Advertisment

ବନ୍ଦ ହେବ ବିଗ୍‌ବସ୍‌ !

ନୂଆଦିଲ୍ଲୀ : ଲୋକପ୍ରିୟ ଟେଲିଭିଜନ ରିୟାଲିଟି ଶୋ’ ‘ବିଗ୍‌ବସ୍‌ ୧୩’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଶୋ’କୁ ବ୍ୟାନ୍‌ କରିବା ପାଇଁ କରଣୀ ସେନା ଦାବି କରିଛି। କରଣୀ ସେନାର କହିବା ଅନୁଶାରେ ଏହି ଶୋ’ ଭାରତୀୟ ସଂସ୍କୃତିର ବିରୋଧୀ। କେନ୍ଦ୍ରସୂଚନା ଓ  ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଚିଠି ଲେଖି କରଣୀ ସେନା କହିଛି, ‘ ଏକ ଘରୋଇ ଟିଭି ଚ୍ୟାନେଲରେ ବିଗ୍‌ବସ୍‌ ହିନ୍ଦୁ ପ୍ରଥାକୁ ଅପମାନିତ କରି ‘ଲଭ୍‌ଜିହାଦ୍‌’କୁ ସମର୍ଥନ ଦେଉଛି। ଏପରିକି ଯୁବପିଢ଼ିଙ୍କ ପଥଭ୍ରଷ୍ଟ […]

ବନ୍ଦ ହେବ ବିଗ୍‌ବସ୍‌ !

salu

Advertisment

ନୂଆଦିଲ୍ଲୀ : ଲୋକପ୍ରିୟ ଟେଲିଭିଜନ ରିୟାଲିଟି ଶୋ’ ‘ବିଗ୍‌ବସ୍‌ ୧୩’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଶୋ’କୁ ବ୍ୟାନ୍‌ କରିବା ପାଇଁ କରଣୀ ସେନା ଦାବି କରିଛି। କରଣୀ ସେନାର କହିବା ଅନୁଶାରେ ଏହି ଶୋ’ ଭାରତୀୟ ସଂସ୍କୃତିର ବିରୋଧୀ।

Advertisment

କେନ୍ଦ୍ରସୂଚନା ଓ  ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଚିଠି ଲେଖି କରଣୀ ସେନା କହିଛି, ‘ ଏକ ଘରୋଇ ଟିଭି ଚ୍ୟାନେଲରେ ବିଗ୍‌ବସ୍‌ ହିନ୍ଦୁ ପ୍ରଥାକୁ ଅପମାନିତ କରି ‘ଲଭ୍‌ଜିହାଦ୍‌’କୁ ସମର୍ଥନ ଦେଉଛି। ଏପରିକି ଯୁବପିଢ଼ିଙ୍କ ପଥଭ୍ରଷ୍ଟ କରୁଛି। ଶୋ’ରେ ବହୁତ ଅଧିକ ଅଭଦ୍ର ଆଚରଣ ଦେଖାଯାଉଛି। ଯାହାକୁ ପରିବାର ସହିତ ବସି ଦେଖିହେବ ନାହିଁ। ’

ଏପରିକି କରଣୀ ସେନା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ମଧ୍ୟ ଚିଠି ଲେଖି ‘ବିଗ୍‌ବସ୍‌ ୧୩’ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ଏହା ବ୍ୟତୀତ ଜାତୀୟ ଟେଲିଭିଜନରେ ଏହାକୁ ସମର୍ଥନ କରିବା ଅଭିଯୋଗରେ ସଲମାନ୍‌ ଖାନ୍‌ଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଚିଠିରେ ଉଲ୍ଲେଖ ରହିଛି।

Advertisment

କେବଳ କରଣୀ ସେନା ନୁହେଁ, ବିଜେପି ବିଧାୟକ ନନ୍ଦ କିଶୋର ବି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଚିଠି ଲେଖି ବିଗ୍‌ବସ୍‌କୁ ବ୍ୟାନ୍‌ କରିବା ପାଇଁ ଦାବି କରିଛନ୍ତି। ଚିଠିରେ ସେ ଲେଖିଛନ୍ତି, ‘ଏହି ଶୋ’ ଆମ ସଂସ୍କୃତିର ବିରୋଧୀ। ଇଣ୍ଟିମେଟ୍‌ ସିନ୍‌କୁ ଶୋ’ରେ ସାମିଲ କରାଯାଇଛି। ଅଲଗା-ଅଲଗା ସମୁଦାୟର ଲୋକଙ୍କୁ ଏଥିରେ ବେଡ୍‌ ପାର୍ଟନର୍‌ କରାଯାଇଛି, ଯାହା କି ଅସୋଭନୀୟ । ଗୋଟିଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଳେ ପଡ଼ିଥିବା ଭାରତର ସମ୍ମାନକୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟପଟେ ବିଗ୍‌ବସ୍‌ ଦେଶର ସଂସ୍କୃତିକୁ ନଷ୍ଟ କରୁଛି।’

ବିଗ୍‌ବସ୍‌କୁ ବ୍ୟାନ୍‌ କରିବା ପାଇଁ କାହିଁକି ଦାବି ହେଉଛି ?
ସୂଚନାଯୋଗ୍ୟ, ବୁଧବାର ଟ୍ୱିଟର୍‌ରେ #BanBigBoss ଟ୍ରେଣ୍ଡ ହୋଇଥିଲା। ବିଗ୍‌ବସ୍‌ରେ ଅଶ୍ଳୀଳତା ବ୍ୟାପୁଛି ବୋଲି ୟୁଜର୍‌ ଟ୍ୱିଟର୍‌ରେ ଅଭିଯୋଗ କରିଥିଲେ। ତେବେ ବିଗ୍‌ବସ୍‌କୁ ବିରୋଧ କରିବା ଏହା ପ୍ରଥମ ନୁହେଁ। ଗତ ଶୁକ୍ରବାର ଟ୍ୱିଟରରେ ବିଗ୍‌ବସ୍‌ ଲଭ୍‌ଜିହାଦ୍‌କୁ ସମର୍ଥନ କରୁଛି ବୋଲି ଟ୍ରେଣ୍ଡ କରାଯାଇଥିଲା।

ଏଥର ଶୋର ଥିମ୍‌ ‘ବେଷ୍ଟ ଫ୍ରେଣ୍ଡ୍‌ ଫର୍‌ ଏଭର୍‌’ ରହିଛି। ଯେଉଁଥିରେ ପୁରୁଷ ଓ ମହିଳା ଏକା ସଙ୍ଗରେ ବେଡ୍‌ ଶେଆର୍ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ପରେ ବିବାଦ ଦେଖା ଦେବାରୁ ନିର୍ମାଣକାରୀ ଏହି କନସେଫ୍ଟକୁ ବଦଳାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe