Advertisment

ପୁଣି ବଡ଼ ପରଦାକୁ ଫେରିବେ ଭାଗ୍ୟଶ୍ରୀ

ନୂଆଦିଲ୍ଲୀ: ଫିଲ୍ମ ‘ମୈନେ ପ୍ୟାର କିୟା’ରୁ ନିଜ ସାଦାସିଧି ବ୍ୟକ୍ତିତ୍ୱ ପାଇଁ ଖୁବ୍ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ଭାଗ୍ୟଶ୍ରୀ ଖୁବଶୀଘ୍ର ବଡ଼ ପରଦାରେ ପୁଣି ନଜର ଆସିବେ। ଦୀର୍ଘ ବର୍ଷ ଧରି ସେ ବଲିଉଡ୍ ଦୁନିଆରୁ ଦୂରେଇ ରହିଥିଲେ। ତେବେ ସେ କିଛି ଦକ୍ଷିଣ ଭାରତୀୟ ଫିଲ୍ମରେ କିନ୍ତୁ ନଜରକୁ ଆସିଥିଲେ। ଏବେ ପୁଣିଥର ଦର୍ଶକେ ଭାଗ୍ୟଶ୍ରୀଙ୍କୁ ସିଲଭର୍ ସ୍କ୍ରିନରେ ଦେଖିବାର ସୁଯୋଗ ପାଇବେ। https://www.instagram.com/p/B-enqzwHoIU/?utm_source=ig_web_copy_link ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନଙ୍କ ସହ ଭାଗ୍ୟଶ୍ରୀ ଫିଲ୍ମ ମୈନେ […]

ପୁଣି ବଡ଼ ପରଦାକୁ ଫେରିବେ ଭାଗ୍ୟଶ୍ରୀ

Bhagyashree

Advertisment

ନୂଆଦିଲ୍ଲୀ: ଫିଲ୍ମ 'ମୈନେ ପ୍ୟାର କିୟା'ରୁ ନିଜ ସାଦାସିଧି ବ୍ୟକ୍ତିତ୍ୱ ପାଇଁ ଖୁବ୍ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ଭାଗ୍ୟଶ୍ରୀ ଖୁବଶୀଘ୍ର ବଡ଼ ପରଦାରେ ପୁଣି ନଜର ଆସିବେ। ଦୀର୍ଘ ବର୍ଷ ଧରି ସେ ବଲିଉଡ୍ ଦୁନିଆରୁ ଦୂରେଇ ରହିଥିଲେ। ତେବେ ସେ କିଛି ଦକ୍ଷିଣ ଭାରତୀୟ ଫିଲ୍ମରେ କିନ୍ତୁ ନଜରକୁ ଆସିଥିଲେ। ଏବେ ପୁଣିଥର ଦର୍ଶକେ ଭାଗ୍ୟଶ୍ରୀଙ୍କୁ ସିଲଭର୍ ସ୍କ୍ରିନରେ ଦେଖିବାର ସୁଯୋଗ ପାଇବେ।

Advertisment

https://www.instagram.com/p/B-enqzwHoIU/?utm_source=ig_web_copy_link

ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନଙ୍କ ସହ ଭାଗ୍ୟଶ୍ରୀ ଫିଲ୍ମ ମୈନେ ପ୍ୟାର କିୟାରୁ ନିଜର ବଲିଉଡ୍ ଡେବ୍ୟୁ ଆରମ୍ଭ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ବେଶ୍ ସଫଳତା ପାଇଥିବା ବେଳେ ଭାଗ୍ୟଶ୍ରୀ ନିଜ ଅଭିନୟ ପାଇଁ ଅନେକ ଆଓ୍ୱାର୍ଡ ମଧ୍ୟ ପାଇଥିଲେ। ହେଲେ ଏହାପରେ ବଲିଉଡରେ ସେ ବିଶେଷ କାମ ନ ପାଇ ଦକ୍ଷିଣ ଭାରତୀୟ ଫିଲ୍ମ ଜଗତରେ କାମ କରିଥିଲେ।

https://www.instagram.com/p/B9JURMAH0_S/?utm_source=ig_web_copy_link

ତେବେ ୨୦୧୩ ପରେ ସେ ଫିଲ୍ମ ଦୁନିଆରୁ ଲମ୍ବା ବିରତୀ ନେଇଥିଲେ। ହେଲେ ଏବେ ପୁଣି ଥରେ ସେ ବଲିଉଡ୍ କୁଇନ୍ କଙ୍ଗନା ରଣାଓ୍ୱତଙ୍କ ଫିଲ୍ମରେ ନଜରକୁ ଆସିବେ। ତାମିଲନାଡ଼ୁର ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ 'ଥଲାଇଭି'ରେ ଭାଗ୍ୟଶ୍ରୀଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

Advertisment

https://www.instagram.com/p/B9WvOJgnvD5/?utm_source=ig_web_copy_link

ନିକଟରେ ଏକ ଇଣ୍ଟର୍ଭ୍ୟୁରେ ସେ କହିଛନ୍ତି ଯେ,ଫିଲ୍ମରେ ମୋର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କଙ୍ଗନାଙ୍କ ସହ ତାଙ୍କର ଅନେକ ସିନ୍ ଏକାଠି ଶୁଟିଂ ହୋଇଛି ଏବଂ ପୂରା ଟିମ୍ ଉଭୟଙ୍କ ଅନସ୍କ୍ରିନ୍ କେମିଷ୍ଟ୍ରିକୁ ପସନ୍ଦ କରିଛି। କଙ୍ଗନାଙ୍କ ସହ କାମ କରି ବହୁତ ଭଲ ଲାଗିଲା। ସେ ଜଣେ ଉଚ୍ଚକୋଟୀର ଅଭିନେତ୍ରୀ। ଦୀର୍ଘ ଦିନ ପରେ ଶୁଟିଂ ସେଟକୁ ଫେରି ଖୁସି ଲାଗୁଛି ବୋଲି ଭାଗ୍ୟଶ୍ରୀ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe