ମୁମ୍ବାଇ: ‘ବିଗ୍ ବସ୍ ୧୪’ରେ ଗତ ୩ ଦିନ ହେବ ଲଗାତାର ଅତିଥି ଆସୁଛନ୍ତି। ଗତ ଦୁଇ ଦିନ ଧରି ଡିଜେ ନାଇଟ୍ ହେବାପରେ ଏବେ ପୁଣିଥରେ ଶୋ’କୁ ଆଉଜଣେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଶୋ’ର ଆରମ୍ଭରେ ଘରର ସଦସ୍ୟମାନେ ୩ ଜଣ ସିନିୟର(ସିଜିନ୍ ୩ର ବିଜେତା ଗୋହର ଖାନ୍, ସିଜିନ୍ ୧୧ ରନର୍ସଅପ୍ ହିନା ଖାନ୍ ଓ ସିଜିନ୍ ୧୩ ବିଜେତା ସିଦ୍ଧାର୍ଥ ଶୁଖ୍ଲା)ଙ୍କୁ ଭେଟିଥିଲେ। ବର୍ତ୍ତମାନ ଶୋ’କୁ ଏଣ୍ଟ୍ରି ନେବେ ‘ବିଗ୍ ବସ୍ ୧୦’ ପ୍ରତିଯୋଗୀ ମୋନାଲିସା। ତେବେ ଏହି ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ପ୍ରତିଯୋଗୀ ଭାବରେ ନୁହେଁ ବରଂ ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ ଘରେ ପ୍ରବେଶ କରିବାକୁ ଯାଉଛନ୍ତି।
View this post on Instagram
ମୋନାଲିସା ‘କଲର୍ସ’ର ନୂଆ ଶୋ’ ‘ନମକ ଇଶ୍କ କା’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏହାର ପ୍ରମୋଶନ କରିବା ପାଇଁ ସେ ‘ବିଗ୍ ବସ୍’କୁ ଆସୁଛନ୍ତି। ମୋନାଲିସା ତାଙ୍କ ପୂର୍ବ ଶୋ’ ‘ନଜର୍’ରେ ଡାହାଣୀ ମୋହନାଙ୍କ ଭୂମିକାରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ତେବେ ଏହି ଶୋ’ରେ ମଧ୍ୟ ସେହିଭଳି ଚାର ଚାନ୍ଦ ଲଗାଇଦେବେ ବୋଲି ଆଶା କରାଯାଉଛି।
View this post on Instagram
‘ବିଗ୍ ବସ୍ ୧୦’ରେ ମୋନାଲିସା ସେହି ସମୟରେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ସେ ଶୋ’ରେ ବିକ୍ରାନ୍ତ ସିଂ ରାଜପୁତଙ୍କୁ ବିବାହ କରିଥିଲେ। ‘ବିଗ୍ ବସ୍’ ପରେ ମୋନାଲିସାଙ୍କୁ ଡ୍ୟାନ୍ସ ରିଅଲିଟି ଶୋ’ ‘ନଚ୍ ବଲିଏ ୮’ ଏବଂ ‘ନଜର୍’ରେ ଦେଖିବାକୁ ମିଳିଥିଲା। ସୋଶାଲ୍ ମିଡିଆରେ ମୋନାଲିସା ବହୁତ ସକ୍ରିୟ। ସେ ପ୍ରାୟ ସମୟରେ ନିଜର ଫଟୋ ଓ ଭିଡିଓ ସବୁ ଶେଆର୍ କରନ୍ତି। ଯେଉଁଥିରେ ତାଙ୍କର ୟୁନିକ୍ ଷ୍ଟାଇଲ୍କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।