Advertisment

ଭାରତୀଙ୍କୁ ମାରି ଦେବାକୁ ଚାହୁଁଥିଲେ ତାଙ୍କ ମା’

ମୁମ୍ୱାଇ: ଟେଲିଭିଜନ୍‌ ଦୁନିଆର କମେଡି କୁଇନ୍‌ ଭାରତୀ ସିଂହଙ୍କର ଆଜି ହେଉଛି ଜନ୍ମଦିନ। ୧୯୮୪ ମସିହା ଜୁଲାଇ ୩ ତାରିଖରେ ପଞ୍ଜାବର ଅମୃତସରରେ ସେ ଜନ୍ମ ହୋଇଥିଲା। ଭାରତୀ ଆଜି ଯେଉଁ ସ୍ତରରେ ଆସି ପହଞ୍ଚିଛନ୍ତି ବା ଯେଉଁ ସଫଳତା ପାଇଛନ୍ତି, ସେଥିପାଇଁ ସେ ଖୁବ୍ ସଂଘର୍ଷ କରିଛନ୍ତି। ଦୁଃଖ ଓ ଯନ୍ତ୍ରଣାରେ ବଡ଼ ହୋଇଥିବା ଭାରତୀ ଆଜି ସାରା ଦେଶର ଲୋକଙ୍କ ମୁହଁରେ ହସ ଫୁଟାଉଛନ୍ତି। ଭାରତୀଙ୍କ ଜନ୍ମ ଦିନରେ ଆସନ୍ତୁ ଜାଣିବା ତାଙ୍କ ଜୀବନ […]

ଅଦ୍ୟତନ ହୋଇଛି
ଭାରତୀଙ୍କୁ ମାରି ଦେବାକୁ ଚାହୁଁଥିଲେ ତାଙ୍କ ମା’

pic1

Advertisment

ମୁମ୍ୱାଇ: ଟେଲିଭିଜନ୍‌ ଦୁନିଆର କମେଡି କୁଇନ୍‌ ଭାରତୀ ସିଂହଙ୍କର ଆଜି ହେଉଛି ଜନ୍ମଦିନ। ୧୯୮୪ ମସିହା ଜୁଲାଇ ୩ ତାରିଖରେ ପଞ୍ଜାବର ଅମୃତସରରେ ସେ ଜନ୍ମ ହୋଇଥିଲା। ଭାରତୀ ଆଜି ଯେଉଁ ସ୍ତରରେ ଆସି ପହଞ୍ଚିଛନ୍ତି ବା ଯେଉଁ ସଫଳତା ପାଇଛନ୍ତି, ସେଥିପାଇଁ ସେ ଖୁବ୍ ସଂଘର୍ଷ କରିଛନ୍ତି। ଦୁଃଖ ଓ ଯନ୍ତ୍ରଣାରେ ବଡ଼ ହୋଇଥିବା ଭାରତୀ ଆଜି ସାରା ଦେଶର ଲୋକଙ୍କ ମୁହଁରେ ହସ ଫୁଟାଉଛନ୍ତି।

Advertisment

ଭାରତୀଙ୍କ ଜନ୍ମ ଦିନରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହିତ ଜଡ଼ିତ ଥିବା କିଛି ଜଣାଅଜଣା କଥା...

୧. ଭାରତୀ ହେଉଛନ୍ତି ତାଙ୍କ ବାପାମା’ଙ୍କର ସବୁଠୁ ସାନ ସନ୍ତାନ। ଭାରତୀ ଅନେକ ଶୋରେ କହିଛନ୍ତି, ଯେତେବେଳେ ସେ ତାଙ୍କ ମା’ଙ୍କ ପେଟରେ ଥିଲେ, ତାଙ୍କ ମା’ ତାଙ୍କୁ ମାରି ଦେବାକୁ ଚାହୁଁଥିଲେ। ଏଥିପାଇଁ ସେ ଅନେକ ଥର ଚେଷ୍ଟା ମଧ୍ୟ କରିଥିଲେ, କିନ୍ତୁ ଭଗବାନ ଅନ୍ୟ କିଛି ଚାହୁଁଥିଲେ। ତାଙ୍କର ଏଭଳି ଅନେକ ଚେଷ୍ଟା ପରେ ମଧ୍ୟ ଭାରତୀ ସୁସ୍ଥ ଭାବରେ ଜନ୍ମ ନେଇଥିଲେ।

Advertisment

publive-image

୨. ଭାରତୀଙ୍କୁ ଯେତେବେଳେ ୨ ବର୍ଷ ହୋଇଥିଲା, ତାଙ୍କ ବାପାଙ୍କର ପରଲୋକ ହୋଇଯାଇଥିଲା। ତାଙ୍କ ମା’ ଏକ କମ୍ପାନୀରେ କାମ କରି ତିନି ଛୁଆଙ୍କୁ ପାଳିଥିଲେ। ଏକ ଇଣ୍ଟରଭ୍ୟୁରେ ଭାରତୀ କହିଥିଲେ, ‘ମୋ ମା’ କମ୍ପାନୀରେ କାମ କରୁଥିଲେ ଏବଂ ବଳକା କାମ ଘରକୁ ଆସି କରୁଥିଲେ। ଘରେ ଦିନରାତି ମେସିନ୍‌ର ଶବ୍ଦ ଶୁଣି ମୋର ପିଲାଦିନ ବିତିଛି। ଯେବେ ବି ମୁଁ ରାସ୍ତାରେ ଏ ଶବ୍ଦ ଶୁଣେ, ଆଜି ବି ମୋତେ ଯନ୍ତ୍ରଣା ଦେଇଥାଏ। ’

୩. ପିଲାଦିନରୁ ଭାରତୀ ଏନ୍‌ସିସି କ୍ୟାମ୍ପ୍‌ ଯାଉଥିଲେ। ଏପରିକି ଟଙ୍କା ରୋଜଗାର କରିବା ପାଇଁ ଭାରତୀ ବିଭିନ୍ନ ସ୍ଥାନରେ ଅଡିସନ୍‌ ମଧ୍ୟ ଦେଉଥିଲେ। ଭାରତୀଙ୍କ ଭିତରେ ଲୁଚି ରହିଥିବା ଟ୍ୟାଲେଣ୍ଟକୁ ପ୍ରଥମେ ଚିହ୍ନିଥିଲେ ସୁଦେଶ ଲହରୀ। ସେ ଭାରତୀଙ୍କୁ ଏନ୍‌ସିସି କ୍ୟାମ୍ପରେ ପାର୍କରେ ଆକ୍ଟିଂ କରୁଥିବା ଦେଖିବାକୁ ପାଇଥିଲେ। ସେ ଭାରତୀଙ୍କ ଆକ୍ଟିଂରେ ମୁଗ୍ଧ ହୋଇଯାଇଥିଲେ ଓ ତାଙ୍କୁ ତାଙ୍କ ଜୀବନର ପ୍ରଥମ ରୋଲ୍‌ ଅଫର୍‌ କରିଥିଲେ।

୪. ଭାରତୀ ସିଂହ ଜଣେ ଏମିତି କମେଡିଆନ୍‌, ଯାହାଙ୍କୁ ସବୁ ବୟସର ଦର୍ଶକ ପସନ୍ଦ କରନ୍ତି। ସମସ୍ତେ ଭାରତୀଙ୍କ କମେଡିକୁ ପସନ୍ଦ କରିଥାନ୍ତି। ‘ଦ ଗ୍ରେଟ୍‌ ଇଣ୍ଡିଆନ୍‌ ଲାଫ୍ଟର ଫାଇଟ୍‌ ଶୋ’ ଭାରତୀଙ୍କ କ୍ୟାରିୟର୍‌ରେ ଏକ ୟୁ ଟର୍ଣ୍ଣ ଆଣିଥିଲା। ଏହି ଶୋ’ରେ ଭାରତୀଙ୍କୁ କମେଡିଆନ୍‌ ଭାବରେ ଏକ ପରିଚୟ ମିଳିଥିଲା। ଏହି ଶୋ’ ପରେ ଭାରତୀ କମେଡି ସର୍କସ୍‌ର ଅନେକ ସିଜନ୍‌ରେ ଭାଗ ନେଇଥିଲେ।

publive-image

୫. କମେଡି ଶୋ’ ବ୍ୟତୀତ ଭାରତୀଙ୍କୁ ଡ୍ୟାନ୍ସ ରିୟଲିଟି ଶୋ’ ‘ଝଲକ ଦିଖ୍‌ଲାଜା’ ଓ ‘ଆଇ କାନ୍‌ ଡୁ ଦାଟ୍‌’ ଭଳି ରିୟଲିଟି ଶୋ’ରେ ଦେଖିବାକୁ ମିଳିଥିଲା। ଆକ୍ଟିଂ ଏବଂ କମେଡି ବ୍ୟତୀତ ଭାରତୀ ‘ଇଣ୍ଡିଆଜ ଗଟ୍‌ ଟ୍ୟାଲେଣ୍ଟ୍‌’ ଓ ‘କମେଡି ନାଇଟ ବଚାଓ’ ପରି ଶୋ’ର ହୋଷ୍ଟିଂ ମଧ୍ୟ କରିଛନ୍ତି।

୬. ଏକ ଇଣ୍ଟରଭ୍ୟୁରେ ଭାରତୀ କହିଥିଲେ, ‘ଅଧିକ ଓଜନ କାରଣରୁ ପିଲାଦିନରୁ ହିଁ ଲୋକେ ତାଙ୍କୁ ଚିଡ଼ାଉଥିଲେ। ଏପରିକି ତାଙ୍କ ପରିବାରରେ ବି ଭାଇଭଉଣୀମାନେ ସବୁବେଳେ ତାଙ୍କୁ ଓଜନ କମ୍‌ କରିବା ପାଇଁ ପରାମର୍ଶ ଦେଉଥିଲେ।’ କିନ୍ତୁ ଆଜି ଭାରତୀଙ୍କ ଓଜନ ହିଁ ତାଙ୍କୁ ଏକ ନୂଆ ପରିଚୟ ଦେଇପାରିଛି। ସଫଳ ହେବା ପାଇଁ ଫିଟ୍‌ ଓ ପତଳା ରହିବା ଆବଶ୍ୟକ ନୁହେଁ ବୋଲି ଭାରତୀ ପ୍ରମାଣ କରି ଦେଖାଇଛନ୍ତି।

୭. ୨୦୧୭ ମସିହା ଡିସେମ୍ୱର ୩ ତାରିଖରେ ଭାରତୀ ସ୍କ୍ରିପ୍ଟ ରାଇଟର ହର୍ଷ ଲିମ୍ୱାଚିୟାଙ୍କୁ ବିବାହ କରିଥିଲେ। କମେଡି ସେଟ୍‌ରେ ଦୁହିଁଙ୍କର ପ୍ରଥମ ଦେଖା ହୋଇଥିଲା। ପରେ ତାଙ୍କର ବନ୍ଧୁତା ପ୍ରେମରେ ପରିବର୍ତ୍ତନ ହୋଇଥିଲା।

publive-image
୮. ନିକଟରେ ଭାରତୀ ‘ଖତରୋଁ କି ଖିଲାଡି’ରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରିଥିବା ଦେଖିବାକୁ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe