Advertisment

୬ଟି ବ୍ୟାକ୍‌ ଟୁ ବ୍ୟାକ୍‌ ଫିଲ୍ମରେ ଆସୁଛନ୍ତି ଭୂମି

ମୁମ୍ବାଇ: ବଲିଉଡ୍‌ରେ କେତେ କେତେ ନୂଆ କଳାକାର ଆସୁଛନ୍ତି ଯାଉଛନ୍ତି। କିନ୍ତୁ ସବୁଠୁ ବଡ଼ କଥା ହେଉଛି ବଲିଉଡ୍‌ରେ ନିଜକୁ ପ୍ରତିଷ୍ଠିତ କରାଇବା ଓ ଲୋକପ୍ରିୟତା ହାସଲ କରିବା। କିନ୍ତୁ ଏସବୁ କରିଦେଖେଇଛନ୍ତି ଅଭିନେତ୍ରୀ ଭୂମି ପେଡେନ୍‌କର। ସେ ଫିଲ୍ ‘ଦମ୍‌ ଲଗାକେ ହଇସାରୁ ଜୋର୍‌ଦାର ଏଣ୍ଟ୍ରି କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଡେବ୍ୟୁ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ତାଙ୍କର ଏହି ଫିଲ୍ମ ଜାତୀୟ ପୁରସ୍କାର ମଧ୍ୟ ଜିତିଥିଲା। ତାପରେ ସେ ଗୋଟିଏ ପରେ […]

୬ଟି ବ୍ୟାକ୍‌ ଟୁ ବ୍ୟାକ୍‌ ଫିଲ୍ମରେ ଆସୁଛନ୍ତି ଭୂମି

vumi

Advertisment

ମୁମ୍ବାଇ: ବଲିଉଡ୍‌ରେ କେତେ କେତେ ନୂଆ କଳାକାର ଆସୁଛନ୍ତି ଯାଉଛନ୍ତି। କିନ୍ତୁ ସବୁଠୁ ବଡ଼ କଥା ହେଉଛି ବଲିଉଡ୍‌ରେ ନିଜକୁ ପ୍ରତିଷ୍ଠିତ କରାଇବା ଓ ଲୋକପ୍ରିୟତା ହାସଲ କରିବା। କିନ୍ତୁ ଏସବୁ କରିଦେଖେଇଛନ୍ତି ଅଭିନେତ୍ରୀ ଭୂମି ପେଡେନ୍‌କର। ସେ ଫିଲ୍ ‘ଦମ୍‌ ଲଗାକେ ହଇସାରୁ ଜୋର୍‌ଦାର ଏଣ୍ଟ୍ରି କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଡେବ୍ୟୁ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ତାଙ୍କର ଏହି ଫିଲ୍ମ ଜାତୀୟ ପୁରସ୍କାର ମଧ୍ୟ ଜିତିଥିଲା। ତାପରେ ସେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ିଥିଲେ।
ଭୂମିଙ୍କୁ ଶେଷଥର ପାଇଁ ‘ସୋନ୍‌ଚିଡିୟା’ରେ ଦେଖିବାକୁ ମିଲିଥିଲା। ଯେଉଁଥିରେ ସେ ମହିଳା ଡକାୟତ ଚରିତ୍ରରେ ଅଭିନୟ କରିଥିଲେ। କିନ୍ତୁ ଫିଲ୍ମଟି ବକ୍ସ ଅଫିସ୍‌ରେ ସେତେ ଭଲ କମାଲ୍‌ ଦେଖେଇ ପାରିନଥିଲା।
କିନ୍ତୁ ଏବେ ଭୂମିଙ୍କ ପାଖରେ ଖାଲି ଅଫର୍‌ ହିଁ ଅଫର୍‌। ଆଗକୁ ତାଙ୍କର ବ୍ୟାକ୍‌ଟୁ ବ୍ୟାକ୍‌ ଅନେକ ଫିଲ୍ମ ରିଲିଜ୍‌ ହେବାର ଅଛି। ଚାଲନ୍ତୁ ଜାଣିବା ସେହି ଫିଲ୍ମ ଗୁଡ଼ିକ ବିଷୟରେ।
ଡଲି କିଟି ଔର ୱ ଚମକତେ ସିତାରେ: ‘ଲିପିଷ୍ଟିକ୍‌ ଅଣ୍ଡର ମାଇଁ ବୁର୍ଖା’ ଭଳି ଫିଲ୍ମ ନିର୍ଦ୍ଦେଶନା ଦେଇଥିବା ଅଳଂକୃତା ଶ୍ରୀଭାସ୍ତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଏଥିରେ ତାଙ୍କ ସହ କୋଙ୍କଣା ସେନ୍‌ ଶର୍ମା ଅଭିନୟ କରିବେ।

Advertisment

publive-imageସାଣ୍ଡ୍‌ କି ଆଙ୍ଖ୍‌: ଏହି ଫିଲ୍ମ ଅନୁରାଗ କଶ୍ୟପ୍‌ଙ୍କ ପ୍ରଡକ୍ସନ୍‌ରେ ନିର୍ମିତ ହେବ। ଏଥିଲେ ଭୂମିଙ୍କ ସହ ତାପସୀ ପନ୍ନୁ ଅଭିନୟ କରିବେ। ଏହି ଫିଲ୍ମ ଟି ଚନ୍ଦ୍ରୌ ତୋମର ଓ ପ୍ରକାଶୀ ତୋମରଙ୍କ ଜୀବନ ଉପରେ ଆଧାରିତ। ଏହି ଫିଲ୍ମର ନିର୍ଦ୍ଦଶନା ଦେବେ ତୁଷାର ହୀରା ନନ୍ଦାନୀ।

ହରର ଫିଲ୍ମ: ରିପୋର୍ଟ ମୁତାବକ ଭୂମି ପେଡେନ୍‌କର ଓ ତାପସୀ ପନ୍ନୁ ଏକ ହରର ଫିଲ୍ମରେ ଅଭିନୟ କରିପାରନ୍ତି। ଏହି ଫିଲ୍ମକୁ ଭାନି ପ୍ରତାପ ସିଂହ ନିର୍ଦ୍ଦେଶନା ଦେବେ।

Advertisment

publive-imageପତି ପତ୍ନୀ ଔର ୱ: ୧୯୭୮ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ରିମେକ୍‌ ହେବାକୁ ଯାଉଛି। ଏଥିରେ ଭୂମି, ଅନନ୍ୟା ପାଣ୍ଡେ ଓ କାର୍ତ୍ତିକ ଆର୍ଯ୍ୟନ ଅଭିନୟ କରିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ମୁଦସର ଅଜିଜ୍‌।

ବାଲା: ଭୂମି ଏହି ଫିଲ୍ମରେ ଆୟୁଷ୍ମାନା ଖୁରାନାଙ୍କ ସହ ତୃତୀୟ ଥର କାମ କରିବେ।

ତଖ୍ତ: ଏହି ଫିଲ୍ମ କରନ୍‌ ଜହରଙ୍କ ପ୍ରଡକ୍ସନ୍‌ ହାଉସରେ ନିର୍ମିତ ହୋଇଛି। ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ। ଯେଉଁଥିରେ ଭୂମିଙ୍କ ବ୍ୟତୀତ ଜହ୍ନବୀ କପୁର, ଅନୀଲ କପୁର, କରୀନା କପୁର, ଆଲିଆ ଭଟ୍ଟ, ବିକ୍କୀ କୌଶଲ ଓ ରଣବୀର ସିଂହ ଭଳି କଳାକାର ଅଭିନୟ କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe