ହିରୋ ନଂ-୧ରେ କାହିଁକି ଭୂମିକାଙ୍କୁ ଚୁଟି କାଟିବାକୁ ପଡ଼ିଥିଲା ଜାଣିଛନ୍ତି ?

<p>ଲମ୍ୱା ଲମ୍ୱା ସିଲକି ଚୁଟି । ନିଜ ଚୁଟିକୁ ଖୁବ ଭଲ ପାଆନ୍ତି ହିରୋନଂ ୧ର ଅଭିନେତ୍ରୀ ଭୂମିକା ଦାସ । କିନ୍ତୁ ନିଜ ଚୁଟିକୁ ଏତେ ଭଲ ପାଉଥିବା ସତ୍ବେ ଭୂମିକା ଏହାକୁ କାଟି ଛୋଟ କରିଦେଲେ ।କିନ୍ତୁ କାହିଁକି, ଏହା ସେ ନିଜ ଇଚ୍ଛାରେ କରିଥିଲେ ନା ତାଙ୍କୁ କେହି ଚୁଟି କାଟିବା ପାଇଁ କହିଥିଲା । ଆପଣଙ୍କ ମନେଥିବ ହିରୋନଂ ୧ ମହୁରତ ପୂର୍ବରୁ ଭୂମିକାଙ୍କର କେତେ ଲମ୍ୱା ଚୁଟି ଥିଲା। କିନ୍ତୁ ଏବେ ଏହା ଛୋଟ ହୋଇଯାଇଛି । ଆପଣ ଭାବୁଥିବେ ସେ ନିଜକୁ ଡିଫରେଣ୍ଟ ଲୁକ ଦେବା ପାଇଁ ଏମିତି ହେୟାର କଟ କରିଛନ୍ତି। ନଁା , ସେ ତାଙ୍କ ନିଜ ଇଚ୍ଛାରେ ଏମିତି କରିନାହଁାନ୍ତି । ଫିଲ୍ମରେ ଟିକେ ମୋଟା ଓ ମ୍ୟାଚ୍ୟୁଅଡ ଦୋଖାଯିବା ପାଇଁ ତାଙ୍କୁ ଏମତି କରିବାକୁ ପଡିଥିଲା ।ଆମେ କହୁଛୁ ହିରୋ ନଂ୨ ଫିଲ୍ମ କଥା । ଏହି ଫିଲ୍ମର ନିଦ୍ଦେର୍ଶକ ତାପସ ସରଘରିଆଙ୍କ କହିବା ଅନୁଯାୟୀ ଭୂମିକା ଆବଶ୍ୟକତା ଠାରୁ ଟିକେ ଅଧିକ ପତଳା ଦେଖାଯାଉଥିଲେ ଓ ଛୋଟ ପିଲା ପରି ଲାଗୁଥିଲେ । ଏହା ଦେଖି ପୁରା ଟିମ ଚିନ୍ତାରେ ପଡିଯାଇଥିଲା କାରଣ ବାବୁସାନଙ୍କ ସହ ତାଙ୍କ ଯୋଡି କେମିତି ସୁନ୍ଦର ଲାଗିବ ସେଥିପାଇଁ ସମଷ୍ତେ ଚେଷ୍ଟା କରିଥିଲେ । ଶେଷରେ ଭୂମିକାଙ୍କ ହେୟାର ଷ୍ଟାଇଲ ଚେଞ୍ଜ ହେବ ବୋଲି ନିଷ୍ପତ୍ତି ନିଆଗଲା । ଏହି ଫିଲ୍ମରେ ସୁନ୍ଦର ଦେଖାଯିବା ପାଇଁ ଭୂମିକାଙ୍କ ହେୟାର ଷ୍ଟାଇଲ ସହ ଗେଟଅପରେ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଏହି ଫିଲ୍ମରେ ଭୂମିକା ଜଣେ ସାମ୍ୱାଦିକା ଚରିତ୍ରରେ ନଜର ଆସିବେ । ବାବୁସାନଙ୍କ ସହ ଏହା ତାଙ୍କର ପ୍ରଥମ ଫିଲ୍ମ ।</p>

Ordigital Desk
  • Published: Wednesday, 13 September 2017
  • Updated: 13 September 2017, 06:46 PM IST

Sports

Latest News

<p>ଲମ୍ୱା ଲମ୍ୱା ସିଲକି ଚୁଟି । ନିଜ ଚୁଟିକୁ ଖୁବ ଭଲ ପାଆନ୍ତି ହିରୋନଂ ୧ର ଅଭିନେତ୍ରୀ ଭୂମିକା ଦାସ । କିନ୍ତୁ ନିଜ ଚୁଟିକୁ ଏତେ ଭଲ ପାଉଥିବା ସତ୍ବେ ଭୂମିକା ଏହାକୁ କାଟି ଛୋଟ କରିଦେଲେ ।କିନ୍ତୁ କାହିଁକି, ଏହା ସେ ନିଜ ଇଚ୍ଛାରେ କରିଥିଲେ ନା ତାଙ୍କୁ କେହି ଚୁଟି କାଟିବା ପାଇଁ କହିଥିଲା । ଆପଣଙ୍କ ମନେଥିବ ହିରୋନଂ ୧ ମହୁରତ ପୂର୍ବରୁ ଭୂମିକାଙ୍କର କେତେ ଲମ୍ୱା ଚୁଟି ଥିଲା। କିନ୍ତୁ ଏବେ ଏହା ଛୋଟ ହୋଇଯାଇଛି । ଆପଣ ଭାବୁଥିବେ ସେ ନିଜକୁ ଡିଫରେଣ୍ଟ ଲୁକ ଦେବା ପାଇଁ ଏମିତି ହେୟାର କଟ କରିଛନ୍ତି। ନଁା , ସେ ତାଙ୍କ ନିଜ ଇଚ୍ଛାରେ ଏମିତି କରିନାହଁାନ୍ତି । ଫିଲ୍ମରେ ଟିକେ ମୋଟା ଓ ମ୍ୟାଚ୍ୟୁଅଡ ଦୋଖାଯିବା ପାଇଁ ତାଙ୍କୁ ଏମତି କରିବାକୁ ପଡିଥିଲା ।ଆମେ କହୁଛୁ ହିରୋ ନଂ୨ ଫିଲ୍ମ କଥା । ଏହି ଫିଲ୍ମର ନିଦ୍ଦେର୍ଶକ ତାପସ ସରଘରିଆଙ୍କ କହିବା ଅନୁଯାୟୀ ଭୂମିକା ଆବଶ୍ୟକତା ଠାରୁ ଟିକେ ଅଧିକ ପତଳା ଦେଖାଯାଉଥିଲେ ଓ ଛୋଟ ପିଲା ପରି ଲାଗୁଥିଲେ । ଏହା ଦେଖି ପୁରା ଟିମ ଚିନ୍ତାରେ ପଡିଯାଇଥିଲା କାରଣ ବାବୁସାନଙ୍କ ସହ ତାଙ୍କ ଯୋଡି କେମିତି ସୁନ୍ଦର ଲାଗିବ ସେଥିପାଇଁ ସମଷ୍ତେ ଚେଷ୍ଟା କରିଥିଲେ । ଶେଷରେ ଭୂମିକାଙ୍କ ହେୟାର ଷ୍ଟାଇଲ ଚେଞ୍ଜ ହେବ ବୋଲି ନିଷ୍ପତ୍ତି ନିଆଗଲା । ଏହି ଫିଲ୍ମରେ ସୁନ୍ଦର ଦେଖାଯିବା ପାଇଁ ଭୂମିକାଙ୍କ ହେୟାର ଷ୍ଟାଇଲ ସହ ଗେଟଅପରେ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଏହି ଫିଲ୍ମରେ ଭୂମିକା ଜଣେ ସାମ୍ୱାଦିକା ଚରିତ୍ରରେ ନଜର ଆସିବେ । ବାବୁସାନଙ୍କ ସହ ଏହା ତାଙ୍କର ପ୍ରଥମ ଫିଲ୍ମ ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos