Advertisment

ଆଗକୁ ବଢ଼ିବନି 'ବିଗ୍‌ ବସ୍‌ ୧୩': ଏହି ଦିନ ହେବ ଗ୍ରାଣ୍ଡ୍ ଫିନାଲେ

ମୁମ୍ବାଇ: ‘ବିଗ୍‌ ବସ୍ ୧୩’ ଏବେ ପୂର୍ବ ସବୁ ସିଜିନ୍‌ର ରେକର୍ଡ୍ ଭାଙ୍ଗି ସାରିଛି। ଅନେକ ଥର ଶୋ’ର ହୋଷ୍ଟ ସଲ୍‌ମାନ୍‌ ଖାନ୍‌ ଷ୍ଟେଜ୍‌ରେ କହିସାରିଛନ୍ତି ଯେ ଚଳିତ ସିଜିନ୍‌ର ଟିଆର୍‌ପି ବହୁତ ହାଇ ରହୁଛି। ଦର୍ଶକଙ୍କୁ ଚଳିତ ସିଜିନ୍‌ ବହୁତ ପସନ୍ଦ ଆସୁଛି। ଏଥିପାଇଁ ଶୋ’ର ନିର୍ମାତାମାନେ ଏହାକୁ ଆଗକୁ ବଢ଼ାଇବାକୁ ଚାହୁଁଥିଲେ। ହେଲେ ବର୍ତ୍ତମାନ ଖବର ମିଳିଛି ଯେ ଶୋ’ ଆଗକୁ ବଢ଼ିବ ନାହିଁ। ଏହାର ଫିନାଲେ ଫେବୃଆରୀରେ ହିଁ ହେବ। ନିଷ୍ପତ୍ତି ବଦଳାଇବାର […]

ଆଗକୁ ବଢ଼ିବନି 'ବିଗ୍‌ ବସ୍‌ ୧୩': ଏହି ଦିନ ହେବ ଗ୍ରାଣ୍ଡ୍ ଫିନାଲେ

bigboss

Advertisment

ମୁମ୍ବାଇ: ‘ବିଗ୍‌ ବସ୍ ୧୩’ ଏବେ ପୂର୍ବ ସବୁ ସିଜିନ୍‌ର ରେକର୍ଡ୍ ଭାଙ୍ଗି ସାରିଛି। ଅନେକ ଥର ଶୋ’ର ହୋଷ୍ଟ ସଲ୍‌ମାନ୍‌ ଖାନ୍‌ ଷ୍ଟେଜ୍‌ରେ କହିସାରିଛନ୍ତି ଯେ ଚଳିତ ସିଜିନ୍‌ର ଟିଆର୍‌ପି ବହୁତ ହାଇ ରହୁଛି। ଦର୍ଶକଙ୍କୁ ଚଳିତ ସିଜିନ୍‌ ବହୁତ ପସନ୍ଦ ଆସୁଛି। ଏଥିପାଇଁ ଶୋ’ର ନିର୍ମାତାମାନେ ଏହାକୁ ଆଗକୁ ବଢ଼ାଇବାକୁ ଚାହୁଁଥିଲେ। ହେଲେ ବର୍ତ୍ତମାନ ଖବର ମିଳିଛି ଯେ ଶୋ’ ଆଗକୁ ବଢ଼ିବ ନାହିଁ। ଏହାର ଫିନାଲେ ଫେବୃଆରୀରେ ହିଁ ହେବ।

Advertisment

publive-image ନିଷ୍ପତ୍ତି ବଦଳାଇବାର କାରଣ ହେଉଛନ୍ତି ସଲ୍‌ମାନ୍‌ ଖାନ୍‌। ସୂଚନା ଅନୁଯାୟୀ ଶୋ’ର ରେଟିଂ ଭଲ ଥିବାରୁ ମେକର୍ସ ଏହାକୁ ଆହୁରି ବଢ଼ାଇବାକୁ ଚାହୁଁଥିଲେ। କିନ୍ତୁ ସଲ୍‌ମାନ୍‌ ଏଥିପାଇଁ ରାଜି ନୁହଁନ୍ତି। କାରଣ ସେ ଏବେ ନିଜ ଆଗାମୀ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲି’ର ପ୍ରି-ପ୍ରଡକ୍ଶନରେ ବ୍ୟସ୍ତ ରହୁଛନ୍ତି। ତେଣୁ ସେ ଆଉ ଏ ଶୋ’କୁ ହୋଷ୍ଟ କରିପାରିବେ ନାହିଁ। ତେବେ ଏହା ଜାଣିବା ପରେ ମେକର୍ସ ଶୋ’କୁ ଆଗକୁ ବଢ଼ାଇବା ପ୍ଲାନ୍‌ କ୍ୟାନ୍‌ସଲ୍‌ କରିଦେଇଛନ୍ତି।

salman-bigbossସୂଚନାଯୋଗ୍ୟ, ପୂର୍ବରୁ ଏହି ଶୋ’କୁ ୫ ସପ୍ତାହ ବଢ଼ାଯାଇସାରିଛି। ସେପ୍ଟେମ୍ବର ୨୯ରେ ୧୩ ଜଣ ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଶୋ’ର ଫିନାଲେ ପ୍ରଥମେ ଜାନୁଆରୀରେ ହେବାକୁ ଥିଲା। ହେଲେ ଏବେ ଏହା ଫେବୃଆରୀ ୧୫ରେ ହେବାର ସମ୍ଭାବନା ରହିଛି। ତେବେ ଏଥିସହ ଏହି ଶୋ’କୁ ୧୪୦ ଦିନ ହୋଇଯିବ, ଯାହାକୁ ପୂର୍ବ ସମସ୍ତ ସିଜିନ୍‌ରୁ ଢେର୍‌ ଅଧିକ ଦିନ ହେଇଯାଉଛି। ଏହାବ୍ୟତୀତ ଏହା ପ୍ରଥମ ସିଜିନ୍‌ ଯେଉଁଥିରେ ୧୨ଟି ୱାଇଲ୍ଡକାର୍ଡ଼ ଏଣ୍ଟ୍ରି ହୋଇସାରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe