Advertisment

ମ୍ୟାନେଜର୍ ଦିଶାଙ୍କ ପରିବାରକୁ ପଚରାଉଚରା କରିବ ବିହାର ପୁଲିସ୍

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପୁଣି ଆସିଲା ଏକ ନୂଆ ଟ୍ୱିଷ୍ଟ। ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର୍ ଦିଶା ସାଲିଆନଙ୍କ ପରିବାରକୁ ହୋଇପାରେ ପଚରାଉଚରା। ବିହାର ପୁଲିସ୍ ଟିମ୍ ଦିଶାଙ୍କ ପରିବାର ସହ କଥା ହୋଇପାରେ। ଏନେଇ ବିହାର ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ମୁମ୍ବାଇ ଯାଇଥିବା ବିହାର ପୁଲିସ୍‌ ଟିମ୍ ଖୁବ୍‌ଶୀଘ୍ର ଦିଶାଙ୍କ ପରିବାରଲୋକଙ୍କ ସହ ଯୋଗାଯୋଗ କରିବ ଓ ସେମାନଙ୍କୁ ପଚରାଉଚରା କରିବ। ପରେ ଦିଶାଙ୍କ ମୃତ୍ୟୁ ସହ ସୁଶାନ୍ତଙ୍କ ମୃତ୍ୟୁର […]

ମ୍ୟାନେଜର୍ ଦିଶାଙ୍କ ପରିବାରକୁ ପଚରାଉଚରା କରିବ ବିହାର ପୁଲିସ୍

sushant

Advertisment

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପୁଣି ଆସିଲା ଏକ ନୂଆ ଟ୍ୱିଷ୍ଟ। ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର୍ ଦିଶା ସାଲିଆନଙ୍କ ପରିବାରକୁ ହୋଇପାରେ ପଚରାଉଚରା। ବିହାର ପୁଲିସ୍ ଟିମ୍ ଦିଶାଙ୍କ ପରିବାର ସହ କଥା ହୋଇପାରେ। ଏନେଇ ବିହାର ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Advertisment

ମୁମ୍ବାଇ ଯାଇଥିବା ବିହାର ପୁଲିସ୍‌ ଟିମ୍ ଖୁବ୍‌ଶୀଘ୍ର ଦିଶାଙ୍କ ପରିବାରଲୋକଙ୍କ ସହ ଯୋଗାଯୋଗ କରିବ ଓ ସେମାନଙ୍କୁ ପଚରାଉଚରା କରିବ। ପରେ ଦିଶାଙ୍କ ମୃତ୍ୟୁ ସହ ସୁଶାନ୍ତଙ୍କ ମୃତ୍ୟୁର କିଛି ଲିଙ୍କ୍ ରହିଛି କି ନାହିଁ ସେ ନେଇ ମଧ୍ୟ ଖୋଲତାଡ଼ ହେବା  ଦିଶା ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର୍ ଥିଲୋ ସୁଶାନ୍ତଙ୍କ ମୃତ୍ୟୁର ଠିକ୍ ୭ ଦିନ ପୂର୍ବରୁ ଅର୍ଥାତ ଜୁନ୍ ୮ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା। ପୁଲିସ୍ ରିପୋର୍ଟ ଅନୁଯାୟୀ ସେ ୪ ମହଲା ଘର ଉପରୁ ଡେଇଁ ସେ ଆମହତ୍ୟା କରିଥିଲେ।

publive-imageପ୍ରଥମ ଥର ପାଇଁ ବିହାର ପୁଲିସ୍ ଏହି ଦିଗରେ ତଦନ୍ତ କରିବା ସେପଟେ ସୁଶାନ୍ତ ବିଗତ କିଛି ବର୍ଷରେ ବ୍ୟବହାର କରିଥିବା ମୋବାଇଲ୍ ସିମ୍ କାର୍ଡ଼ ନେଇ ବି ଯାଞ୍ଚ ଆରମ୍ଭ ହୋଇଛି। ତେବେ ଏଥିରୁ ଜଣାପଡ଼ିଛି ଯେ ସେ ନିଜ ନାଁରେ ଗୋଟିଏ ବି ସିମ୍ ସୁଶାନ୍ତ ଆଣି ନାହାନ୍ତିା ନିକଟରେ ସେ ବ୍ୟବହାର କରୁଥିବା ସିମ୍ ବନ୍ଧୁ ସିଦ୍ଧାର୍ଥ ପଠାନୀଙ୍କ ବୋଲି ବିହାର ପୋଲିସ୍ ଜାଣିବାକୁ ପାଇଛିା ତେବେ ଏନେଇ ବି ତଦନ୍ତ ଆରମ୍ଭ ହୋଇଯାଇଛି।

Advertisment

ଅନ୍ୟପଟେ ଗତ ୫ ଦିନ ପରେ ବି ବିହାର ପୁଲିସ୍ ଟିମ୍‌କୁ ଆବଶ୍ୟକ କାଗଜପତ୍ର ଦିଆଯାଇନି। ମାମଲା ସମ୍ପର୍କିତ ବିଭିନ୍ନ ଦସ୍ତାବିଜ ଏବେ ଯାଏ ବିହାର ପୋଲିସ୍ ଟିମ୍‌କୁ ହସ୍ତାନ୍ତର କରାଯାଇନିା ଏପରିକି ସୁଶାନ୍ତଙ୍କ ମୃତ୍ୟଦେହ ବ୍ୟବଚ୍ଛେଦ ରିପୋର୍ଟ ବି ଦିଆଯାଇନି ବୋଲି ବିହାର ଡିଜିପି କହିଛନ୍ତିା ଯାହା ପରେ ମୁମ୍ବାଇ ପୋଲିସ୍‌ର ଭୂମିକାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe