Advertisment

'ବିଗ୍‌ ବସ୍‌'ରୁ ବାହାରିଲେ ଅବ୍ବୁ ମଲ୍ଲୀକ୍

ମୁମ୍ବାଇ: ବିବାଦୀୟ ରିୟାଲିଟି ଶୋ’ ‘ବିଗ୍‌ବସ୍‌-୧୩’ରେ ଗତ ୱିକେଣ୍ଡ କା ୱାର୍‌ ରେ ଆଉ ଏକ ଏଲିମିନେଶନ୍‌ ହୋଇଯାଇଛି। ମ୍ୟୁଜିକ୍‌ କମ୍ପୋଜର ଅବ୍ବୁ ମଲ୍ଲୀକ ବିଗ୍‌ବସ୍‌ ୧୩ରୁ ଏଲିମିନେଟ୍‌ ହୋଇଯାଇଛନ୍ତି। ଏହା ହେଉଚି ଶୋ’ର ତୃତୀୟ ଏଲିମିନେଶନ୍‌। ପୂର୍ବରୁ ଦଲଜିତ୍‌ କୌର୍ ଓ କୋଏନା ମିତ୍ରା ବିଗ୍‌ବସ୍‌ ଘରୁ ବାହାରି ସାରିଛନ୍ତି। ‘ବିଗ୍‌ବସ୍’ ଘରୁ ଏତେ ଶୀଘ୍ର ବାହାରି ଅବ୍ବୁ ବଡ଼ ଦୁଃଖୀ ହୋଇଛନ୍ତି। ହେଲେ ସେ ଖୁସି ଯେ ସେ ନିଜ ଗେମ୍‌ ବହୁତ ଭଲରେ […]

'ବିଗ୍‌ ବସ୍‌'ରୁ ବାହାରିଲେ ଅବ୍ବୁ ମଲ୍ଲୀକ୍

ABBU-MALLIK

Advertisment

ମୁମ୍ବାଇ: ବିବାଦୀୟ ରିୟାଲିଟି ଶୋ’ ‘ବିଗ୍‌ବସ୍‌-୧୩’ରେ ଗତ ୱିକେଣ୍ଡ କା ୱାର୍‌ ରେ ଆଉ ଏକ ଏଲିମିନେଶନ୍‌ ହୋଇଯାଇଛି। ମ୍ୟୁଜିକ୍‌ କମ୍ପୋଜର ଅବ୍ବୁ ମଲ୍ଲୀକ ବିଗ୍‌ବସ୍‌ ୧୩ରୁ ଏଲିମିନେଟ୍‌ ହୋଇଯାଇଛନ୍ତି। ଏହା ହେଉଚି ଶୋ’ର ତୃତୀୟ ଏଲିମିନେଶନ୍‌। ପୂର୍ବରୁ ଦଲଜିତ୍‌ କୌର୍ ଓ କୋଏନା ମିତ୍ରା ବିଗ୍‌ବସ୍‌ ଘରୁ ବାହାରି ସାରିଛନ୍ତି।

Advertisment

‘ବିଗ୍‌ବସ୍’ ଘରୁ ଏତେ ଶୀଘ୍ର ବାହାରି ଅବ୍ବୁ ବଡ଼ ଦୁଃଖୀ ହୋଇଛନ୍ତି। ହେଲେ ସେ ଖୁସି ଯେ ସେ ନିଜ ଗେମ୍‌ ବହୁତ ଭଲରେ ଖେଳିଛନ୍ତି।  ଘରୁ ବାହାରିବା ପରେ ଅବ୍ବୁ ଏକ ସାକ୍ଷାତକାର ଦେଇ କହିଛନ୍ତି, ‘ମୁଁ ଜାଣିଥିଲି ଯେ ମୋର ଶୋ’ରୁ ବାହାରିବା ଖବର ଶୁଣି ମୋ ପରିବାରଙ୍କୁ ବଡ଼ ଧକ୍କା ଲାଗିଥିବ। ହେଲେ ମୁଁ ଏହା ମଧ୍ୟ ଜାଣିଥିଲି ଯେ ଏଥର ମୁଁ ହିଁ ଶୋ’ରୁ ଆଉଟ୍‌ ହେବି।’

https://www.instagram.com/p/B35Dt3mJczH/?utm_source=ig_web_copy_link

ଅବ୍ବୁ ଆଗକୁ କହିଛନ୍ତି, ‘ମୁଁ ଯେତେବେଳେ ବିଗ୍‌ ବସ୍‌ ଘରୁ ବାହାରିଲି ସେମାନେ ମୋତେ କହିଲେ ଯେ ମୁଁ ବହୁତ ଭଲ ଗେମ୍‌ ଖେଳିଛନ୍ତି। ଯଦି ଆପଣ ଶୋ’ରୁ ବାହାରିଯାଉଛନ୍ତି ତେବେ କୌଣସି ଅସୁବିଧା ନାହିଁ।  ହେଲେ ଶୋ’ରେ ୟଙ୍ଗ ଲୋକମାନଙ୍କୁ ବେଶି କରାଯାଏ।’ ଅବ୍ବୁ କହିଥିଲେ ଯେ ତାଙ୍କୁ ଟିକେ ବି ଜଣାନଥିଲା ଯେ ଶୋ’ରେ ରହିବା ପାଇଁ ତାଙ୍କୁ ଡ୍ୟାନ୍ସ, ପାଟି ତୁଣ୍ଡ ଓ ଅଯଥା କଳିଝଗଡ଼ା କରିବାକୁ ପଡ଼ିବ। ସେ ବାସ୍‌ ସମସ୍ତଙ୍କ ସହ ଭଲ ସମୟ ବତାଇବାକୁ ଚାହୁଁଥିଲେ। ଯାହାକି ସେ କରିଥିଲେ ମଧ୍ୟ।

Advertisment

ଅବ୍ବୁଙ୍କୁ ୱାଇଲ୍ଡକାର୍ଡ଼ ଏଣ୍ଟ୍ରି ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ତାଙ୍କୁ ଘର ଭିତରକୁ ପୁଣିଥରେ ଏଣ୍ଟ୍ରି କରିବାରେ କୌଣସି ଅସୁବିଧା ନାହିଁ ହେଲେ ତାଙ୍କୁ ପୂରା ବିଶ୍ୱାସ ଯେ ‘ବିଗ୍‌ ବସ୍‌’ର ନିର୍ମାତା ତାଙ୍କୁ କେବେ ବି ୱାଇଲ୍ଡକାର୍ଡ଼ ପାଇଁ ବାଛିବେ ନାହିଁ।

ସୂଚନାଯୋଗ୍ୟ, ଅବ୍ବୁ ହେଉଛନ୍ତି ବଲିଉଡ୍‌ର ସଫଳ ମ୍ୟୁଜିକ୍‌ ଡାଇରେକ୍ଟର ଅନ୍ନୁ ମଲ୍ଲିକଙ୍କ ସାନ ଭାଇ। ସେ ଦେଖିବାକୁ ମଧ୍ୟ ପ୍ରାୟ ଅନ୍ନୁଙ୍କ ଭଳି । ଅନ୍ନୁଙ୍କ ବଳି ସେ ମଧ୍ୟ ଜଣେ ଚର୍ଚ୍ଚିତ ମ୍ୟୁଜିକ୍‌ କମ୍ପୋଜର୍ ଓ ଜଣେ ଭଲ ଶୋ’ ଅର୍ଗାନାଇଜର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe