/odisha-reporter/media/post_attachments/uploads/2020/04/bidy123.jpg)
bidy123
ମୁମ୍ବାଇ: କରୋନା ଭାଇରସ୍ ପାଇଁ ସାରା ଦେଶ ୨୧ ଦିନିଆ ଲକ୍ଡାଉନ୍ରେ ଅଛି। ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତଙ୍କୁ ଘରେ ରହିବାକୁ କୁହାଯାଇଛି। ଆଉ ଏହି ଜରୁରୀ ସେବା କରୁଥିବା ଲୋକଙ୍କ ମଧ୍ୟରେ ରହିଛନ୍ତି ସଫେଇ କର୍ମଚାରୀ, ଯେଉଁମାନେ ପ୍ରତିଦିନ ଅଳିଆ ଆବର୍ଜନା ସଫା କରି ସହରକୁ ପରିଷ୍କାର ରଖୁଛନ୍ତି। ସେଥିପାଇଁ ବିଭିନ୍ନ ବର୍ଗର ଲୋକେ ସେମାନଙ୍କୁ ପ୍ରଶଂସା କରୁଛନ୍ତି। ଅଭିନେତ୍ରୀ ବିଦ୍ୟା ବଲାନ ମଧ୍ୟ ଜଣେ ସଫେଇ କର୍ମଚାରୀଙ୍କୁ ଏଥିପାଇଁ ଟିକେ ନିଆରା ଢଙ୍ଗରେ ଧନ୍ୟବାଦ ଦେଇଛନ୍ତି।
ବିଦ୍ୟା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ଶେଆର କରିଛନ୍ତି। ଏଥିରେ ଜଣେ ମହିଳା ସଫେଇ କର୍ମଚାରୀ ତାଙ୍କ କାର୍ଯ୍ୟରେ ନିମଗ୍ନ ଅଛନ୍ତି। ବିଦ୍ୟା ଭିଡିଓଟି ପୋଷ୍ଟ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ମ୍ୟାଡମ୍ ଧନ୍ୟବାଦ। ଭଗବାନ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ସହାୟ ହୁଅନ୍ତୁ।
ବିଦ୍ୟା ଏହି ଭିଡିଓଟିକୁ ତାଙ୍କ ଘର ବାଲ୍କୋନୀରୁ ଶୁଟ୍ କରିଛନ୍ତି। ସେହି ସମୟରେ ସଫେଇ କର୍ମୀ ଜଣଙ୍କ ଉପରକୁ ଚାହିଁ ତାଙ୍କୁ ଦେଖୁଥିିବାର ଦେଖିବାକୁ ମିଳିଛି। ବିଦ୍ୟା ଭିଡିଓଟିକୁ ସୋଶାଲ୍ ମିଡିଆରେ ଶେଆର କରିବା ପରେ ଏହା ଭାଇରାଲ୍ ହେବାରେ ଲାଗିଛି।
ବିଦ୍ୟାଙ୍କ ପ୍ରଶଂସକମାନେ ଏଥିରେ ପ୍ରତିକ୍ରିୟା ଦେଇ କହିଛନ୍ତି ଆମେ ସମସ୍ତେ ବିଦ୍ୟାଙ୍କ ପରି ଧନ୍ୟବାଦ ଜଣେଇବାର ମନୋବୃତ୍ତି ରଖିବା ଉଚିତ୍।
View this post on InstagramVidya being Vidya...!🥰🥰👌👍 #bollywood
A post shared by Vidya Balan Fan (@vidyabalanfan) on
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
