡ୍ରଗ୍ସ ? କେଉଁଠୁ ଆଣିଲେ ଏହି ନିଶା ଦ୍ରବ୍ୟ ? ତାଙ୍କୁ ଡ୍ରଗ୍ସ ଦେଲା କିଏ?  ଏ ସମସ୍ତ ପ୍ରଶ୍ନ ଉପରେ ଏବେ ପୂର୍ଣ୍ଣଛେଦ ପକାଇଛି ଏନସିବି। ଭାରତୀ ଓ ହର୍ଷଙ୍କୁ ଡ୍ରଗ୍ସ ଯୋଗାଉଥିବା ବ୍ୟକ୍ତି ଏନସିବି ହାତରେ ଧରାପଡିଛି। ବୁଧବାର ବିଳମ୍ବିତ ରାତିରେ ଏନସିବି ସୁନିଲ ଗୱାଇ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି।

Advertisment

ସୂଚନା ମୁତାବକ, ସୁନିଲ ହିଁ ଏହି ସେଲିବ୍ରିଟି ଦମ୍ପତ୍ତିଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିଲା। ତା’ନିକଟରୁ ୧ କିଲୋ ୨୫୦ ଗ୍ରାମ ଡ୍ରାଗ୍ସ ମଧ୍ୟ ଜବତ ହୋଇଛି। ଫୁଡ୍ ଡେଲିଭରୀ ବଏ ସାଜି ସୁନିଲ ସମସ୍ତଙ୍କୁ ଡ୍ରଗ୍ସ ଯୋଗାଉଥିବା ଏନସିବି ସୂଚନା ଦେଇଛି। କେବଳ ଭାରତୀ ଏବଂ ହର୍ଷ ନୁହନ୍ତି ଏଭଳି ଅନେକ ସେଲିବ୍ରିଟିଙ୍କୁ ଡ୍ରଗ୍ସ ଯୋଗାଉଥିବା ନେଇ ଏନସିବି ଆଗରେ ମୁହଁ ଖୋଲିଛି ସୁନିଲ।publive-image

ସୂଚନାଯୋଗ୍ୟ ଯେ, ଗତ ଶନିବାର ଏନସିବି ଭାରତୀ ଓ ହର୍ଷଙ୍କ ଘର ଏବଂ ଅଫିସରେ ଏକକାଳୀନ ରେଡ କରିଥିଲା। ଏହି ସମୟରେ ତାଙ୍କ ଘରୁ ୮୬.୫ ଗ୍ରାମ ଗଂଜେଇ ଜବତ ହୋଇଥିଲା। ଏହାପରେ ପ୍ରଥମେ ଭାରତୀ ଏବଂ ପରେ ହର୍ଷଙ୍କୁ ଗିରଫ କରିଥିଲା ଏନସିବି। ଗିରଫ ପରେ ଦୁହେଁ ଗଂଜେଇ ସେବନ କରୁଥିବା ଏନସିବି ଆଗରେ ସ୍ୱୀକାର ମଧ୍ୟ କରିଥିଲେ।

Advertisment

ପରେ କୋର୍ଟରୁ ଦୁହିଁଙ୍କୁ ଜାମିନ ମିଳିଥିଲା। ତେବେ ଜାମିନ ମିଳିବା ପରେ ମଧ୍ୟ ଭାରତୀ ଏବଂ ହର୍ଷଙ୍କ ସିମସ୍ୟା କମନି । କମେଡି ୱିଥ କପିଲ ନାଇଟ ଶୋ’ରୁ ଭାରତୀ ଆଉଟ ହୋଇଛନ୍ତି। ସେହିପରି ହର୍ଷଙ୍କ ହାତରୁ ମଧ୍ୟ ଅନେକ ବଡ ପ୍ରୋଜେକ୍ଟ କାଢ଼ି ନିଆଯାଇଥିବା ସୂଚନା ମିଳିଛି।