Advertisment

‘ବିଗ୍‌ ବସ୍‌’ରେ କମନ୍‌ମ୍ୟାନ୍‌ଙ୍କ ଏଣ୍ଟ୍ରି ବନ୍ଦ!

ମୁମ୍ବାଇ: ଟେଲିଭିଜନ ଦୁନିଆର ବହୁ ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌’ ଆପଣମାନେ ଦେଖୁଥିବେ। ସବୁବର୍ଷ ଭଳି ଏହି ବର୍ଷ ମଧ୍ୟ ବହୁ ଶୀଘ୍ର ଟିଭି ପରଦାରେ ଏହି ଶୋ’ ଆସିବାକୁ ଯାଉଛି। ଏଥର କିନ୍ତୁ ଶୋ’ରେ କିଛିଟା ପରିବର୍ତ୍ତନ କରାଯାଇଛି। ପୂର୍ବ ସିଜିନ୍‌ ତଥା ୧୨ତମ ‘ବିଗ୍‌ ବସ୍‌’ ସିଜିନ୍‌ ସନ୍ତୋଷଜନକ TRP ଆଣିପାରି ନଥିଲା। ଆଉ ଏହାର କାରଣ ହେଉଛନ୍ତି, ସାଧାରଣ ଲୋକଙ୍କ ଶୋ‘ରେ ଭାଗ ନେବା। ଶୋ’ରେ ସାଧାରଣ ଲୋକ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବାରେ […]

‘ବିଗ୍‌ ବସ୍‌’ରେ କମନ୍‌ମ୍ୟାନ୍‌ଙ୍କ ଏଣ୍ଟ୍ରି ବନ୍ଦ!

a22

Advertisment

ମୁମ୍ବାଇ: ଟେଲିଭିଜନ ଦୁନିଆର ବହୁ ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌’ ଆପଣମାନେ ଦେଖୁଥିବେ। ସବୁବର୍ଷ ଭଳି ଏହି ବର୍ଷ ମଧ୍ୟ ବହୁ ଶୀଘ୍ର ଟିଭି ପରଦାରେ ଏହି ଶୋ’ ଆସିବାକୁ ଯାଉଛି। ଏଥର କିନ୍ତୁ ଶୋ’ରେ କିଛିଟା ପରିବର୍ତ୍ତନ କରାଯାଇଛି।

Advertisment

ପୂର୍ବ ସିଜିନ୍‌ ତଥା ୧୨ତମ ‘ବିଗ୍‌ ବସ୍‌’ ସିଜିନ୍‌ ସନ୍ତୋଷଜନକ TRP ଆଣିପାରି ନଥିଲା। ଆଉ ଏହାର କାରଣ ହେଉଛନ୍ତି, ସାଧାରଣ ଲୋକଙ୍କ ଶୋ‘ରେ ଭାଗ ନେବା।

publive-image

ଶୋ’ରେ ସାଧାରଣ ଲୋକ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବାରେ ବିଫଳ ହୋଇଥିଲେ। ଏହା ସହ ଅନେକ ସେଲିବ୍ରିଟି ପ୍ରତିଯୋଗୀ ମଧ୍ୟ ଦର୍ଶକଙ୍କୁ ଏଣ୍ଟରଟେନ୍‌ କରିପାରି ନ ଥିଲେ। ଏଥିପାଇଁ ଚଳିତ ଥର ‘ବିଗ୍‌ ବସ୍‌’ର ଆଗାମୀ ସିଜିନ୍‌ ତଥା ୧୩ ତମ ସିଜିନ୍‌ରେ ବହୁତ ପରିବର୍ତ୍ତନ ଆସିବାକୁ ଯାଉଛି।

Advertisment

ଏକ ରିପୋର୍ଟ ଅନୁସାରେ ଶୋ’ରେ ସାଧାରଣ ଲୋକଙ୍କୁ ଏଣ୍ଟ୍ରି ମିଳିବ ନାହିଁ। ‘ବିଗ୍‌ ବସ୍‌’ର ସିଜିନ୍‌ ୧୨ ଫ୍ଲପ୍‌ ହେବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ସାଧାରଣ ଲୋକଙ୍କ ଏଣ୍ଟ୍ରିକୁ ନେଇ ବହୁତ ପ୍ରଶ୍ନ ଉଠିଥିଲା।

publive-image

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ଗତ ସିଜିନ୍‌ରେ ସାଧାରଣ ଲୋକ ଏବଂ ସେଲିବ୍ରିଟିଙ୍କୁ ନେଇ ପ୍ରସାରିତ ହେଉଥିବା ଶୋ’ ପ୍ରଥମରୁ ବହୁତ ରୋଚକ ହୋଇଥିଲା। କିନ୍ତୁ ପରେ ସେଲିବ୍ରିଟିଙ୍କ ଅପେକ୍ଷା ସାଧାରଣ ଲୋକ ଅଧିକା ଆଗ୍ରେସିଭ୍‌ ଥିବା ଦେଖାଯାଇଥିଲା।

ଏଥିପାଇଁ ଶୋ’ ହୋଷ୍ଟ କରୁଥିବା ବଲିଉଡ୍‌ ଅଭିନେତା ସଲ୍‌ମାନଙ୍କ ପାଇଁ ମଧ୍ୟ ବହୁତ ଅସୁବିଧା ହୋଇଥିଲା। ଶୋ’ରେ କମନ୍‌ମ୍ୟାନ୍‌ ସେଲିବ୍ରିଟିଙ୍କ ଉପରେ ଭାରି ପଡ଼ିବାର ମଧ୍ୟ ଦେଖାଯାଇଥିଲା। ଏଥିପାଇଁ ଏଥର ଶୋ’ରୁ  କମନ୍‌ମ୍ୟାନ୍‌ଙ୍କୁ ବାଦ୍‌ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe