Advertisment

‘ବିଗ୍‌ ବସ୍‌'ରୁ ବାହାରିଲେ ଦଲ୍‌ଜିତ୍

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ ଉପରେ ଏବେ ସତେ ଯେମିତି ସମସ୍ତେ ଖପ୍ପା ! ଗୋଟେ ପଟେ କରଣୀ ସେନା ଶୋ’କୁ ବନ୍ଦ କରିବାକୁ ଦାବି କରୁଥିବାବେଳେ ଅନ୍ୟପଟେ ଶୋ’ର ପ୍ରଥମ ଏଲିମିନେସନ୍‌କୁ ନେଇ ଫ୍ୟାନ୍‌ମାନେ ବି କ୍ଷୁବ୍ଧ ହୋଇଛନ୍ତି। ଗତକାଲି ଥିଲା ଶୋ’ର ଦ୍ୱିତୀୟ ‘ୱିକେଣ୍ଡ କା ୱାର୍’ ଏପିସୋଡ୍। ଆଉ ଏଥିରେ ହୋଇଥିଲା ଶୋ’ର ଚଳିତ ସଜିନ୍‌ର ପ୍ରଥମ ଏଲିମିନେସନ୍‌। ଗତକାଲି ବିଗ୍‌ ବସ୍‌ ଘରୁ ଦଲଜିତ୍‌ କୌର୍‌ ବାହାରି ଯାଇଛନ୍ତି, ଯାହା ଦର୍ଶକଙ୍କୁ ଆଦୌ […]

ଅଦ୍ୟତନ ହୋଇଛି
‘ବିଗ୍‌ ବସ୍‌'ରୁ ବାହାରିଲେ ଦଲ୍‌ଜିତ୍

dalkjit

Advertisment

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ ଉପରେ ଏବେ ସତେ ଯେମିତି ସମସ୍ତେ ଖପ୍ପା ! ଗୋଟେ ପଟେ କରଣୀ ସେନା ଶୋ’କୁ ବନ୍ଦ କରିବାକୁ ଦାବି କରୁଥିବାବେଳେ ଅନ୍ୟପଟେ ଶୋ’ର ପ୍ରଥମ ଏଲିମିନେସନ୍‌କୁ ନେଇ ଫ୍ୟାନ୍‌ମାନେ ବି କ୍ଷୁବ୍ଧ ହୋଇଛନ୍ତି। ଗତକାଲି ଥିଲା ଶୋ’ର ଦ୍ୱିତୀୟ ‘ୱିକେଣ୍ଡ କା ୱାର୍’ ଏପିସୋଡ୍। ଆଉ ଏଥିରେ ହୋଇଥିଲା ଶୋ’ର ଚଳିତ ସଜିନ୍‌ର ପ୍ରଥମ ଏଲିମିନେସନ୍‌। ଗତକାଲି ବିଗ୍‌ ବସ୍‌ ଘରୁ ଦଲଜିତ୍‌ କୌର୍‌ ବାହାରି ଯାଇଛନ୍ତି, ଯାହା ଦର୍ଶକଙ୍କୁ ଆଦୌ ପସନ୍ଦ ଆସିନାହିଁ। ତେଣୁ ସୋଶାଲ୍‌ ମିଡିଆରେ ଏହି ନିଷ୍ପତ୍ତିକୁ ବିରୋଧ କରାଯାଉଛି।

Advertisment

ବିଗ୍‌ ବସ୍‌ ଘରେ ଦଲଜିତ୍‌ଙ୍କର ଦୁଇ ସପ୍ତାହର ରହଣି ବେଶ୍ ଭଲ ଥିଲା। ସେ କାହାକୁ ଖରାପ ବ୍ୟବହାର କରି ନଥିଲେ କି କାହା ସହିତ ଅଯଥାରେ କଳିଝଗଡ଼ା କରି ନଥିଲେ। ଓଲଟି ତାଙ୍କ ସ୍ୱଭାବ ଓ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଆକର୍ଷିତ କରିଥିଲା। ଏପରିକି ସଲ୍‌ମାନ୍‌ ଖାନ୍‌ ମଧ୍ୟ ଦଲଜିତ୍‌ଙ୍କୁ ଘରୁ ବାହାର କରିବା ସମୟରେ ବେଶ୍ ପ୍ରଶଂସା କରିଥିଲେ।

https://www.instagram.com/p/B3XLISvhOTp/?utm_source=ig_web_copy_link

ଏଥିପାଇଁ ଶୋ’ରୁ ତାଙ୍କୁ ବାହାର କରାଯିବା ପରେ ଫ୍ୟାନ୍‌ମାନେ ନିରାଶ ହୋଇ ଯାଇଛନ୍ତି। ସେମାନେ ସୋଶାଲ୍‌ ମିଡିଆରେ ଏହି ନିଷ୍ପତ୍ତିର ଖୋଲାଖୋଲି ବିରୋଧ କରୁଛନ୍ତି। ଏମିତିକି ଟ୍ୱିଟର୍‌ରେ ଦଲ୍‌ଜିତ୍‌ ଟ୍ରେଣ୍ଡିଂରେ ଅଛନ୍ତି। ଦର୍ଶକଙ୍କ କହିବା ଅନୁଯାୟୀ, ଦଲ୍‌ଜିତ୍‌ଙ୍କୁ ବାହାର କରିବା ‘ବିଗ୍‌ ବସ୍‌’ର ଏକ ଭୁଲ୍ ନିଷ୍ପତ୍ତି। କିଛି ଦର୍ଶକଙ୍କ କହିବା ଅନୁଯାୟୀ, ଦଲ୍‌ଜିତ୍‌ଙ୍କ ସ୍ଥାନରେ ଶେହନାଜ୍‌ଙ୍କୁ ବାହାର କରାଯିବାର ଥିଲା। ସେହିପରି ଆଉ କିଛି ଫ୍ୟାନ୍‌ କହିଛନ୍ତି ଯେ ତାଙ୍କ ବଦଳରେ କୋଏନାଙ୍କୁ ବାହାର କରିବା ଉଚିତ୍ ହୋଇଥା’ନ୍ତା।

Advertisment

https://twitter.com/Rakshu0808/status/1183090624100208641

https://twitter.com/bombaysunshine/status/1183094608340738048

https://twitter.com/Pri_013/status/1183096043619020800

ଏଲିମିନେସନ୍‌ ତାଲିକାରେ ରଶ୍ମି ଦେଶାଇ, କୋଏନା ମିତ୍ରା ଓ ଶେହନାଜ୍‌ ଗିଲ୍‌ଙ୍କ ନାଁ ବି ଥିଲା। ତେବେ ଏମାନଙ୍କ ତୁଳନାରେ ଦଲ୍‌ଜିତ୍‌ଙ୍କୁ କମ୍‌ ଭୋଟ୍‌ ମିଳିଥିବାରୁ ତାଙ୍କ ବିଗ୍ ବସ୍‌ ଯାତ୍ରାରେ ପୂର୍ଣ୍ଣଛେଦ ପଡ଼ିଯାଇଛି।

ସୂଚନା ଅନୂଯାୟୀ, ଏଥର ୱିକେଣ୍ଡରେ ଡବଲ୍‌ ଏମଲିମିନେସନ୍‌ ହେବ। ତେଣୁ ଆଜିର ଅର୍ଥାତ୍ ରବିବାରର ଏପିସୋଡ୍‌ରେ ରଶ୍ମି, କୋଏନା ଓ ଶେହନାଜ୍‌ଙ୍କ ମଧ୍ୟରୁ ଜଣେ ବିଗ୍‌ ବସ୍ ଘରୁ ବାହାରି ପାରନ୍ତି। ଚର୍ଚ୍ଚା ହେଉଛି କୋଏନା ବାହାରିବେ। ତେବେ ଏହା କେତେ ଦୂର ସତ, ତାହା ଆଜିର ଏପିସୋଡ୍‌ ଦେଖିଲେ ଜଣାପଡ଼ିବ।

https://twitter.com/DalljietKaurFam/status/1183095365479743488

https://twitter.com/dgill12/status/1183096377573687296

https://twitter.com/Shubhamm92/status/1183098812304244736

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe