Advertisment

ବାହା ହେବେ ବିଗ୍‌ ବସ୍‌ ଫେମ୍‌ ଅବଦୁ ରୋଜିକ, ସରିଲା ନିର୍ବନ୍ଧ

୨୦ ବର୍ଷ ବୟସ୍କ ତଥା ୩ଫୁଟ ଉଚ୍ଚ ଅବଦୁଙ୍କର କିନ୍ତୁ ଗୋଟିଏ ଦୁଃଖ ଥିଲା। ତାହା ହେଉଛି କମ୍‌ ଉଚ୍ଚତା ଯୋଗୁ ତାଙ୍କର କେହି ଗାର୍ଲଫ୍ରେଣ୍ଡ ନ ଥିଲେ। ମାତ୍ର ଏବେ ଅବଦୁ ରୋଜିକ୍‌ଙ୍କ ଖୁସି ବନ୍ଧବାଡ଼ ମାନୁନି।

abdu-rozik

abdu-rozik

Advertisment

ନିଜ କ୍ୟୁଟନେସ୍‌ ପାଇଁ ଖୁବ୍‌ ଲାଇମ୍‌ଲାଇଟ୍‌କୁ ଆସିଥିଲେ ବିଗ୍‌ ବସ୍‌-୧୬ ପ୍ରତିଯୋଗୀ ଅବଦୁ ରୋଜିକ୍‌। କମ୍‌ ଉଚ୍ଚତା ସହ ନିଜ ଚୁଲବୁଲ ସ୍ୱଭାବ ପାଇଁ ସେ ଭାଇଜାନଙ୍କର ବି ଖୁବ୍‌ ଖାସ୍‌ ଲୋକ ହୋଇ ପାରିଥିଲେ।

Advertisment

୨୦ ବର୍ଷ ବୟସ୍କ ତଥା ୩ଫୁଟ ଉଚ୍ଚ ଅବଦୁଙ୍କର କିନ୍ତୁ ଗୋଟିଏ ଦୁଃଖ ଥିଲା। ତାହା ହେଉଛି କମ୍‌ ଉଚ୍ଚତା ଯୋଗୁ ତାଙ୍କର କେହି ଗାର୍ଲଫ୍ରେଣ୍ଡ ନ ଥିଲେ। ମାତ୍ର ଏବେ ଅବଦୁ ରୋଜିକ୍‌ଙ୍କ ଖୁସି ବନ୍ଧବାଡ଼ ମାନୁନି। ତାଙ୍କୁ ମିଳି ଯାଇଛି ନିଜ ମନର ମାନସୀ । ସରିଛି ରିଙ୍ଗ ସେରିମନି ଏବେ କେବଳ ବିବାହକୁ ଅପେକ୍ଷା।

ଏନେଇ ଖୋଦ ଅବଦୁ ଘୋଷଣା କରି ସାରିଛନ୍ତି ।  ମାତ୍ର ଏହାକୁ କିଛି ସୋଶାଲ ମିଡିଆ ୟୁଜର୍ସ ସତ ବୋଲି ମାନୁ ନ ଥିଲେ। ଶେଷରେ ଅବଦୁ ରୋଜିକ ନିଜ ରିଙ୍ଗ ସେରିମନିର ଝଲକ ଫ୍ୟାନ୍ସଙ୍କ ସହ ଶେଆର କରିଛନ୍ତି। ବିବାହ ଫଟୋରେ ସେ ତାଙ୍କ ଭବିଷ୍ୟତର କନ୍ୟାର ଝଲକ ମଧ୍ୟ ଦେଖାଇଛନ୍ତି।

Advertisment

ସେ ନିଜ ସୋଶାଲ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଦୁଇଟି ଫଟୋ ଶେଆର କରିଛନ୍ତି। ଏକ ଫଟୋରେ ଅବଦୁ ପାରମ୍ପରିକ ପୋଷାକ ପିନ୍ଧି ନିଜ ଭାବି ପତ୍ନୀଙ୍କ ପାଖରେ ବସିଛନ୍ତି। ସେ ହାର୍ଟ ଆକୃତିର ଏକ ହୀରା ଆଙ୍ଗୁଠି ଧରିଥିବା ବେଳେ ତାହାକୁ ନିଜ ଭାବି ପତ୍ନୀଙ୍କୁ ପିନ୍ଧାଉଛନ୍ତି। ଅବଦୁଙ୍କ ଭାବିପତ୍ନୀ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ତାଙ୍କ ମୁହଁ କିନ୍ତୁ ଦୃଶ୍ୟମାନ ହେଉ ନ ଥିଲା। ତେବେ ଯେଉଁ ଯୁବତୀଙ୍କ ସହ ଅବଦୁ ବିବାହ କରିବାକୁ ଯାଉଛନ୍ତି ତାଙ୍କ ନାମ ଆମିରା ବୋଲି ଜଣାଯାଇଛି।

ତାଜିକିସ୍ତାନର ଏହି ଲୋକପ୍ରିୟ ଗାୟକଙ୍କର ଏପ୍ରିଲ ୨୪ରେ ଏନଗେଜମେଣ୍ଟ ହୋଇଥିଲା। କିନ୍ତୁ ସେ ଏହାକୁ ବର୍ତ୍ତମାନ ଶେଆର କରିଛନ୍ତି । ଏଥିସହ କ୍ୟାପସନ୍‌ରେ ଲେଖିଛନ୍ତି, ମୋତେ ବି କିଏ ଭଲ ପାଇବ, ମୋ’ ଜୀବନରେ ପ୍ରେମ ଭରିଦେବ ବୋଲି କେବେ ଆଶା କରି ନ ଥିଲି। ଏପରି ଜଣେ ଯୁବତୀକୁ ପାଇ ମୁଁ ନିଜକୁ ଖୁବ୍‌ ଭାଗ୍ୟବାନ ମନେ କରୁଛି। କାରଣ ମୋ’ ଜୀବନକୁ ଏମିତି ଜଣେ ଯୁବତୀ ଆସିଛନ୍ତି, ଯିଏ ମୋତେ ଭଲ ପାଇବା ସହ ସମ୍ମାନ ବି ଦେବେ । ଜୁଲାଇ ୭ ତାରିଖରେ ଆମେ ଦୁହେଁ ସବୁଦିନ ପାଇଁ ପରସ୍ପରର ହୋଇଯିବୁ।

୨୦ ବର୍ଷୀୟ ଅବଦୁ ୧୯ ବର୍ଷୀୟା ଅମୀରାଙ୍କଙ୍କୁ ନିଜ ଜୀବନରେ ପାଇବାକୁ ଏବେଠୁ ଦିନ ଗଣୁଛନ୍ତି। 

Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe