Advertisment

ଏମିତି ହେବା ବିଗ୍‌ ବସ୍‌ ଇତିହାସରେ ପ୍ରଥମ

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ରେ ଅନେକ ଦିନ ହେଲା ଖାଲି ଝଗଡ଼ା ଦେଖିବାକୁ ମିଳୁଥିଲା। ହେବେ ଅନେକ ଦିନ ପରେ ଏବେ ଘରର ମାହୋଲରେ ଟିକେ ପରିବର୍ତ୍ତନ ଆସିଛି। ବିବି ହାଉସ୍‌ରେ ଏବେ ଚାଲିଛି କମେଡ଼ିର ତଡ଼କା। କାରଣ ଘର ଭିତରକୁ ଏଣ୍ଟ୍ରି କରିଛନ୍ତି କମେଡ଼ିଆନ୍‌ ବିକାଶ ଖାନ୍ନା ଓ ଦୀପିକା ପାଦୁକୋନ୍। ଯାହାପରେ ଶୋ’ରେ ପ୍ରଥମ ଥର ପାଇଁ କିଛି ଏମିତି ହୋଇଛି ଯାହା ପୂର୍ବରୁ କେବେ ହୋଇ ନାହିଁ। https://www.instagram.com/tv/B7IsEWsgsKb/?utm_source=ig_web_copy_link ଗତକାଲି ଏପିସୋଡ୍‌ରେ ଘରର […]

author-image
Chinmayee Roy
ଏମିତି ହେବା ବିଗ୍‌ ବସ୍‌ ଇତିହାସରେ ପ୍ରଥମ

bigboss

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ରେ ଅନେକ ଦିନ ହେଲା ଖାଲି ଝଗଡ଼ା ଦେଖିବାକୁ ମିଳୁଥିଲା। ହେବେ ଅନେକ ଦିନ ପରେ ଏବେ ଘରର ମାହୋଲରେ ଟିକେ ପରିବର୍ତ୍ତନ ଆସିଛି। ବିବି ହାଉସ୍‌ରେ ଏବେ ଚାଲିଛି କମେଡ଼ିର ତଡ଼କା। କାରଣ ଘର ଭିତରକୁ ଏଣ୍ଟ୍ରି କରିଛନ୍ତି କମେଡ଼ିଆନ୍‌ ବିକାଶ ଖାନ୍ନା ଓ ଦୀପିକା ପାଦୁକୋନ୍। ଯାହାପରେ ଶୋ’ରେ ପ୍ରଥମ ଥର ପାଇଁ କିଛି ଏମିତି ହୋଇଛି ଯାହା ପୂର୍ବରୁ କେବେ ହୋଇ ନାହିଁ।

Advertisment

https://www.instagram.com/tv/B7IsEWsgsKb/?utm_source=ig_web_copy_link

ଗତକାଲି ଏପିସୋଡ୍‌ରେ ଘରର କିଛି ସଦସ୍ୟ ପ୍ରଥମ ଥର ପାଇଁ ଜନତାଙ୍କ ସାମ୍ନାରେ କମେଡ଼ି ଶୋ’ କରିଥିଲେ। ଆଉ କିଛି ସଦସ୍ୟ ଆଜି ଫର୍ଫମ୍‌ କରିବେ। ତେବେ ଏଭଳି ପ୍ରଥମ ଥର ଶୋ’ରେ ହୋଇଛି ଯେବେ ଘର ଭିତରକୁ ଜନତା ପ୍ରବେଶ କରିବେ ଓ ତାଙ୍କ ଆଗରେ ପ୍ରତିଯୋଗୀମାନେ ଲାଇଭ୍‌ ପର୍ଫମ୍‌ କରିବେ। ତେବେ ଏହା ବ୍ୟତୀତ ଶୋ’ରେ ଆଉ କିଛି ଏମିତି ହୋଇଛି ଯାହା ବିଗ୍‌ ବସ୍‌ ଇତିହାସରେ କେବେ ହୋଇନାହିଁ।

https://www.instagram.com/tv/B7IzqvzAeOd/?utm_source=ig_web_copy_link

‘ବିଗ୍‌ ବସ୍‌’ ଜାରି କରିଥିବା ପ୍ରୋମୋ ଅନୁଯାୟୀ ଆଗାମୀ ଏପିସୋଡ୍‌ରେ ବଲିଉଡ୍‌ର ମସ୍ତାନୀ ଦୀପିକା ପାଦୁକୋନ୍ ‘ଛପାକ୍‌’ର ପ୍ରମୋଶନ୍‌ ପାଇଁ ଘର ଭିତରକୁ ଏଣ୍ଟ୍ରି କରିବେ। ତାଙ୍କ ସହ ଫିଲ୍ମର ଲିଡ୍‌ ହିରୋ ବିକ୍ରାନ୍ତ ମେସୀ ଓ ଏସିଡ୍‌ ଆକ୍ରମଣ ପିଡ଼ୀତା ଲକ୍ଷ୍ମୀ ଅଗ୍ରୱାଲ୍‌ ମଧ୍ୟ ଏଣ୍ଟ୍ରି କରିବେ। ତେବେ ଦୀପିକା ଘରର ସମସ୍ତ ସଦସ୍ୟଙ୍କ୍ ଏକ ଟାସ୍କ କରିବାକୁ ଦେବେ। ଆଉ ଏହି ଟାସ୍କର ୱିନର୍‌ ଟିମ୍‌କୁ ସେ ବାହାରକୁ ବୁଲିବାକୁ ନେବେ। ଏଭଳି ‘ବିଗ୍‌ ବସ୍‌’ ଇତିହାସରେ କେବେ ବି ହୋଇନାହିଁ। ତେବେ ପ୍ରମୋରେ ଦେଖିବାକୁ ମିଳୁଛି ଯେ ଏକ ଓପନ୍‌ ଜିପ୍‌ରେ ଦୀପିକାଙ୍କ ସହ, ବିଶାଲ୍‌ ଆଦିତ୍ୟ ସିଂ, ଶେହେନାଜ ଗିଲ୍‌, ମଧୂରିମା ତୁଲୀ, ଆରତୀ ସିଂହ ଓ ଶେଫାଲି ଜରିୱାଲା ବାହାରକୁ ବୁଲିବାକୁ ଯାଇଛନ୍ତି ଓ ବେଶ୍‌ ମସ୍ତି କରୁଛନ୍ତି। ଏହି ସବୁ ଆପଣଙ୍କୁ ଆଜିର 'ୱିକେଣ୍ଡ କା ବାର୍‌'ରେ ଦେଖିବାକୁ ମିଳିବ।

Advertisment

https://www.instagram.com/p/B7K3pWxA8KE/?utm_source=ig_web_copy_link