Advertisment

କମେଡିଆନ ଭାରତୀ ସିଂ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିବା କମେଡିଆନ ଭାରତୀ ସିଂ ଅସୁସ୍ଥ। ମେଡିକାଲ ବେଡରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।

author-image
Niharika Rout
bharti singh

bharti singh

ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିବା କମେଡିଆନ ଭାରତୀ ସିଂ ଅସୁସ୍ଥ। ମେଡିକାଲ ବେଡରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏନେଇ ଭାରତୀ ନିଜ ୟୁ-ଟ୍ୟୁବ ଚ୍ୟାନେଲ୍‌ରେ ଫ୍ୟାନ୍ସଙ୍କୁ ଅବଗତ କରିଛନ୍ତି।

Advertisment

ଗତ ୩ ଦିନ ହେଲାଣି ଯନ୍ତ୍ରଣାରେ ଛଟପଟ ହେଉଥିବା ଭାରତୀଙ୍କ ପାଇଁ କିଛି ଖାଇବା ଓ ପାଣି ପିଇବା ସମ୍ଭବପର ହୋଇ ପାରୁ ନ ଥିଲା। ଯନ୍ତ୍ରଣା ଅସହ୍ୟ ହେବାରୁ ସେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି।

ପ୍ରଥମେ ଏହା ଫୁଡ ପଏଜନିଂ ବୋଲି ଭାରତୀ ନିଜ ଚ୍ୟାନେଲରେ କହିଥିଲେ। ମାତ୍ର ସମସ୍ତ ଟେଷ୍ଟ ପରେ ତାଙ୍କ ଗଲ ବ୍ଲାଡରରେ ଷ୍ଟୋନ୍‌ ହୋଇଥିବା କହିଛନ୍ତି ଡାକ୍ତର। ତେଣୁ ସେ ଯାହା ଖାଉଛନ୍ତି ତାହା ବାନ୍ତି ହୋଇ ଯାଉଛି।

Advertisment

ଭାରତୀ ଏବେ ହସ୍ପିଟାଲରେ ଥିବା ବେଳେ ତାଙ୍କ ପାଖେପାଖେ ସ୍ୱାମୀ ହର୍ଷ ରହିଛନ୍ତି। ସମସ୍ତଙ୍କୁ ହସାଉଥିବା କମେଡିଆନ ନିଜ ପୁଅକୁ ଖୁବ୍‌ ମିସ୍‌ କରୁଥିବା କହିଛନ୍ତି। ତେବେ ତାଙ୍କର ଅସ୍ତ୍ରୋପଚାର ହେବ ନା ନାହିଁ ଓ କେବେ ଡିସଚାର୍ଜ ହେବେ ତାହା ଭାରତୀ ସ୍ପଷ୍ଟ କରି ନାହାନ୍ତି।

Bharti Singh Hospital