Advertisment

ମୃତ୍ୟୁ ପୂର୍ବରୁ ଫେସ୍‌ବୁକ୍ ଲାଇଭ୍‌ରେ ଏମିତି କଥା କହିଥିଲେ ଏହି ଅଭିନେତ୍ରୀ

ମୁମ୍ୱାଇ: ପୁଣି ଜଣେ କଳାକାରଙ୍କ ଆତ୍ମହତ୍ୟା ଖବର ଆସିଛି। ଏହି କଳାକାର ଜଣକ ହେଉଛନ୍ତି ଭୋଜପୁରୀ ଅଭିନେତ୍ରୀ ଅନୁପମା ପାଠକ (୪୦)। ମୁମ୍ୱାଇସ୍ଥିତ ବାସଭବନରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଅନୁପମା ଅନେକ ଭୋଜପୁରୀ ଫିଲ୍ମ ଓ ଟିଭି ଶୋ’ରେ ଅଭିନୟ କରିଥିଲେ। ଅଗଷ୍ଟ ୨ ତାରିଖରେ ଅନୁପମା ପାଠକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା କରିଥିବା ପୁଲିସ୍ ସନ୍ଦେହ କରୁଛି। ତେବେ ମୃତ୍ୟୁ ପୂର୍ବରୁ ଅନୁପମା ପାଠକ ଫେସବୁକରେ ୧୦ ମିନିଟ୍‌ […]

author-image
Puspanjali Panda
ଅଦ୍ୟତନ ହୋଇଛି
ମୃତ୍ୟୁ ପୂର୍ବରୁ ଫେସ୍‌ବୁକ୍ ଲାଇଭ୍‌ରେ ଏମିତି କଥା କହିଥିଲେ ଏହି ଅଭିନେତ୍ରୀ

acttt

ମୁମ୍ୱାଇ: ପୁଣି ଜଣେ କଳାକାରଙ୍କ ଆତ୍ମହତ୍ୟା ଖବର ଆସିଛି। ଏହି କଳାକାର ଜଣକ ହେଉଛନ୍ତି ଭୋଜପୁରୀ ଅଭିନେତ୍ରୀ ଅନୁପମା ପାଠକ (୪୦)। ମୁମ୍ୱାଇସ୍ଥିତ ବାସଭବନରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଅନୁପମା ଅନେକ ଭୋଜପୁରୀ ଫିଲ୍ମ ଓ ଟିଭି ଶୋ’ରେ ଅଭିନୟ କରିଥିଲେ।

Advertisment

ଅଗଷ୍ଟ ୨ ତାରିଖରେ ଅନୁପମା ପାଠକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା କରିଥିବା ପୁଲିସ୍ ସନ୍ଦେହ କରୁଛି। ତେବେ ମୃତ୍ୟୁ ପୂର୍ବରୁ ଅନୁପମା ପାଠକ ଫେସବୁକରେ ୧୦ ମିନିଟ୍‌ ପାଇଁ ଲାଇଭ୍‌ ଆସିଥିଲେ।

ଏଥିରେ ସେ କହିଥିଲେ ଯେ ଯଦି ଆପଣ କିଛି ସମସ୍ୟାରେ ଅଛନ୍ତି କିମ୍ୱା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ସ୍ଥିତିରେ ଅଛନ୍ତି ଓ କୌଣସି ବନ୍ଧୁଙ୍କୁ ବିଶ୍ୱାସ କରି ସମସ୍ୟା ବିଷୟରେ କହୁଛନ୍ତି, ତା’ହେଲେ ସେହି ବ୍ୟକ୍ତି ଆପଣଙ୍କର ଯେତେ ଭଲ ବନ୍ଧୁ ହେଉନା କାହିଁକି ସେ ଆପଣଙ୍କଠାରୁ ଦୂରେଇ ଯାଇଥାଏ। ଏହାର କାରଣ ଆପଣ ମରିବା ପରେ ସେ ସମସ୍ୟାରେ ପଡ଼ିବାକୁ ଚାହେଁନାହିଁ। କେବଳ ଏତିକି ନୁହେଁ, ଲୋକ ଆପଣଙ୍କୁ ଥଟ୍ଟା କରିବେ ଏବଂ ଅନ୍ୟମାନଙ୍କ ସାମ୍ନାରେ ଆପଣଙ୍କୁ ଅପମାନ ଦେବେ। ଏଥିପାଇଁ ନିଜ ସମସ୍ୟା ବିଷୟରେ କାହାକୁ ଜଣାନ୍ତୁ ନାହିଁ। କାହାକୁ ନିଜର ବନ୍ଧୁ ବୋଲି ଭାବନ୍ତୁ ନାହିଁ।

Advertisment

ଅନୁପମା ଏଥିରେ ଆହୁରି କହିଛନ୍ତି, “ମୁଁ ମୋ ଜୀବନରେ ଏହା ଶିଖିଲି ଯେ ଲୋକେ ବହୁତ ସ୍ୱାର୍ଥପର ଏବଂ ଅନ୍ୟମାନଙ୍କୁ ଖାତିର କରନ୍ତି ନାହିଁ।” ତେବେ ସେ ଏଥିରେ ନିଜେ ଆତ୍ମହତ୍ୟା କରିବେ ବୋଲି କିଛି କହି ନଥିଲେ।

ଆତ୍ମହତ୍ୟା କରିଥିବା ଏହି ଅଭିନେତ୍ରୀ ଜଣକ ବିହାରର ପୁର୍ନିଆ ଜିଲ୍ଲାର। ସେ କାମ ଉଦ୍ଦେଶ୍ୟରେ ମୁମ୍ୱାଇରେ ରହୁଥିଲେ ବୋଲି ଜଣାପଡ଼ିଛି। ସ୍ୱାମୀ କୌଣସି କାମରେ ବାହାରକୁ ଯାଇଥିବା ସମୟରେ ସେ ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରୁ ପୁଲିସ ଏକ ସୁଇସାଇଡ୍‌ ନୋଟ ମଧ୍ୟ ଜବତ କରିଛି। ଅର୍ଥାଭାବ ନେଇ ସେ ଚିନ୍ତିତ ଥିଲେ। ଲକ୍‌ଡାଉନ୍‌ରେ କାମ ମିଳୁ ନଥିବାରୁ ବି ସେ ବହୁତ ଚିନ୍ତିତ ଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।