Advertisment

ଫିନାଲେ ୱିକ୍‌ରେ 'ଟପ୍‌ ୭'ଙ୍କ ଏଣ୍ଟ୍ରି

ମୁମ୍ବାଇ: ‘ବିଗ୍‌ବସ୍‌’ ସିଜିନ୍‌ ୧୩ ଏବେ ଫିନାଲେ ୱିକ୍‌ରେ ପହଞ୍ଚିଯାଇଛି। ଏଇ ୧୫ରେ ଏହାର ଗ୍ରାଣ୍ଡ ଫିନାଲେ ହେବ। ଆଉ ଏଥିପାଇଁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ବର୍ତ୍ତମାନ ଖବର ଆସିଛି ଯେ ଫିନାଲେ ୱିକ୍‌ରେ ଟପ୍‌ ୭ ଲଢ଼ିବେ। ଏହି ‘ୱିକେଣ୍ଡ କା ବାର୍‌’ରେ ମସସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ‘ନୋ ଏଭିକ୍ଶନ୍‌’। ଅର୍ଥାତ ଘରୁ କେହି ବି ବାହାରିବେ ନାହିଁ। ତେଣୁ ଶେଷ ସପ୍ତାହରେ ବି ଘରେ ୭ ଜଣ ପ୍ରତିଯୋଗୀ ରହିବେ। ତେବେ […]

ଅଦ୍ୟତନ ହୋଇଛି
ଫିନାଲେ ୱିକ୍‌ରେ 'ଟପ୍‌ ୭'ଙ୍କ ଏଣ୍ଟ୍ରି

bigboss-2

Advertisment

ମୁମ୍ବାଇ: ‘ବିଗ୍‌ବସ୍‌’ ସିଜିନ୍‌ ୧୩ ଏବେ ଫିନାଲେ ୱିକ୍‌ରେ ପହଞ୍ଚିଯାଇଛି। ଏଇ ୧୫ରେ ଏହାର ଗ୍ରାଣ୍ଡ ଫିନାଲେ ହେବ। ଆଉ ଏଥିପାଇଁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ବର୍ତ୍ତମାନ ଖବର ଆସିଛି ଯେ ଫିନାଲେ ୱିକ୍‌ରେ ଟପ୍‌ ୭ ଲଢ଼ିବେ।

Advertisment

publive-imageଏହି ‘ୱିକେଣ୍ଡ କା ବାର୍‌’ରେ ମସସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ‘ନୋ ଏଭିକ୍ଶନ୍‌’। ଅର୍ଥାତ ଘରୁ କେହି ବି ବାହାରିବେ ନାହିଁ। ତେଣୁ ଶେଷ ସପ୍ତାହରେ ବି ଘରେ ୭ ଜଣ ପ୍ରତିଯୋଗୀ ରହିବେ। ତେବେ ଏହା ‘ବିଗ୍‌ ବସ୍‌’ ଇତିହାସରେ ପ୍ରଥମ।

publive-image‘ବିଗ୍‌ ବସ୍‌’  ଫ୍ୟାନ୍‌କ୍ଲବ ଅନୁଯାୟୀ, ଶୋ’ର ହୋଷ୍ଟ ପ୍ରଥମେ ସଲ୍‌ମାନ୍‌ ଖାନ୍‌ ଥଟ୍ଟା କରିବା ପାଇଁ ପ୍ରଥମେ ଆରତି ପରେ ମାହିରା ଓ ଶେଷରେ ଶେହନାଜ୍‌ଙ୍କର ଫେକ୍‌ ଏଭିକ୍ଶନ୍‌ କରିବେ। ଏହାପରେ ‘ବିଗ୍‌ ବସ୍‌’ ସପ୍ତାହ ଶେଷ ଆଡ଼କୁ ମିଡ୍‌ନାଇଟ୍‌ ଏଭିକ୍ଶନ୍‌ର ଟ୍ୱିଷ୍ଟ ନେଇଆସିବେ। ଏହିଥିରେ ହିଁ ଆରତି, ମାହିରା ଓ ଶେହନାଜ୍‌ଙ୍କ ମଧ୍ୟରୁ କେହି ଜଣେ ବାହାରିବେ। ଏହାପରେ ଫିନାଲେ ଏପିସୋଡ୍‌ରେ ଟପ୍‌ ୫ ଷ୍ଟେଜ୍‌ରେ ଛିଡ଼ାହେବେ।

Advertisment

https://www.instagram.com/p/B8X679HFRI_/?utm_source=ig_web_copy_link

ସୂଚନା ଅନୁଯାୟୀ, ସବୁଥର ଅପେକ୍ଷା ଏଥରର ଫିନାଲେ ବହୁ ଆଡ଼ମ୍ବରେ କରାଯିବ। ଏଥିପାଇଁ ଏକ ବଡ଼ ଷ୍ଟେଜ୍‌ର ମଧ୍ୟ ଆୟୋଜନ କରାଯାଉଛି। ଆଉ ଏଥିପାଇଁ ପାଖାପାଖି ୧୦ ରୁ ୧୨ କୋଟି ଟଙ୍କାର ବଜେଟ୍‌ ରହିଛି। ଏହା ବ୍ୟତୀତ ଗ୍ରାଣ୍ଡ ଫିନାଲେ ଦିନ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ ସେମାନଙ୍କ ଅପ୍‌କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟିଜର୍‌ ରିଲିଜ୍‌ କରିବେ ବୋଲି ଚର୍ଚ୍ଚା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe