Advertisment

ଆସିବ ମନୋହର ପାରିକରଙ୍କ ବାୟୋପିକ୍‌

ମୁମ୍ବାଇ: ବଲିଉଡ୍‌ରେ ଏବେ ଚାଲିଛି ବାୟୋପିକ ଟ୍ରେଣ୍ଡ୍। ବିଶେଷ କରି ରାଜନେତା ଓ ଖେଳାଳି ଜୀବନ ଉପରେ ଆଧାରିତ ଫିଲ୍ମଗୁଡ଼ିକ ଅଧିକ ଚାଲୁଛି। ଆଉ ମିଳିଥିବା ସୂଚନା ଅନୁଯାୟୀ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଉପରେ ଏକ ଫିଲ୍ମ ତିଆରି ହେବ। ଗୋ ଗୋଆ ବଲିଉଡ୍‌ ପ୍ରଡକ୍ସନ୍ ମନୋହର ପାରିକରଙ୍କ ପୁଅ ଉତ୍ପଲଙ୍କ ସହ କଥା ହେବା ପରେ ତାଙ୍କ ବାୟୋପିକ ତିଆରି କରିବା ପାଇଁ ରାଇଟ୍ସ ମଧ୍ୟ […]

ଅଦ୍ୟତନ ହୋଇଛି
ଆସିବ ମନୋହର ପାରିକରଙ୍କ ବାୟୋପିକ୍‌

man

Advertisment

ମୁମ୍ବାଇ: ବଲିଉଡ୍‌ରେ ଏବେ ଚାଲିଛି ବାୟୋପିକ ଟ୍ରେଣ୍ଡ୍। ବିଶେଷ କରି ରାଜନେତା ଓ ଖେଳାଳି ଜୀବନ ଉପରେ ଆଧାରିତ ଫିଲ୍ମଗୁଡ଼ିକ ଅଧିକ ଚାଲୁଛି। ଆଉ ମିଳିଥିବା ସୂଚନା ଅନୁଯାୟୀ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଉପରେ ଏକ ଫିଲ୍ମ ତିଆରି ହେବ। ଗୋ ଗୋଆ ବଲିଉଡ୍‌ ପ୍ରଡକ୍ସନ୍ ମନୋହର ପାରିକରଙ୍କ ପୁଅ ଉତ୍ପଲଙ୍କ ସହ କଥା ହେବା ପରେ ତାଙ୍କ ବାୟୋପିକ ତିଆରି କରିବା ପାଇଁ ରାଇଟ୍ସ ମଧ୍ୟ କିଣି ଦେଇଛି।  ଆସନ୍ତା ବର୍ଷ ଡିସେମ୍ବର୧୩ ତାରିଖରେ ସ୍ୱର୍ଗତ ପାରିକରଙ୍କ ଜନ୍ମଦିନରେ ଏହି ଫିଲ୍ମଟି ରିଲିଜ୍‌ ହେବାର ଯୋଜନା ରହିଛି। ଏହାକୁ ଉଭୟ ହିନ୍ଦୀ ଓ କୋଙ୍କଣି ଭାଷାରେ ରିଲିଜ୍‌ କରାଯିବ। ହେଲେ ଏପର୍ଯ୍ୟନ୍ତ ଫିଲ୍ମରେ କିଏ ଅଭିନୟ କରିବ ଓ କିଏ ଏହାର ନିର୍ଦ୍ଦେଶନା ଦେବେ ସେ ବିଷୟରେ କିଛି ସୂଚନା ମିଳିନାହିଁ।

Advertisment

publive-image ପ୍ରଯୋଜକ ସ୍ୱପ୍‌ନିଲ୍ ଶେତକର୍‌ କହିଛନ୍ତି, “ଏହି ଫିଲ୍ମରେ ପାରିକରଙ୍କ ସମସ୍ତ ଅନୁଭୂତି ଓ ତାଙ୍କ ସହ ଜଡ଼ିତ ସମସ୍ତ ବିବାଦ ବିଷୟରେ ଦେଖିବାକୁ ମିଳିବ। ୨୦୦୦ମସିହାରେ ସେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହେବା ପୂର୍ବର କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଗୁଡ଼ିକୁ କାହାଣୀରେ ସାମିଲ୍‌ କରାଯିବ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe