Advertisment

ଫଟୋ ଦେଖି ଫିଡ଼ିକି ଗଲେ ଇନ୍‌ଷ୍ଟାଗ୍ରାମ୍‌ ୟୁଜର୍ସ

ମୁମ୍ୱାଇ: ବିଗ୍‌ବସ୍‌-୧୨ର ପ୍ରତିଯୋଗୀ ତଥା ଟେଲିଭିଜନ ଅଭିନେତ୍ରୀ ସ୍ରିଷ୍ଟି ରୋଡେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ବୟଫ୍ରେଣ୍ଡ ମନୀଷ ଜଗଦେବଙ୍କ ସହିତ ତାଙ୍କର ବ୍ରେକଅପ୍‌ ହୋଇଛି। ବ୍ରେକ୍‌ଅପ୍‌ ପରେ ମନୀଷ ସେମାନଙ୍କ ସଂପର୍କକୁ ନେଇ ସୋଶାଲ ମିଡିଆରେ ଅନେକ ପୋଷ୍ଟ୍‌ କରିଥିଲେ। କିନ୍ତୁ ଏହାକୁ ନେଇ ସ୍ରିଷ୍ଟି କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ସ୍ରିଷ୍ଟି ଏବେ ଛୁଟି କାଟୁଛନ୍ତି। ତେବେ ଏକା ଏକା ଛୁଟି କାଟୁଥିବା ସତ୍ତ୍ୱେ ସେ ଖୁବ୍ ଖୁସି […]

author-image
Minati Mishra
ଅଦ୍ୟତନ ହୋଇଛି
ଫଟୋ ଦେଖି ଫିଡ଼ିକି ଗଲେ ଇନ୍‌ଷ୍ଟାଗ୍ରାମ୍‌ ୟୁଜର୍ସ

pic1

ମୁମ୍ୱାଇ: ବିଗ୍‌ବସ୍‌-୧୨ର ପ୍ରତିଯୋଗୀ ତଥା ଟେଲିଭିଜନ ଅଭିନେତ୍ରୀ ସ୍ରିଷ୍ଟି ରୋଡେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ବୟଫ୍ରେଣ୍ଡ ମନୀଷ ଜଗଦେବଙ୍କ ସହିତ ତାଙ୍କର ବ୍ରେକଅପ୍‌ ହୋଇଛି। ବ୍ରେକ୍‌ଅପ୍‌ ପରେ ମନୀଷ ସେମାନଙ୍କ ସଂପର୍କକୁ ନେଇ ସୋଶାଲ ମିଡିଆରେ ଅନେକ ପୋଷ୍ଟ୍‌ କରିଥିଲେ। କିନ୍ତୁ ଏହାକୁ ନେଇ ସ୍ରିଷ୍ଟି କୌଣସି ପ୍ରତିକ୍ରିୟା ଦେଇ ନଥିଲେ।

Advertisment

ସ୍ରିଷ୍ଟି ଏବେ ଛୁଟି କାଟୁଛନ୍ତି। ତେବେ ଏକା ଏକା ଛୁଟି କାଟୁଥିବା ସତ୍ତ୍ୱେ ସେ ଖୁବ୍ ଖୁସି ଥିବା ଜଣାପଡ଼ୁଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଥିବା ଫଟୋଗୁଡ଼ିକୁ ଦେଖିଲେ ଏହା ହିଁ ଅନୁଭବ ହେଉଛି। ଅନ୍ୟପକ୍ଷରେ ଏହି ଫଟୋ ଯୋଗୁ ତାଙ୍କୁ ନିନ୍ଦିତ ବି ହେବାକୁ ପଡ଼ିଛି।

View this post on Instagram

I love amusement parks as much as I hate sitting on the rides! Weird isn’t it 🤔 A day well spent in Tivoli!

A post shared by Srishty Rode (@srishtyrode24) on

Advertisment

ଉପରେ ଏ ଯେଉଁ ଫଟୋ ଆପଣମାନେ ଦେଖୁଛନ୍ତି, ତାକୁ ଇନ୍‌ଷ୍ଟାଗ୍ରାମ୍ ୟୁଜର୍ସ ଆଦୌ ପସନ୍ଦ କରି ନାହାନ୍ତି। ଏହି ଫଟୋରେ ସ୍ରିଷ୍ଟି ଲାଲ୍‌ ରଙ୍ଗର ଟପ୍‌ ସହିତ ଜିନ୍ସ ପିନ୍ଧିଛନ୍ତି। କିନ୍ତୁ ଜିନ୍ସଟି ଫଟା। ଆଉ ଏହି ଫଟା ଜିନ୍ସକୁ ଦେଖି ୟୁଜର୍ସ ଫିଡ଼ିକି ଯାଇଛନ୍ତି ଓ ତାଙ୍କୁ ଟ୍ରୋଲ୍ କରିଛନ୍ତି।

‘ଅତି ଖରାପ ଡ୍ରେସିଂ ସେନ୍ସ’ ଓ ‘ଏୟାର କଣ୍ଡିସନ୍‌ ଜିନ୍ସ’ ଆଦି ଲେଖି ଲୋକେ ତାଙ୍କୁ ଟ୍ରୋଲ୍ କରିଛନ୍ତି। ଜଣେ ଲେଖିଛନ୍ତି, ‘ଛୋଟ ଡ୍ରେସ୍‌ ପିନ୍ଧି ପାରିଥାନ୍ତ ଭଉଣୀ, ଏହି ଜିନ୍ସ ଟିକେ ବେଶି ଫାଟିଛି।’

ସେହିପରି ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, ‘ଜିନ୍ସ ଉପରେ କୁକୁରମାନେ ଆକ୍ରମଣ କରିଦେଲେ କି?’ ଆଉ କିଛି ୟୁଜର ତାଙ୍କୁ କପଡ଼ା ଦେବେ ବୋଲି ଲେଖି ଟ୍ରୋଲ୍ କରିଛନ୍ତି। ତେବେ ଏ ନେଇ ସ୍ରିଷ୍ଟି କିଛି ପ୍ରତିକ୍ରିୟା ଦେଇ ନାହାନ୍ତି।

publive-image

ସୂଚନାଯୋଗ୍ୟ, ବିଗବସ୍‌-୧୨ ହାଉସ୍‌ରେ ରୋହିତ ସୁଚାନ୍ତୀଙ୍କ ସହିତ ସ୍ରିଷ୍ଟିଙ୍କ ବନ୍ଧୁତା ହୋଇଥିବା ବେଳେ ଏବେ ଧୀରେ ଧୀରେ ପରସ୍ପରଙ୍କ ନିକଟତର ହେଉଛନ୍ତି। ଏଥିଯୋଗୁ ମନୀଷ ଜଗଦେବଙ୍କ ସହିତ ସ୍ରିଷ୍ଟିଙ୍କର ବ୍ରେକଅପ୍‌ ହୋଇଥିବା ଚର୍ଚ୍ଚା ହୋଇଥିଲା। ବିଗବସ୍‌ରୁ ଆସିବା ପରେ ସ୍ରିଷ୍ଟି ଓ ରୋହିତଙ୍କୁ ବିଭିନ୍ନ ପାର୍ଟିରେ ଏକାଠି ଦେଖିବାକୁ ମିଳିଥିଲା। ଏସବୁର ଫଟୋ ନିଜେ ରୋହିତ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରିଥିଲେ।