Advertisment

ଶେଫାଳିଙ୍କୁ ଘରର ସଦସ୍ୟ ଦେଖାଇଲେ ବାହାରର ରାସ୍ତା

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ରୁ ଗତକାଲି ଶେଫାଳି ବଗ୍ଗା ବାହାରି ଯାଇଛନ୍ତି। ଫଳରେ ‘ବିବି’ ଘରକୁ ୱାଇଲ୍ଡକାର୍ଡ ଏଣ୍ଟ୍ରି କରିଥିବା ଶେଫାଳି ପୁଣି ଥରେ ନିରାଶ ହୋଇଛନ୍ତି। ପୂର୍ବରୁ ସେ କମ୍ ଭୋଟ୍ ପାଇ ବିଦା ହୋଇଥିଲେ। ତେବେ ନିର୍ମାତା ଶୋ’କୁ ଆହୁରି ୫ ସପ୍ତାହ ବଢ଼ାଇବା ପରେ ସେ ଶୋ’କୁ ପୁଣି ଫେରିଥିଲେ। ତାଙ୍କୁ ୱାଇଲ୍ଡକାର୍ଡ୍ ଯୋଗେ ଏଣ୍ଟ୍ରି କରାଯାଇଥିଲା। https://www.instagram.com/p/B6pgtCYHzxe/?utm_source=ig_web_copy_link ଗତ ସପ୍ତାହରେ ୬ ଜଣ ସଦସ୍ୟ ଘରୁ ବାହାରିବାକୁ ନୋମିନେଟ୍‌ ହୋଇଥିଲେ। ସେମାନଙ୍କ […]

ଅଦ୍ୟତନ ହୋଇଛି
ଶେଫାଳିଙ୍କୁ ଘରର ସଦସ୍ୟ ଦେଖାଇଲେ ବାହାରର ରାସ୍ତା

shefali

Advertisment

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ରୁ ଗତକାଲି ଶେଫାଳି ବଗ୍ଗା ବାହାରି ଯାଇଛନ୍ତି। ଫଳରେ ‘ବିବି’ ଘରକୁ ୱାଇଲ୍ଡକାର୍ଡ ଏଣ୍ଟ୍ରି କରିଥିବା ଶେଫାଳି ପୁଣି ଥରେ ନିରାଶ ହୋଇଛନ୍ତି। ପୂର୍ବରୁ ସେ କମ୍ ଭୋଟ୍ ପାଇ ବିଦା ହୋଇଥିଲେ। ତେବେ ନିର୍ମାତା ଶୋ’କୁ ଆହୁରି ୫ ସପ୍ତାହ ବଢ଼ାଇବା ପରେ ସେ ଶୋ’କୁ ପୁଣି ଫେରିଥିଲେ। ତାଙ୍କୁ ୱାଇଲ୍ଡକାର୍ଡ୍ ଯୋଗେ ଏଣ୍ଟ୍ରି କରାଯାଇଥିଲା।

Advertisment

https://www.instagram.com/p/B6pgtCYHzxe/?utm_source=ig_web_copy_link

ଗତ ସପ୍ତାହରେ ୬ ଜଣ ସଦସ୍ୟ ଘରୁ ବାହାରିବାକୁ ନୋମିନେଟ୍‌ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ମଧୁରିମା ତୁଲୀ, ବିଶାଲ ଆଦିତ୍ୟ ସିଂହ, ରଶ୍ମି ଦେଶାଇ, ଶେଫାଳି ଜରିୱାଲା, ଶେଫାଳି ବଗ୍ଗା ଓ ମାହିରା ଶର୍ମା। ଶେହେନାଜ୍‌ ଗିଲ୍‌ ତାଙ୍କ ପାୱାର୍‌ ବ୍ୟବହାର କରି ରଶ୍ମିଙ୍କୁ ନୋମିନେଟ୍ କରିଥିଲେ। ତେବେ ଏହି ୬ ଜଣଙ୍କ ମଧ୍ୟରୁ ଶେଫାଳି ବଗ୍ଗା ଓ ମଧୁରିମା ତୁଲୀଙ୍କୁ ସବୁଠୁ କମ୍‌ ଭୋଟ୍‌ ମିଳିଥିଲା ଏହାପରେ ‘ବିଗ୍‌ ବସ୍‌’ ଏହି ଦୁଇ ଜଣଙ୍କ ଭାଗ୍ୟର ନିଷ୍ପତ୍ତି ଘରର ସଦସ୍ୟମାନଙ୍କ ଉପରେ ଛାଡ଼ି ଦେଇଥିଲେ। ଘରର ଅଧିକାଂଶ ସଦସ୍ୟ ଶେଫାଳି ବଗ୍ଗାଙ୍କ ବିରୋଧରେ ମତ ଦେଇଥିଲେ। ଫଳରେ ‘ବିବି’ ହା‌ଉସ୍‌ରେ ତାଙ୍କ ସଫର୍ ଶେଷ ହୋଇଯାଇଛି।

https://twitter.com/AamirKazi7/status/1213878526346190849

ସୂଚନା ଅନୁଯାୟୀ, ‘ବିଗ୍ ବସ୍ ୧୩’ର ଅପ୍‌କମିଂ ଏପିସୋଡ୍‌ରେ ପୁଣି ଦେଖିବାକୁ ମିଳିବ ଜବରଦସ୍ତ ଡ୍ରାମା। ଶେହେନାଜ୍‌ ଓ ସିଦ୍ଧାର୍ଥଙ୍କ ଭିତରେ ହେବ କଡ଼ା ଟକ୍କର। ଆଉ ଶେହେନାଜ୍‌ ରାଗିଯାଇ ସିଦ୍ଧାର୍ଥଙ୍କ ଉପରେ ହାତ ଉଠାଇ ଦେବେ। ଏମାନଙ୍କ ବ୍ୟତୀତ ବିଶାଲ ଓ ମଧୁରିମାଙ୍କ ଭିତରେ ମଧ୍ୟ ବେଶ୍ ଝଗଡ଼ା ଦେଖିବାକୁ ମିଳିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe