Advertisment

'ସେମାନଙ୍କ କାମ ହେଲା କହିବା...ଆମ କାମ ହେଲା କରିବା...'

ନୂଆଦିଲ୍ଲୀ: ସାରା ଦେଶରେ ଲକଡାଉନ ହେବାର ଆଜି 9ମ ଦିନ। ସମସ୍ତଙ୍କ ଭଳି ବଲିଉଡ୍ ମହାନାୟକ ବିଗ୍ ବି ଅମିତାଭ୍ ବଚ୍ଚନ ମଧ୍ୟ ନିଜ ଘରେ ରହି କରୋନା ସଂକ୍ରମଣ ମୁକାବିଲା ଲାଗି ଦେଶକୁ ସହଯୋଗ କରୁଛନ୍ତି। ଲକଡାଉନ ସମୟରେ ପୂର୍ବାପେକ୍ଷା ଅଧିକ ସୋଶାଲ ମିଡିଆରେ ଆକ୍ଟିଭ୍ ରହୁଛନ୍ତି ବିଗ୍ ବି। ଟ୍ୱିଟ୍ ଜରିଆରେ ସେ ନିଜ ଫ୍ୟାନମାନଙ୍କ ସହ ଯୋଡ଼ିହୋଇ ରହୁଛନ୍ତି ଏବଂ ଅନେକ ସମୟରେ ଟ୍ରୋଲ୍ ମଧ୍ୟ ହେଉଛନ୍ତି। T 3489 – उनका […]

author-image
Pragnya Choudhury
'ସେମାନଙ୍କ କାମ ହେଲା କହିବା...ଆମ କାମ ହେଲା କରିବା...'

Big B

ନୂଆଦିଲ୍ଲୀ: ସାରା ଦେଶରେ ଲକଡାଉନ ହେବାର ଆଜି 9ମ ଦିନ। ସମସ୍ତଙ୍କ ଭଳି ବଲିଉଡ୍ ମହାନାୟକ ବିଗ୍ ବି ଅମିତାଭ୍ ବଚ୍ଚନ ମଧ୍ୟ ନିଜ ଘରେ ରହି କରୋନା ସଂକ୍ରମଣ ମୁକାବିଲା ଲାଗି ଦେଶକୁ ସହଯୋଗ କରୁଛନ୍ତି। ଲକଡାଉନ ସମୟରେ ପୂର୍ବାପେକ୍ଷା ଅଧିକ ସୋଶାଲ ମିଡିଆରେ ଆକ୍ଟିଭ୍ ରହୁଛନ୍ତି ବିଗ୍ ବି। ଟ୍ୱିଟ୍ ଜରିଆରେ ସେ ନିଜ ଫ୍ୟାନମାନଙ୍କ ସହ ଯୋଡ଼ିହୋଇ ରହୁଛନ୍ତି ଏବଂ ଅନେକ ସମୟରେ ଟ୍ରୋଲ୍ ମଧ୍ୟ ହେଉଛନ୍ତି।

Advertisment

ମଙ୍ଗଳବାର ବିଗ୍ ବି ଏକ ଟ୍ୱିଟ୍ କରିଛନ୍ତି, ଯାହା ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେ ଲେଖିଛନ୍ତି, "ସେମାନଙ୍କ କାମ କହିବା, ଆମ କାମ କରିବା। ସେମାନେ କରିପାରୁଥିଲେ ସମୟ ମିଳି ନ ଥାନ୍ତା କହିବାକୁ, ଏଣୁ ସେମାନେ କହୁଛନ୍ତି। କାରଣ କିଛି ନ କରୁଥିବାରୁ ସେମାନଙ୍କୁ ସମୟ ମିଳୁଛି କହିବାକୁ। ଏହା ଖରାପ ସ୍ୱଭାବ ନୁହେଁ, ମୁଁ ତ ସେମାନଙ୍କ ପ୍ରଶଂସା କରୁଛି। ଯଦି ସେମାନେ କହି ନ ଥାନ୍ତେ, ତେବେ ଆମେ କିଛି କରୁଛୁ ବୋଲି କିପରି ଜଣାପଡ଼ିଥାନ୍ତା।"

Advertisment

କିଛି ଏଭଳି ଲେଖି ଏକ ହସୁଥିବା ଇମୋଟିକନ୍ ସହ ବିଗ୍ ବି ଏହି ପୋଷ୍ଟ ଟି ଶେୟାର କରିଛନ୍ତି। ତେବେ ସେ କାହା ଉଦ୍ଦେଶ୍ୟରେ ଏହା ଲେଖିଛନ୍ତି ସେ କଥା ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଦୈନନ୍ଦିନ ଜୀବନରେ ବିଗ୍ ବି ଶେୟାର କରିଥିବା ଏହି କେତୋଟି ଧାଡ଼ି କିନ୍ତୁ ବେଶ ଗ୍ରହଣୀୟ। ସମୟ ସମୟରେ ଏଭଳି ଶିକ୍ଷଣୀୟ ପୋଷ୍ଟ ଶେୟାର କରି ଫ୍ୟାନମାନଙ୍କୁ ଖୁସି କରିଦିଅନ୍ତି ଅମିତାଭ୍।