Advertisment

‘ବିଗ୍‌ ବସ୍‌ ୧୩’ର ଏହି ପ୍ରତିଯୋଗୀ ସୋଶାଲ୍‌ ମିଡିଆରେ ହେଉଛନ୍ତି ଟ୍ରେଣ୍ଡ

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ରେ ଏମିତିରେ ତ ସମସ୍ତେ ଗ୍ଲାମର ଚେହେରା, କିନ୍ତୁ ଏହି ସିଜିନ୍‌ରେ ଘରର ଆଇ କ୍ୟାଣ୍ଡି ହେଉଛନ୍ତି କଶ୍ମୀରୀ ମଡେଲ୍‌ ଅସୀମ ରିୟାଜ୍। ସେଶାଲ୍‌ ମିଡିଆରେ ତାଙ୍କ ଫଟୋ ବେଶ୍ ଭାଇରାଲ୍‌ ହୁଏ। ହେଲେ ଶୋ’ର ପ୍ରଥମ ଟାସ୍କରେ ଅଧାରୁ ପଛକୁ ହଟିଯିବାରୁ ତାଙ୍କୁ ଅନେକ ଟ୍ରୋଲ୍‌ କରାଯାଉଥିଲା। ସମସ୍ତେ ତାଙ୍କୁ ଚଳିତ ସିଜିନ୍‌ର ‘ଲୁଜର୍‌’ ବୋଲି କହିବାକୁ ଲାଗିଲେ। କିନ୍ତୁ ଏବେ ସେହି ଲୁଜର୍‌ ସମସ୍ତଙ୍କ ପ୍ରିୟ ପ୍ରତିଯୋଗୀ ହୋଇଯାଇଛନ୍ତି। https://twitter.com/westerosis_/status/1186267784633696261 […]

‘ବିଗ୍‌ ବସ୍‌ ୧୩’ର ଏହି ପ୍ରତିଯୋଗୀ ସୋଶାଲ୍‌ ମିଡିଆରେ ହେଉଛନ୍ତି ଟ୍ରେଣ୍ଡ

bigboss

Advertisment

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ରେ ଏମିତିରେ ତ ସମସ୍ତେ ଗ୍ଲାମର ଚେହେରା, କିନ୍ତୁ ଏହି ସିଜିନ୍‌ରେ ଘରର ଆଇ କ୍ୟାଣ୍ଡି ହେଉଛନ୍ତି କଶ୍ମୀରୀ ମଡେଲ୍‌ ଅସୀମ ରିୟାଜ୍। ସେଶାଲ୍‌ ମିଡିଆରେ ତାଙ୍କ ଫଟୋ ବେଶ୍ ଭାଇରାଲ୍‌ ହୁଏ। ହେଲେ ଶୋ’ର ପ୍ରଥମ ଟାସ୍କରେ ଅଧାରୁ ପଛକୁ ହଟିଯିବାରୁ ତାଙ୍କୁ ଅନେକ ଟ୍ରୋଲ୍‌ କରାଯାଉଥିଲା। ସମସ୍ତେ ତାଙ୍କୁ ଚଳିତ ସିଜିନ୍‌ର ‘ଲୁଜର୍‌’ ବୋଲି କହିବାକୁ ଲାଗିଲେ। କିନ୍ତୁ ଏବେ ସେହି ଲୁଜର୍‌ ସମସ୍ତଙ୍କ ପ୍ରିୟ ପ୍ରତିଯୋଗୀ ହୋଇଯାଇଛନ୍ତି।

Advertisment

https://twitter.com/westerosis_/status/1186267784633696261

https://twitter.com/Lubna_Lah/status/1186270549670006787

ନିକଟରେ ଶୋ’ରେ ହୋଇଥିବା ନୋମିନେଶନ୍ ଟାସ୍କରେ ଅସୀମ ଯେଉଁଭଳି ଭାବେ ଧର୍ଯ୍ୟ ଓ ସାହସ ଦେଖାଇଛନ୍ତି, ତା’ପରଠୁ ସମସ୍ତେ ତାଙ୍କୁ ପସନ୍ଦ କରୁଛନ୍ତି। ଏହା ବ୍ୟତୀତ ଶୋ'ରେ ତାଙ୍କର ସରଳ ସ୍ୱଭାବ ମଧ୍ୟ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି। ସେ ଲୋକଙ୍କ ହୃଦୟ ଜିତିନେଇଛନ୍ତି। ଏବେ  ଅସୀମ୍‌ ‘ବିଗ୍‌ ବସ୍‌’ର ‘ମୋଷ୍ଚ ଫେଭରେଟ୍ କଣ୍ଟେଷ୍ଟାଣ୍ଟ’ ହୋଇଯାଇଛନ୍ତି। ସୋଶାଲ୍ ମିଡିଆରେ ଏବେ #AsimWinningHearts ଟ୍ରେଣ୍ଡ କରୁଛି। ଫେସ୍‌ବୁକ୍‌, ଟ୍ୱିଟର୍‌, ଇନ୍‌ଷ୍ଟାଗ୍ରମ୍‌ ସବୁଥିରେ ଫ୍ୟାନ୍‌ମାନେ ଅସୀମ୍‌ଙ୍କୁ ନେଇ ଭଲ ଭଲ ପୋଷ୍ଟ ଶେୟାର କରୁଛନ୍ତି।

https://twitter.com/hj_nationalist/status/1186266400618213376

https://twitter.com/Nargislakdawala/status/1186294423576989698

ଗତ ସପ୍ତାହରେ ଘରର ସମସ୍ତ ନୋମିନେଟେଡ୍ ସଦସ୍ୟଙ୍କୁ ଏକ ଟାସ୍କ ଦିଆଯାଇଥିଲା। ଯେଉଁଥିରେ ସିଦ୍ଧାର୍ଥ ଦେ, ଅବ୍ବୁ ମଲ୍ଲୀକ, ପାରସ ଛାବ୍ଡ଼ା ଓ ଅସୀମ ରିୟାଜ ସାମିଲ ଥିଲେ। ସେମାନଙ୍କ ଦୁଇଟିରେ ବିଭକ୍ତ କରାଯାଇଥିଲା ଯେଉଁଥିରେ ସେମାନଙ୍କ ପରସ୍ପରର ହାତ ଧରି ବସିବାର ଥିଲା। ଓ ଘରର ଅନ୍ୟ ସଦସ୍ୟଙ୍କୁ ସେମାନଙ୍କୁ ସେମାନଙ୍କ ହାତ ଛଡ଼ାଇବାର ଥିଲା। ଏହି ଟାସ୍କରେ ସବୁଠୁ ଅଧିକ ଟର୍ଚର୍ ଅବ୍ବୁ ଓ ଅସୀମଙ୍କ ଯୋଡ଼ିକୁ କରାଯାଇଥିଲା। ହେଲେ ସେମାନେ  ହାର୍‌ ମାନି ନଥିଲେ। ଅବ୍ବୁ କାନ୍ଦି ପକାଇଥିଲେ ଓ ଜୋରରେ ଚିଲାଇଥିଲେ । ତଥାପି ସେମାନେ ପରସ୍ପରର ହାତ ଛାଡ଼ିନଥିଲେ। ଶେଷରେ ‘ବିଗ୍‌ ବସ୍‌’ଙ୍କୁ ପ୍ରତିଯୋଗୀମାନଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଏହି ଟାସ୍କ ରଦ୍ଦ କରିବାକୁ ପଡ଼ିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe