saba-khan
ମୁମ୍ବାଇ: ରିଆଲିଟି ଶୋ’ରୁ ଏମିତି ଅନେକ ଷ୍ଟାର ଅଭିନୟ ଦୁନିଆରେ ପାଦ ରଖିଛନ୍ତି। ଏହାର ଉଦାହରଣ ପୂର୍ବରୁ ଆମେ ଦେଖିସାରିଛେ। ଏବେ ଆଉ ଜଣେ ରିଆଲିଟି ଶୋ’ ପ୍ରତିଯୋଗୀ ଅଭିନୟ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ସେ ହେଉଛନ୍ତି ସବା ଖାନ୍। ବିଗ୍ବସ୍-୧୨ରେ ସେ ପ୍ରତିଯୋଗୀ ଥିଲେ। ଏବେ ଟିଭି ପରଦାରେ ନିଜର ଜଲ୍ୱା ଦେଖାଇବେ।
https://www.instagram.com/p/BvyQJ2OngcI/?utm_source=ig_web_copy_link
ତାଙ୍କୁ ଟିଭି ସୋ’ ‘ଦ୍ୱାରିକାଧୀଶ ଭଗବାନ୍ ଶ୍ରୀ କୃଷ୍ଣ’ଙ୍କ ଦ୍ୱିତୀୟ ସିଜିନ୍ରେ ଦେଖିବାକୁ ମିଳିବ। ଏହି ସୋ’ ‘ଦଙ୍ଗଲ୍’ ଟିଭିରେ ପ୍ରସାରିତ ହେବ। ସବା ଏଥିରେ ପ୍ରମୂଖ ଭୂମିକାରେ ଅଭିନୟ କରିବେ। ରିପୋର୍ଟ ମୁତାବକ ଚାହତ ପାଣ୍ଡେ, ନୀତା ସେଟ୍ଟୀ, ନିଶା ନାଗପାଲ୍ ଓ ଅଭିନବ ସିହ୍ନା ଏହି ସୋ’ରେ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିବେ।
ରିପୋର୍ଟ ମୁତାବକ, ଏହି ସୋ’ରେ ସବା ଖାନ୍ ସତ୍ୟଭାମା ଚରିତ୍ରରେ ଅଭିନୟ କରିବେ। କିନ୍ତୁ ସବା ଖାନ୍ଙ୍କ ତରଫରୁ ଏ ବିଷୟରେ କୌଣସି ସାର୍ବଜନୀନ ଘୋଷଣା ହୋଇନାହିଁ। ସୂଚନାଯୋଗ୍ୟ ଯେ, ଭଗବାନ୍ କୃଷ୍ଣ ରୁକ୍ମଣୀଙ୍କ ପରେ ସତ୍ୟଭାମାଙ୍କୁ ଦ୍ୱିତୀୟ ପତ୍ନୀର ମର୍ଯ୍ୟଦା ଦେଇଥିଲେ।
ସବା ଖାନ୍ଙ୍କ ଘର ରାଜସ୍ଥାନର ଜୟପୁରରେ। ବିଗ୍ବସ୍ ଘରେ ସବା ନିଜ ଜାଆଁଳା ଭଉଣୀ ସୋମୀ ଖାନ୍ଙ୍କ ସହ ଅସିଥିଲେ। ଏଥିରେ ଦୁଇ ଭଉଣୀ ବେଶ ଲୋକପ୍ରିୟ ହୋଇ ପାରିଥିଲେ। ସବାଙ୍କ ଭଉଣୀ ସୋମୀ ମଧ୍ୟ ଅଭିନୟ କ୍ଷେତ୍ରରେ ରୁଚି ରଖନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/05/saba-khan.jpg)