Advertisment

ବିହାରକୁ ସହଯୋଗର ହାତ ବଢ଼ାଇଲେ ବିଗ୍‌ ବି

ମୁମ୍ୱାଇ: ବନ୍ୟା ଯୋଗୁଁ ବିହାରର ସ୍ଥିତି ବେହାଲ୍ ହୋଇଯାଇଛି। ଏଭଳି ସ୍ଥିତିରେ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ହାତ ବଢ଼ାଇଛନ୍ତି। ଆଉ ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ। ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅମିତାଭ ଲେଖିଥିବା ଚିଠି ସହିତ ୫୧ ଲକ୍ଷ ଟଙ୍କାର ଚେକ୍‌କୁ ତାଙ୍କ ପ୍ରତିନିଧି ବିଜୟନାଥ ମିଶ୍ରା ବୁଧବାର […]

ବିହାରକୁ ସହଯୋଗର ହାତ ବଢ଼ାଇଲେ ବିଗ୍‌ ବି

bbbb

Advertisment

ମୁମ୍ୱାଇ: ବନ୍ୟା ଯୋଗୁଁ ବିହାରର ସ୍ଥିତି ବେହାଲ୍ ହୋଇଯାଇଛି। ଏଭଳି ସ୍ଥିତିରେ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ହାତ ବଢ଼ାଇଛନ୍ତି। ଆଉ ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ। ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅମିତାଭ ଲେଖିଥିବା ଚିଠି ସହିତ ୫୧ ଲକ୍ଷ ଟଙ୍କାର ଚେକ୍‌କୁ ତାଙ୍କ ପ୍ରତିନିଧି ବିଜୟନାଥ ମିଶ୍ରା ବୁଧବାର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କୁ ଦେଇଛନ୍ତି। ବିଗ୍‌ ବି’ଙ୍କ ଚେକ୍‌ ପାଇବା ପରେ ଉପ-ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହାର ଫଟୋ ପୋଷ୍ଟ କରିଛନ୍ତି।

ଏହି ଫଟୋ ପୋଷ୍ଟ୍‌ କରି ଉପ-ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “ବିହାର ବନ୍ୟା ବିପନ୍ନଙ୍କୁ ସହଯୋଗର ହାତ ବଢ଼ାଇ ସୁପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୧ ଲକ୍ଷ ଟଙ୍କା ଦେଇଛନ୍ତି।”

Advertisment

https://twitter.com/SushilModi/status/1181887125391757312

ବିଗ୍‌ ବି ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସମ୍ବେଦନା ଓ ସହାନୁଭୂତି ପ୍ରକାଶ କରିଛନ୍ତି।  ସେ ଆହୁରି ଲେଖିଛନ୍ତି, ”ବନ୍ୟା କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ମୋର ଛୋଟ ହାତ ବଢ଼ାଇଛି। ଏପିରିକି ମୋର ଟିଭି ଶୋ’ ‘କୌନ ବନେଗା କରୋଡପତି’ରେ ଦର୍ଶକଙ୍କୁ ବିହାରର ବନ୍ୟା କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିବି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe