Advertisment

ରାତି ଅଧରେ ହୁକ୍କା ବାର୍‌ରେ ରେଡ; ମୁନାୱାର ଫାରୁକି ଅଟକ

ଟବାକୋରେ ନିକୋଟିନ ମିଶାଇ ସେବନ କରିବା ଅଭିଯୋଗରେ ଷ୍ଟାଣ୍ଡ ଅପ କମେଡିଆନ ତଥା ବିଗ ବସ ବିଜେତା ମୁନାୱାର ଫାରୁକି ଅଟକ । ପଚରାଉଚରା ପରେ ମୁନାୱାରଙ୍କୁ ନୋଟିସ ଦେଇ ଛାଡି ଦେଇଛି ମୁମ୍ବାଇ ପୁଲିସ ।

ଅଦ୍ୟତନ ହୋଇଛି
Munawar Faruqui

Munawar Faruqui

Advertisment

ଟବାକୋରେ ନିକୋଟିନ ମିଶାଇ ସେବନ କରିବା ଅଭିଯୋଗରେ ଷ୍ଟାଣ୍ଡ ଅପ କମେଡିଆନ ତଥା ବିଗ ବସ ବିଜେତା ମୁନାୱାର ଫାରୁକି ଅଟକ । ମୁମ୍ବାଇରେ ଏକ ହୁକ୍କା ବାର୍‌ରେ ରେଡ ବେଳେ ମୁନାୱାରଙ୍କ ସମେତ ୧୪ ଜଣଙ୍କୁ ଗତ ରାତିରେ ଅଟକ ରଖିଥିଲା ପୁଲିସ । ପଚରାଉଚରା ପରେ ମୁନାୱାରଙ୍କୁ ନୋଟିସ ଦେଇ ଛାଡି ଦେଇଛି ମୁମ୍ବାଇ ପୁଲିସ । ମାମଲାରେ ତଦନ୍ତ ଜାରି ରହିଛି ।

Advertisment

ଦକ୍ଷିଣ ମୁମ୍ବାଇର ଏକ ବାର୍‌ରେ ଗତ ରାତିରେ ପୁଲିସ ଚଢାଉ କରିଥିଲା । ସେଠାରେ ଟବାକୋ ସାମଗ୍ରୀରେ ନିକୋଟିନ ମିଶାଇ ଭିନ୍ନ ଉପାୟରେ ସେବନ ହେଉଥିବା ନେଇ ଖବର ମିଳିବା ପରେ ପୁଲିସ ଚଢାଉ କରିଥିଲା । ସେଠାରୁ ମୁନାୱାରଙ୍କ ସମେତ ୧୪ ଜଣଙ୍କୁ ଧରି ସେମାନଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲା । ମୁନାୱାରଙ୍କର ପଜିଟିଭି ରିପୋର୍ଟ ଆସିବା ପରେ ତାଙ୍କଠୁ କିଛି ଜୋରିମାନା ନେଇ ଛଡାଯାଇଛି।

ଗତ ରାତି ପ୍ରାୟ ସାଢେ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଚଢ଼ାଉ ଆଜି ଭୋର ୫ଟା ପର୍ଯ୍ୟନ୍ତ ଚାଲିଥିଲା। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ରିଆଲିଟି ସୋ ବିଗବସର ୧୭ ତମ ସିଜନରେ ମୁନୱାର ଫାରୁକି ବିଜୟୀ ହୋଇଥିଲେ । ପୂର୍ବରୁ ବିଗବସି ଓଟିଟି ବିଜେତା ଏଲଭିସ ଯାଦବ ମଧ୍ୟ ସାପ ବିଷରେ ନିଶା କରୁଥିବା ନେଇ ଅଭିଯୋଗ ହୋଇଥିଲା । ମାମଲାରେ ସେ ଗିରଫ ହୋଇଥିବା ବେଳେ ଏବେ ଜାମିନରେ ଅଛନ୍ତି ।

Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe