Advertisment

ଜାମିଆ ଛାତ୍ରଙ୍କୁ ‘ବିଗ୍‌ ବସ୍‌ ୧୩’ର ପୂର୍ବତନ ପ୍ରତିଯୋଗୀଙ୍କ ସମର୍ଥନ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏପରିକି ଏହି ବିରୋଧ ପ୍ରଦର୍ଶନ ହିଂସାର ରୂପ ନେଇଛି। ଗତକାଲି ଦେଶର ଅନ୍ୟତମ ବଡ଼ ବିଶ୍ୱବିଦ୍ୟାଳୟ ଜାମିଆ ମିଲିଆ ଇସ୍‌ଲାମିଆରେ ମଧ୍ୟ ଏଭଳି ସ୍ଥିତି ଦେଖାଯାଇଥିଲା। ବିକ୍ଷୋଭକାରୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲେ। ପୁଲିସ୍ ପକ୍ଷରୁ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରାଯିବା ସହ ଲାଠିଚାର୍ଜ କରାଯାଇଥିଲା। ୫୦ରୁ ଅଧିକ ଛାତ୍ରଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ତେବେ ଏସବୁ ଭିତରେ ବିକ୍ଷୋଭକାରୀ […]

ଜାମିଆ ଛାତ୍ରଙ୍କୁ ‘ବିଗ୍‌ ବସ୍‌ ୧୩’ର ପୂର୍ବତନ ପ୍ରତିଯୋଗୀଙ୍କ ସମର୍ଥନ

jamia

Advertisment

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏପରିକି ଏହି ବିରୋଧ ପ୍ରଦର୍ଶନ ହିଂସାର ରୂପ ନେଇଛି। ଗତକାଲି ଦେଶର ଅନ୍ୟତମ ବଡ଼ ବିଶ୍ୱବିଦ୍ୟାଳୟ ଜାମିଆ ମିଲିଆ ଇସ୍‌ଲାମିଆରେ ମଧ୍ୟ ଏଭଳି ସ୍ଥିତି ଦେଖାଯାଇଥିଲା। ବିକ୍ଷୋଭକାରୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲେ। ପୁଲିସ୍ ପକ୍ଷରୁ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରାଯିବା ସହ ଲାଠିଚାର୍ଜ କରାଯାଇଥିଲା। ୫୦ରୁ ଅଧିକ ଛାତ୍ରଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ତେବେ ଏସବୁ ଭିତରେ ବିକ୍ଷୋଭକାରୀ ଛାତ୍ରଙ୍କୁ ‘ବିଗ୍‌ ବସ୍‌ ୧୩’ର ପୂର୍ବତନ ପ୍ରତିଯୋଗୀ ତଥା ରାଜନୀତିକ ସମୀକ୍ଷକ ତେହସୀନ୍‌ ପୁନାୱାଲାଙ୍କ ସମର୍ଥନ ମିଳିଛି। ସେମାନଙ୍କ ସପକ୍ଷରେ ତେହସୀନ୍‌ ଏକ ଟ୍ୱିଟ୍ କରିଛନ୍ତି।

Advertisment

https://twitter.com/tehseenp/status/1206260379610841088

ତେହସୀନ୍‌ ଲେଖିଛନ୍ତି, “ଜାମିଆ ମିଲିଆ ଅବା ଦିଲ୍ଲୀର ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଯଦି କୌଣସି ପ୍ରକାର ଆଇନ୍ ଅବା ମେଡିକାଲ୍‌ ସହାୟତା ଆବଶ୍ୟକ କରୁଛନ୍ତି, ତା’ହେଲେ ଦୟାକରି ମେସେଜ୍‌ କରି ଯୋଗାଯୋଗ କରନ୍ତୁ। ସାହାଯ୍ୟ କରିବା ପାଇଁ ମୁଁ ମୋର ସାମର୍ଥ ମତେ ସାହାଯ୍ୟ କରିବାକୁ ଚେଷ୍ଟା କରିବି।”

https://www.instagram.com/p/B4c99PjJXTj/?utm_source=ig_web_copy_link

ସେ ଆହୁରି ଲେଖିଛନ୍ତି, “ଆମେ ଶାନ୍ତିପୂର୍ଣ୍ଣ ଭାବେ ଏହି ଆନ୍ଦୋଳନ ଜାରି ରଖିବା ଓସରକାରଙ୍କୁ ଆମକୁ ବିଭାଜନ କରିବାକୁ ଦେବା ନାହିଁ।’ ତେହସୀନ୍‌ଙ୍କ ଏହି ଟ୍ୱିଟ୍‌କୁ ପଢ଼ି  ଲୋକମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି। କେହି କେହି ଅଭିଯୋଗ କରିଛନ୍ତି ଯେ ଏପରି ଟ୍ୱିଟ୍ କରି ସେ ହିଂସା କରିବାକୁ ଛାତ୍ରମାନଙ୍କୁ ଉସୁକାଉଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe