ମୁମ୍ବାଇ: ବିଜେପିର ଦିବଙ୍ଗତ ନେତା ପ୍ରମୋଦ ମହାଜନଙ୍କ ପୁଅ ତଥା ପୂର୍ବତନ ବିଗ୍ବସ୍ ପ୍ରତିଯୋଗୀ ରାହୁଲ୍ ମହାଜନ ତୃତୀୟ ଥର ବବାହ କରିଛନ୍ତି। ଦୁଇଥର ବିବାହ ବିଚ୍ଛେଦ ପରେ ସେ ପୁଣି ଥରେ ବିବାହବନ୍ଧନରେ ଆବଦ୍ଧ ହୋଇଛନ୍ତି। ୪୩ ବର୍ଷୀୟ ରାହୁଲ ନିଜଠାରୁ ୧୮ ବର୍ଷ ସାନ କାଜକୀସ୍ଥାନୀ ମଡେଲ୍ ନତାଲ୍ୟା ଇଲିନାଙ୍କ ହାତ ଧରିଛନ୍ତି। ଦୁହିଁଙ୍କ ଫଟୋ ଏବେ ଭାଇରାଲ୍ ହେଉଛି।
ସୂଚନା ମୁତାବକ ଦୁହେଁ ମାଲାବାର ସ୍ଥିତ ଏକ ମନ୍ଦିରରେ ଏମାନଙ୍କ ବିବାହ ଅନୁଷ୍ଠିତ ହୋଇଛି। ଏଥିରେ ରାହୁଲ୍ଙ୍କ ପରିବାର ସମେତ କିଛି ବନ୍ଧୁ ସାମିଲ୍ ହୋଇଥିଲେ।
ରାହୁଲ୍ଙ୍କ କହିବା ଅନୁଯାୟୀ ସେ ଆଉ ନାତାଲ୍ୟା ବର୍ଷେ ହେବ ପରସ୍ପର ସହ ପରିଚିତ। ସେମାନେ ପରସ୍ପରକୁ ଖୁବ୍ ଭଲ ଭାବେ ବୁଝନ୍ତି। ଆଉ ସେମାନଙ୍କ ମଧ୍ୟରେ ବୟସର ଏକ ଲମ୍ବା ବ୍ୟବଧାନ ଥାଇ ମଧ୍ୟ କିଛି ଫରକ ପଡ଼େ ନାହିଁ ବୋଲି ସେ କହିଛନ୍ତି।
ରାହୁଲ୍ ପ୍ରଥମେ ଶ୍ଵେତା ସିଂହଙ୍କୁ୨୦୦୬ରେବିବାହ କରିଥିଲେ। ୨ ବର୍ଷ ପରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ପୁଣି ୨୦୧୦ରେ ସେ ଡିମ୍ପି ଗାଙ୍ଗୁଲିଙ୍କୁ ଦ୍ୱିତୀୟ ବିବାହ କରିଥିଲେ।
ଖବର ଅନୁଯାୟୀ ବୈବାହିକ ଜୀବନରେ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହେବା ପରେ ଡିମ୍ପି ରାହୁଲ୍ଙ୍କ ଉପରେ ମାରପିଟ୍ ଅଭିଯୋଗ ଆଣିଥିଲେ। ଏହା ପରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା। ପରେ ଡିମ୍ପି ବ୍ୟବସାୟୀ ରୋହିତ୍ ରୟଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପିଲା ଓ ପରିବାର ସହ ସେ ଫ୍ରାନ୍ସରେ ରହୁଛନ୍ତି।