ମୁମ୍ବାଇ: ବଲିଉଡ୍ର ଜଣାଶୁଣା ନିର୍ଦ୍ଦେଶକ ଅଭିଷେକ କପୁର ନିଜ ଆଗାମୀ ଫିଲ୍ମର ଘୋଷଣା କରିଦେଇଛନ୍ତି। ସେ ଫିଲ୍ମର ମୁଖ୍ୟ କଳାକାରଙ୍କ ସହ ଫଟୋ ଶେଆର୍ କରି ଆଗାମୀ ଫିଲ୍ମ'ଚଣ୍ଡିଗଡ଼ କରେ ଆଶିକୀ'ର ଘୋଷଣା କରିଛନ୍ତି। ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା ଏବଂ ବାଣୀ କପୁର ମୁଖ୍ୟ ଭୂମିକାରେ ଅଛନ୍ତି। ସୂଚନା ଅନୁଯାୟୀ ଏହି ଫିଲ୍ମଟି ପ୍ରଥମେ ସୁଶାନ୍ତ ସିଂ ରାଜପୁତ କରିବାର ଥିଲା ହେଲେ ତାଙ୍କ ମୃତ୍ୟୁ ପରେ ବର୍ତ୍ତମାନ ଆୟୁଷ୍ମାନ ଖୁରାନା ସେହି ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି।
View this post on Instagram
ଏହି ଫିଲ୍ମ ସହ ଜଡ଼ିତ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସୁଛି ଯେ ‘ବିଗ୍ ବସ୍ 8’ ର ବିଜେତା ଗୌତମ ଗୁଲାଟିଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଫିଲ୍ମରେ ଗୌତମଙ୍କୁ ଆୟୁଷ୍ମାନଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯାଇଛି। ସୂଚନା ଅନୁଯାୟୀ ଆୟୁଷ୍ମାନ ଏବଂ ବାଣୀଙ୍କ ପରେ ଗୌତମ ଗୁଲାଟି ଏହି ଫିଲ୍ମର ତୃତୀୟ ମୁଖ୍ୟ ଚରିତ୍ର। ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି।
View this post on Instagram
ସୂଚନାଯୋଗ୍ୟ, ଗୌତମ ଗୁଲାଟି ଆଜିକାଲି ‘ସଲ୍ମାନ ଖାନ୍’ଙ୍କ ଆଗାମୀ ଫିଲ୍ମ ‘ରାଧେ- ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ର ବହୁତ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଦିଶା ପାଟନୀ ଏବଂ ଜ୍ୟାକି ଶ୍ରଫଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।