Advertisment

‘ଲାଫ୍ଟର ଚ୍ୟାଲେଞ୍ଜ ପାଇଁ ସିଲେକ୍ଟ ହେବାରୁ କଥା ହେଲେନି ସମ୍ପର୍କୀୟ’

ମୁମ୍ବାଇ: କମେଡିଆନ ଭାରତୀ ସିଂ ହେଉଛନ୍ତି ଛୋଟ ପରଦାର ବଡ଼ ଚେହେରା। କପିଲ ଶର୍ମା ଶୋ’ ହେଉ କି ଫିଅର ଫ୍ୟାକ୍ଟର ବା ଡ୍ୟାନ୍ସ ଦିୱାନେ ସବୁଥିରେ ଦେଖିବାକୁ ମିଳେ ଭାରତୀଙ୍କ କମେଡିର ତଡ଼କା।  ନିଜ ଷ୍ଟାଣ୍ଡ ଅପ୍‌ କମେଡି ଯୋଗୁ ଲୋକଙ୍କୁ ହସାଇ ହସାଇ ବେଦମ କରୁଥିବା ଭାରତୀ କିନ୍ତୁ ନିଜ ଜୀବନରେ ଖୁବ୍‌ ସଂଘର୍ଷ କରିଛନ୍ତି। କୁହାଯାଏ, ସବୁ ହସୁଥିବା ଚେହେରା ପଛରେ ଲୁଚି ରହିଥାଏ ଦୁଃଖ। ଆଜି ୩୭ ବର୍ଷରେ ପାଦ ଥାପିଥିବା […]

ଅଦ୍ୟତନ ହୋଇଛି
‘ଲାଫ୍ଟର ଚ୍ୟାଲେଞ୍ଜ ପାଇଁ ସିଲେକ୍ଟ ହେବାରୁ କଥା ହେଲେନି ସମ୍ପର୍କୀୟ’

bharti singh

Advertisment

ମୁମ୍ବାଇ: କମେଡିଆନ ଭାରତୀ ସିଂ ହେଉଛନ୍ତି ଛୋଟ ପରଦାର ବଡ଼ ଚେହେରା। କପିଲ ଶର୍ମା ଶୋ’ ହେଉ କି ଫିଅର ଫ୍ୟାକ୍ଟର ବା ଡ୍ୟାନ୍ସ ଦିୱାନେ ସବୁଥିରେ ଦେଖିବାକୁ ମିଳେ ଭାରତୀଙ୍କ କମେଡିର ତଡ଼କା।  ନିଜ ଷ୍ଟାଣ୍ଡ ଅପ୍‌ କମେଡି ଯୋଗୁ ଲୋକଙ୍କୁ ହସାଇ ହସାଇ ବେଦମ କରୁଥିବା ଭାରତୀ କିନ୍ତୁ ନିଜ ଜୀବନରେ ଖୁବ୍‌ ସଂଘର୍ଷ କରିଛନ୍ତି। କୁହାଯାଏ, ସବୁ ହସୁଥିବା ଚେହେରା ପଛରେ ଲୁଚି ରହିଥାଏ ଦୁଃଖ।

Advertisment

ଆଜି ୩୭ ବର୍ଷରେ ପାଦ ଥାପିଥିବା ଭାରତୀ ସିଂ ନିଜ ଜୀବନର ଏପରି କିଛି ଅକୁହା ଫର୍ଦ୍ଦକୁ ଲେଉଟାଇ ନିଜ ଭିତରେ ଚାପିଥିବା ଦୁଃଖକୁ ବଖାଣିଛନ୍ତି। ଆଜି ହାସଲ କରିଥିବା ନେମ୍‌, ଫେମ୍‌ ଷ୍ଟାଟସ୍‌ ପାଇଁ ତାଙ୍କୁ ବି କରିବାକୁ ପଡ଼ିଛି ଖୁବ୍‌ ସଂଘର୍ଷ ।

ମାତ୍ର ୨ ବର୍ଷର ଥିବା ସମୟରେ ଭାରତୀଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ଫଳରେ ଘର ଚଳାଇବା ପାଇଁ ତାଙ୍କ ମା’ ଅନ୍ୟ ଘରେ କାମ କରୁଥିଲେ, ରୋଷେଇ କରୁଥିଲେ।  ଜୀବନ ଆରମ୍ଭରୁ ଅଭାବ, ଅନଟକକୁ ଦେଖିଥିବା ଭାରତୀ ମୁମ୍ବାଇ ଆସିବା କଥା ଭାବିବାରୁ ଏହାକୁ ଘୋର ବିରୋଧ କରିଥିଲେ ତାଙ୍କ ସମ୍ପର୍କୀୟ।  ଲାଫ୍ଟର ଚ୍ୟାଲେଞ୍ଜ ପାଇଁ ମନୋନୀତ ହୋଇଥିବା କଥା ପ୍ରଚାରିତ ହେବା ପରେ ସମ୍ପର୍କୀୟମାନେ ତାଙ୍କ ସହ କଥାବାର୍ତ୍ତା ହେବା ବନ୍ଦ କରି ଦେଇଥିଲେ। ହେଲେ ସେ ପଛକୁ ଫେରି ଚାହିଁ ନ ଥିଲେ।

Advertisment

ଭାରତୀଙ୍କ କହିବାନୁଯାୟୀ, ଗାଁ ଲୋକମାନେ ବଲିଉଡ୍‌ ଡାଇରେକ୍ଟରମାନଙ୍କୁ ଭିଲେନ ବୋଲି ଭାବିଥା’ନ୍ତି। ସେମାନେ ଭାବନ୍ତି ଯେ ନିର୍ଦ୍ଦେଶକମାନେ କେବଳ ଅନ୍ୟମାନଙ୍କର ଫାଇଦା ଉଠାଇ ଥା’ନ୍ତି। ସେମାନଙ୍କ କହିବାନୁଯାୟୀ, ଝିଅମାନେ ସେତେବେଳେ କିଛି ସଫଳତା ପାଇପାରିଥାଆନ୍ତି ଯେତେବେଳେ ସେମାନେ କିଛି ଭୁଲ୍‌ କରିଥାନ୍ତି। କିନ୍ତୁ ଏସବୁ କଥାକୁ ଖାତିର ନ କରି ତାଙ୍କ ମା’ ତାଙ୍କୁ ମୁମ୍ବାଇ ଆଣିଥିଲେ। ସେ ମୁମ୍ବାଇ ଆସି ନ ପାରିବାର ପଶ୍ଚାତାପରେ ଜୀବନ କାଟନ୍ତୁ ବୋଲି ତାଙ୍କ ମା’ ଚାହୁଁ ନଥିଲେ।

କମେଡି ଦୁନିଆରେ ସାଧାରଣତଃ ପୁରୁଷଙ୍କ ଦବଦବା ରହୁଥିବା ବେଳେ ଜଣେ ମହିଳା ଭାବେ ଭାରତୀ ତିଆରି କରିପାରିଛନ୍ତି ନିଜର ସ୍ୱତନ୍ତ୍ର ପରିଚିତି। ଭାରତୀଙ୍କ ଏଣ୍ଟ୍ରି ହେଉ ହେଉ  ଦର୍ଶକଙ୍କ କରତାଳିରେ ଫାଟି ପଡ଼େ ଷ୍ଟେଜ।

Bharti Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe