Advertisment

ସୁଶାନ୍ତ ମୃତ୍ୟୁ ମାମଲା: ଫେକ୍ ଭିଡିଓ ପୋଷ୍ଟ କରି ୧୫ଲକ୍ଷ ଆୟ କଲେ ୟୁଟ୍ୟୁବର୍

ମୁମ୍ବାଇ: ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ଏବେ ବି ସିବିଆଇ ତଦନ୍ତ ଜାରି ରହିଛି। ଏହା ମଧ୍ୟରେ ବିହାରର ଜଣେ ୟୁଟ୍ୟୁବରଙ୍କ ବିରୋଧରେ ସୁଶାନ୍ତ ମୃତ୍ୟୁ ମାମଲାରେ ମନଗଢ଼ା କାହାଣୀ ପୋଷ୍ଟ କରିବାର ଅଭିଯୋଗ ଆସିଛି। ତଦନ୍ତରୁ ଜଣାପଡ଼ିଛି ଯେ ଏହି ବ୍ୟକ୍ତିଜଣକ ୪ ମାସ ଭିତରେ ଏଭଳି ଭିଡିଓ ସବୁ ଅପଲୋଡ୍‌ କରି ପାଖାପାଖି ୧୫ ଲକ୍ଷ ଟଙ୍କା ଆୟ କରିଛନ୍ତି।   View this post on Instagram […]

ଅଦ୍ୟତନ ହୋଇଛି
ଜୁନ୍‌ ୧୩ ରାତିରେ ସୁଶାନ୍ତଙ୍କ ଘରେ ଘଟିଥିବା ଘଟଣାରେ ଆଶ୍ଚର୍ଯ୍ୟ ହୋଇଥିଲେ ପଡ଼ୋଶୀ

sushant singh

Advertisment

ମୁମ୍ବାଇ: ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ଏବେ ବି ସିବିଆଇ ତଦନ୍ତ ଜାରି ରହିଛି। ଏହା ମଧ୍ୟରେ ବିହାରର ଜଣେ ୟୁଟ୍ୟୁବରଙ୍କ ବିରୋଧରେ ସୁଶାନ୍ତ ମୃତ୍ୟୁ ମାମଲାରେ ମନଗଢ଼ା କାହାଣୀ ପୋଷ୍ଟ କରିବାର ଅଭିଯୋଗ ଆସିଛି। ତଦନ୍ତରୁ ଜଣାପଡ଼ିଛି ଯେ ଏହି ବ୍ୟକ୍ତିଜଣକ ୪ ମାସ ଭିତରେ ଏଭଳି ଭିଡିଓ ସବୁ ଅପଲୋଡ୍‌ କରି ପାଖାପାଖି ୧୫ ଲକ୍ଷ ଟଙ୍କା ଆୟ କରିଛନ୍ତି।

Advertisment

ସୂଚନା ମୁତାବକ ଏହି ଅଭିଯୁକ୍ତ ଜଣକ ବିହାରର ଜଣେ ଇଞ୍ଜିନିୟର। ତାଙ୍କର ‘FF News’ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ୍ ରହିଛି। ଏହା ବିରୋଧରେ ମାନହାନି, ଜନସାଧାରଣଙ୍କୁ ବାଟବଣା କରିବା ଓ ଜାଣିଶୁଣି କାହାର ଅପମାନ କରିବା ଭଳି ଅଭିଯୋଗ ସବୁ ହୋଇଛି।

Advertisment

କେବଳ ସୁଶାନ୍ତ ନୁହେଁ, ଏହି ଚ୍ୟାନେଲ୍‌ରେ ଆଦିତ୍ୟ ଠାକରେ, ଅକ୍ଷୟ କୁମାର ଓ ମୁମ୍ବାଇ ପୁଲିସ୍ ବିରୋଧରେ ମଧ୍ୟ ବହୁ ଭିଡିଓ ପୋଷ୍ଟ ହୋଇଥିଲା। ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଅଭିଯୁକ୍ତଙ୍କ ଚ୍ୟାନେଲ୍‌ର ୨ ଲକ୍ଷ ସବସ୍କ୍ରାଇବର୍‌ ଥିଲେ, ଯାହାକି ସୁଶାନ୍ତଙ୍କ ଭିଡିଓ ସବୁ ପୋଷ୍ଟ କରିବା ପରେ ୩.୭୦ ଲକ୍ଷରେ ପହଞ୍ଚିଗଲା।

କେବଳ ବିହାରର ଏହି ଇଞ୍ଜିନିୟର ନୁହଁ, ଜଣେ ବରିଷ୍ଠ ଆଇପିଏସ୍ ଅଫିସରଙ୍କ କହିବା ଅନୁୟାୟୀ, ସୁଶାନ୍ତଙ୍କ ମୃତ୍ୟୁକୁ କିଛି ଲୋକ ଟଙ୍କା ରୋଜଗାର କରିବାର ଏକ ସୁଯୋଗରେ ପରିଣତ କରିଦେଲେ। କାରଣ ଜନସାଧାରଣ ଏଥିରେ ବହୁ ରୁଚି ରଖୁଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe