‘ବିଗ୍‌ବସ୍‌’ ଆରମ୍ଭ: ଏଣ୍ଟ୍ରି କଲେ ୧୩ ସେଲେବ୍ରିଟି

ମୁମ୍ବାଇ: ଆରମ୍ଭ ହୋଇଯାଇଛି ଟେଲିଭିଜନ୍‌ର ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌-୧୩’। ଶନିବାର ରାତି ୯ଟାରେ ଏହାର ଗ୍ରାଣ୍ଡ ପ୍ରିମିୟର ଅନୁଷ୍ଠିତ ହୋଇଥିଲା। ଅନ୍ୟ ସିଜିନ୍‌ଗୁଡ଼ିକ ଭଳି ଏଥର ବି ସଲ୍‌ମାନ୍‌ ଖାନ୍‌ ଧମାକେଦାର୍ ଅନ୍ଦାଜରେ ଶୋ’ର ଓପନିଂ କରିଥିଲେ। ଏଥର ଶୋ’ରେ କେବଳ ସେଲେବ୍ରିଟିମାନଙ୍କର ଏଣ୍ଟ୍ରି ହୋଇଛି। ଆସନ୍ତୁ ଜାଣିବା ‘ବିଗ୍‌ ବସ୍‌-୧୩’ ଘରେ କିଏ କିଏ ଏଣ୍ଟ୍ରି କରିଛନ୍ତି। https://www.instagram.com/p/B3ABK0NgUAj/?utm_source=ig_web_copy_link ୧) ସିଦ୍ଧାର୍ଥ ଶୁକ୍ଲା: ଗତକାଲି ବିଗ୍‌ ବସ୍‌ର ଗ୍ରାଣ୍ଡ ପ୍ରିମିୟରେ ପ୍ରଥମ […]

bigboss

bigboss

Chinmayee Roy
  • Published: Monday, 30 September 2019
  • Updated: 30 September 2019, 11:26 AM IST

Sports

Latest News

ମୁମ୍ବାଇ: ଆରମ୍ଭ ହୋଇଯାଇଛି ଟେଲିଭିଜନ୍‌ର ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌-୧୩’। ଶନିବାର ରାତି ୯ଟାରେ ଏହାର ଗ୍ରାଣ୍ଡ ପ୍ରିମିୟର ଅନୁଷ୍ଠିତ ହୋଇଥିଲା। ଅନ୍ୟ ସିଜିନ୍‌ଗୁଡ଼ିକ ଭଳି ଏଥର ବି ସଲ୍‌ମାନ୍‌ ଖାନ୍‌ ଧମାକେଦାର୍ ଅନ୍ଦାଜରେ ଶୋ’ର ଓପନିଂ କରିଥିଲେ। ଏଥର ଶୋ’ରେ କେବଳ ସେଲେବ୍ରିଟିମାନଙ୍କର ଏଣ୍ଟ୍ରି ହୋଇଛି। ଆସନ୍ତୁ ଜାଣିବା 'ବିଗ୍‌ ବସ୍‌-୧୩' ଘରେ କିଏ କିଏ ଏଣ୍ଟ୍ରି କରିଛନ୍ତି।

https://www.instagram.com/p/B3ABK0NgUAj/?utm_source=ig_web_copy_link

୧) ସିଦ୍ଧାର୍ଥ ଶୁକ୍ଲା: ଗତକାଲି ବିଗ୍‌ ବସ୍‌ର ଗ୍ରାଣ୍ଡ ପ୍ରିମିୟରେ ପ୍ରଥମ ପ୍ରତିଯୋଗୀ ଭାବେ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏଣ୍ଟ୍ରି କରିଥିଲେ। ସେ ୨୦୦୮ରେ ସିରିଏଲ ‘ବାବୁଲ୍ କା ଆଙ୍ଗନ୍ ଛୁଟେନା’ରେ ଡେବ୍ୟୁ କରିଥିଲେ। ଏହା ସିଦ୍ଧାର୍ଥଙ୍କର ବିଗ୍‌ବସ୍‌ ଘରେ ପ୍ରଥମ ଏଣ୍ଟ୍ରି ନୁହେଁ। ସେ ‘ବିଗ୍‌ ବସ୍‌-୯’ରେ ଗେଷ୍ଟ ହୋଇ ଏଣ୍ଟ୍ରି କରିଥିଲେ।

https://www.instagram.com/p/B3ABp5sgHjw/?utm_source=ig_web_copy_link

୨) ସିଦ୍ଧାର୍ଥ ଦେ: ଇଏ ହେଉଛନ୍ତି କ୍ୟାମେରା ପଛରେ ରହୁଥିବା ଜଣେ ସେଲେବ୍ରିଟି। ସେ ଜଣେ ଲେଖକ। ସେ ସଲ୍‌ମାନ୍‌ ପ୍ରାୟ ସବୁ ଶୋ’ର ସ୍କ୍ରିପ୍ଟ ଲେଖନ୍ତି। ସିଦ୍ଧାର୍ଥ କହିଛନ୍ତି ଯେ କେବେଳ ସଲମାନଙ୍କ ପାଇଁ ସେ ଏହି ଶୋ’ରେ ଏଣ୍ଟ୍ର କରିଛନ୍ତି।  

https://www.instagram.com/p/B3ACMpOABp7/?utm_source=ig_web_copy_link

୩) ପାରସ୍ ଛାବ୍ଡ଼ା: ବିଗ୍‌ ବସ୍‌ ଘରର ତୃତୀୟ ସଦସ୍ୟ ଭାବେ ଏଣ୍ଟ୍ରି ନେଇଥିଲେ ଅଭିନେତା ପାରସ୍ ଛାବ୍‌ଡ଼ା। ସେ ରିଆଲିଟି ଶୋ’ ‘ସ୍ପିଟ୍ସଭିଲା-୫’ର ବିଜେତା ହେଇଥିଲେ ଓ ତା'ସହ କିଛି ଫିଲ୍ମରେ ମଧ୍ୟ କାମ କରିଛନ୍ତି। ପାରସ୍‌ ନିଜ ଅଫେୟାର୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହନ୍ତି। ଅଭିନେତ୍ରୀ ସାରା ଖାନ୍‌ଙ୍କ ସହ ଦୀର୍ଘଦିନ ଧରି ସେ ରିଲେସନସିପ୍‌ରେ ଥିଲେ। ଏହାପରେ ସେ ପବିତ୍ର ପୁନିୟାଙ୍କୁ ଡେଟ୍‌ କରୁଥିଲେ। ଆଉ ଏବେ ସେ ଆକାଂକ୍ଷା ପୁରିଙ୍କୁ ଡେଟ୍‌ କରୁଛନ୍ତି। ପାରସ୍‌ଙ୍କ ଜୀବନ ବେଶ୍‌ ବିବାଦୀୟ ରହିଛି।

https://www.instagram.com/p/B3ACqJzgx6V/?utm_source=ig_web_copy_link

୪) ଅବୁ ମଲ୍ଲିକ୍: ‘ବିଗ୍‌ ବସ୍‌-୧୩’ରେ ବଲିଉଡ୍‌ର ମ୍ୟୁଜିକ୍‌ ଡାଇରେକ୍ଟର ଅନ୍ନୁ ମଲ୍ଲିକଙ୍କ ସାନ ଭାଇ ଅବ୍ବୁ ମଧ୍ୟ ପ୍ରତିଯୋଗୀ ଭାବେ ସାମିଲ୍‌ ହୋଇଛନ୍ତି। ଅବ୍ବୁ ଦେଖିବାକୁ ପ୍ରାୟ ଅନ୍ନୁଙ୍କ ଭଳି । ସେ ଜଣେ ଚର୍ଚ୍ଚିତ ମ୍ୟୁଜିକ୍‌ କମ୍ପୋଜର୍ ଓ ଜଣେ ଭଲ ଶୋ’ ଅର୍ଗାନାଇଜର ମଧ୍ୟ।

https://www.instagram.com/p/B3ADayDgCAC/?utm_source=ig_web_copy_link

୫) ଅସୀମ ରିଆଜ୍: ବିଗ୍‌ ବସ୍‌ରେ କଶ୍ମୀରୀ ମଡେଲ୍‌ ଅସୀମଙ୍କର ଏଣ୍ଟ୍ରି ହୋଇଛି। ଏମିତିରେ ତ ଶୋ’ରେ ସମସ୍ତେ ଗ୍ଲାମର ଚେହେରା, କିନ୍ତୁ ଏହି ସିଜିନ୍‌ରେ ଘରର ଆଇ କ୍ୟାଣ୍ଡି ହେଉଛନ୍ତି ଅସୀମ୍‌। ସେଶାଲ୍‌ ମିଡିଆରେ ତାଙ୍କ ଫଟୋ ବେଶ୍ ଭାଇରାଲ୍‌ ହୁଏ।

https://www.instagram.com/p/B3AD7LaA7zS/?utm_source=ig_web_copy_link

୬) ମାହିରା ଶର୍ମା: ‘ବିଗ ବସ୍‌-୧୩’ରେ ୬ ନମ୍ବର ପ୍ରତିଯୋଗୀ ହୋଇ ପହଞ୍ଚିଛନ୍ତି ମାହିରା ଶର୍ମା। ସେ ଜମ୍ମୁର ଜଣେ ଚର୍ଚ୍ଚିତ ମଡେଲ୍‌। ମାହିରା  'ନାଗିନ୍‌' ଓ 'କୁଣ୍ଡଲି ଭାଗ୍ୟ' ଭଳି ଧାରାବାହିକରେ କାମ କରିସାରିଛନ୍ତି। କେବଳ ଏତିକି ନୁହେଁ, ସେ ଜଣେ ସୋଶାଲ୍‌ ମିଡିଆ ଷ୍ଟାର୍‌ ମଧ୍ୟ । ଟିକ୍‌ଟକ୍‌ରେ ତାଙ୍କର ଅନେକ ଫଲୋୟର୍ ଅଛନ୍ତି। ମାହିରାଙ୍କୁ ଶେଷଥର ପାଇଁ ଏମ୍‌ଟିଭିର ‘ଏ ଡେଟ୍‌ ଟୁ ରିମ୍ବେମ୍ବର’ରେ ଦେଖିବାକୁ ମିଳିଥିଲା।

https://www.instagram.com/p/B3AFloMAsEl/?utm_source=ig_web_copy_link

୭) ଦେବୋଲିନା ଭଟାଚାର୍ଜୀ: ଟେଲିଦୁନିଆର ସଂସ୍କାରୀ ବୋହୂ ଦେବୋଲିନା ସପ୍ତମ ପ୍ରତିଯୋଗୀ ଭାବେ ବିଗ୍‌ ବସ୍‌ରେ ଏଣ୍ଟ୍ରି କରିଛନ୍ତି। ଦେବୋଲିନା ସିରିଏଲ ‘ସାଥ ନିଭାନା ସାଥିୟା’ରୁ ଘରେ ଘରେ ଲୋକପ୍ରିୟ ହୋଇଥିଲେ। ଏଥିସହ ସେ ଗୀତ, ନାଚ ଓ ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ନିଜ ଯାଦୁ ଦେଖାଇ ସାରିଛନ୍ତି। ଏବେ ବିଗ୍‌ ବସ୍‌ ଘରେ ସେ ନିଜ ସଂସ୍କାରୀ ବୋହୂର ଛବି ବଜାୟ ରଖିବେ କି ହିନା ଖାନ୍‌ଙ୍କ ପରି ନିଜର ଏକ ନୂଆ ଛବି ତିଆରି କରିବେ, ତାହା ଦେଖିବାର ଅଛି।

https://www.instagram.com/p/B3AHHkEA4hT/?utm_source=ig_web_copy_link

୮) ରଶ୍ମି ଦେଶାଇ: ବବି ହାଉସ୍‌ରେ ଟେଲି ଦୁନିଆର ଜଣାଶୁଣା ଅଭିନେତ୍ରୀ ରଶ୍ମି ଦେଶାଇ ଏଣ୍ଟ୍ରି ନେଇଛନ୍ତି।  ଭୋଜପୁରୀ ସିନେମାରୁ କ୍ୟାରିୟର ଆରମ୍ଭ କରିଥିବା ରଶ୍ମିଙ୍କର ଫ୍ୟାନ୍‌ ସଂଖ୍ୟା ବେଶ୍ ଅଧିକ। ତେବେ କୁହାଯାଉଛି ଯେ ସେ ବିଗ୍‌ ବସ୍‌ର ହାଇଏଷ୍ଟ ପେଡ୍‌ ପ୍ରତିଯୋଗୀ।

https://www.instagram.com/p/B3AJk-EAn53/?utm_source=ig_web_copy_link

୯) ଶେଫାଳି ବଗ୍ଗା: ଏଥର ବିଗ୍‌ ବସ୍‌ରେ ପ୍ରଥମଥର ପାଇଁ ଜଣେ ସାମ୍ବାଦିକ ଭାଗ ନେଇଛନ୍ତି। ଶେଫାଳି ଇଣ୍ଡିଆ ଟୁଡେ ଗ୍ରୁପ୍‌ର ‘ତେଜ୍‌’ ନ୍ୟୁଜ ଚ୍ୟାନେଲ୍‌ର ଜଣେ ସମ୍ବାଦ ଉପସ୍ଥାପିକା। ସେ ସବୁବେଳେ ନିଜ ଫିଟ୍‌ନେସ୍‌ ପ୍ରତି ବେଶ୍‌ ଧ୍ୟାନ ଦିଅନ୍ତି।

https://www.instagram.com/p/B3AJz-1ARY0/?utm_source=ig_web_copy_link

୧୦) ଶେହନାଜ୍ ଗିଲ୍: ପଞ୍ଜାବର ଶାନ୍‌ ଅଭିନେତ୍ରୀ ଶେହନାଜ୍‌ ମଧ୍ୟ ବିବି-ହାଉସ୍‌ରେ ଏଣ୍ଟ୍ରି ନେଇଛନ୍ତି। ସେ ଜଣେ  ଗାୟିକା ମଧ୍ୟ। ଏଣ୍ଟ୍ରି କରିବା ସମୟରେ ଶେହନାଜ୍ ସଲ୍‌ମାମ୍‌ଙ୍କ ସହ ‘ଦିଲ୍‌ ଦିଆଁ ଗଲ୍ଲା’ ଗୀତରେ ଡ୍ୟାନ୍ସ ମଧ୍ୟ କରିଥିଲେ।

https://www.instagram.com/p/B3AL543gBUK/?utm_source=ig_web_copy_link

୧୧) ଦଲଜିତ୍‌ କୌର୍: ପଞ୍ଜାବର ଅଭିନେତ୍ରୀ ଦଲ୍‌ଜିତ୍‌ କୌର୍‌ ମଧ୍ୟ ‘ବିଗ୍‌ବସ୍‌-୧୩’ରେ ନଜର ଆସିବେ। ସେ ଜି ଟିଭିର ଶୋ’ ‘ଗୁଡ୍ଡନ୍ ତୁମସେ ନା ହୋ ପାଏଗା’ରେ ନେଗେଟିଭ୍ ରୋଲ୍‌ରେ ଅଭିନୟ କରୁଥିଲେ। ହେଲେ ବିଗ୍‌ବସ୍‌ ପାଇଁ ସେ ଏହି ଶୋ’ ଛାଡ଼ିଦେଇଛନ୍ତି। ଦଲ୍‌ଜିତ୍‌ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିବା ପାଇଁ ବିଗ୍‌ ବସ୍‌ରେ ଭାଗ ନେଇଛନ୍ତି।

https://www.instagram.com/p/B3APis1gmmO/?utm_source=ig_web_copy_link

୧୨) କୋଏନା ମିତ୍ରା:  ଫିଲ୍ମ ‘ମୁସାଫିର୍’ର ‘ସାକି ସାକି ’ଗୀତରେ ଜବରଦସ୍ତ ଡ୍ୟାନ୍ସ କରି ବେଶ୍‌ ଚର୍ଚ୍ଚିତ ହୋଇଥିବା ଅଭିନେତ୍ରୀ କୋଏନା ମିତ୍ରା ମଧ୍ୟ ବିଗ୍‌ ବସ୍‌ ହାଉସ୍‌ରେ ପ୍ରବେଶ କରିଛନ୍ତି। କୋଏନା ଅନେକ ଦିନ ହେବ ଲାଇମ୍‌ ଲାଇଟ୍‌ରୁ ଦୂରେଇ ରହିଥିଲେ। ତେବେ କୁହାଯାଏ ଯେ କୋଏନା ପ୍ଲାଷ୍ଟିକ୍ ସର୍ଜରୀ କରିବା ପରେ ତାଙ୍କୁ ଆଉ ଫିଲ୍ମ ମିଳି ନଥିଲା।

https://www.instagram.com/p/B3ARqE0A9Vy/?utm_source=ig_web_copy_link

୧୩) ଆରତି ସିଂହ: ଗୋବିନ୍ଦାଙ୍କ ଭାଣିଜୀ ତଥା କମେଡିଆନ୍‌ କ୍ରିଷ୍ଣାଙ୍କ ଭଉଣୀ ଅଭିନେତ୍ରୀ ଆରତି ସିଂହ ମଧ୍ୟ ଏଥର ବିଗ୍‌ ବସ୍‌କୁ ଆସିଛନ୍ତି। ସେ ଜି ଟିଭିର ସିରିଏଲ୍‌ ‘ମାୟକା’ରୁ ଡେବ୍ୟୁ କରିଥିଲେ। ଏହାପରେ ସେ ଅନେକ ସିରିଏଲରେ କାମ କରିଛନ୍ତି। ଶେଷଥର ପାଇଁ ତାଙ୍କୁ  ‘ଉଡାନ୍’ରେ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story