Advertisment

କଶ୍ମୀରର ଶେଷ ହିନ୍ଦୁ ରାଣୀଙ୍କୁ ନେଇ ହେବ ଫିଲ୍ମ

ମମ୍ବାଇ: ବଡ଼ ପରଦାରେ ଦେଖିବାକୁ ମିଳିବ କଶ୍ମୀରରେ ଶାସନ କରିଥିବା ଶେଷ ହିନ୍ଦୁ ରାଣୀଙ୍କ କାହାଣୀ। ତାଙ୍କ ନାଁ ଥିଲା ‘କୋଟା ରାଣୀ’। ୧୪ଶ ଶତାବ୍ଦୀର ଏହି ରାଣୀ କୁଆଡ଼େ ଦେଖିବାକୁ ଭାରି ସୁନ୍ଦରୀ ଥିଲେ। ତା’ସହିତ ସେ ଜଣେ ଭାରି ଦକ୍ଷ ପ୍ରଶାସକ ଥିଲେ। ରଣକୌଶଳ ପ୍ରସ୍ତୁତ କରିବାରେ ବି ସେ ଥିଲେ ମାହିର। ଆଉ ଏଭଳି ଜଣେ ରାଣୀଙ୍କ କାହାଣୀକୁ ବଡ଼ ପରଦାରେ ପ୍ରଦର୍ଶିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ୍ ଓ ଫାଣ୍ଟୋମ୍ […]

କଶ୍ମୀରର ଶେଷ ହିନ୍ଦୁ ରାଣୀଙ୍କୁ ନେଇ ହେବ ଫିଲ୍ମ

qu-1

Advertisment

ମମ୍ବାଇ: ବଡ଼ ପରଦାରେ ଦେଖିବାକୁ ମିଳିବ କଶ୍ମୀରରେ ଶାସନ କରିଥିବା ଶେଷ ହିନ୍ଦୁ ରାଣୀଙ୍କ କାହାଣୀ। ତାଙ୍କ ନାଁ ଥିଲା ‘କୋଟା ରାଣୀ’। ୧୪ଶ ଶତାବ୍ଦୀର ଏହି ରାଣୀ କୁଆଡ଼େ ଦେଖିବାକୁ ଭାରି ସୁନ୍ଦରୀ ଥିଲେ। ତା’ସହିତ ସେ ଜଣେ ଭାରି ଦକ୍ଷ ପ୍ରଶାସକ ଥିଲେ। ରଣକୌଶଳ ପ୍ରସ୍ତୁତ କରିବାରେ ବି ସେ ଥିଲେ ମାହିର। ଆଉ ଏଭଳି ଜଣେ ରାଣୀଙ୍କ କାହାଣୀକୁ ବଡ଼ ପରଦାରେ ପ୍ରଦର୍ଶିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ୍ ଓ ଫାଣ୍ଟୋମ୍ ଫିଲ୍ମସ୍‌। ମିଳିତ ଭାବେ ଏ ଦୁଇ ସଂସ୍ଥା ଏ ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେବେ।

Advertisment

publive-imageପ୍ରଯୋଜକ ତଥା ଫାଣ୍ଟୋମ୍ ଫିଲ୍ମସ୍‌ର ଅନ୍ୟତମ ସଦସ୍ୟ ମଧୁ ମଣ୍ଟେନା କହିଛନ୍ତି,“ଆଶ୍ଚର୍ଯ୍ୟର କଥା ହେଉଛି, କଶ୍ମୀରରେ ଶାସନ କରିଥିବା ଶେଷ ହିନ୍ଦୁ ରାଣୀଙ୍କ ସମ୍ପର୍କରେ ପ୍ରାୟ ଭାରତୀୟଙ୍କୁ ଜଣାନାହିଁ। କୋଟା ରାଣୀଙ୍କୁ ଇଜିପ୍ଟର କ୍ଲିଓପାଟ୍ରା କିମ୍ବା ଦିଲ୍ଲୀର ରଜିଆ ସୁଲ୍‌ତାନାଙ୍କ ସହ ତୁଳନା କଲେ ଆଦୌ ଭୁଲ୍‌ ହେବ ନାହିଁ। ଏବେ କଶ୍ମୀରରେ ଯେଉଁ ସବୁ ଜିନିଷ ଦେଖୁଛନ୍ତି, ତା’ର କିଛି ନା କିଛି ସଂପର୍କ କୋଟା ରାଣୀଙ୍କ ସହ ରହିଛି।”

ସେ କହିଛନ୍ତି,‘କୋଟା ରାଣୀଙ୍କ ଜୀବନ ବହୁତ ରୋଚକପୂର୍ଣ୍ଣ। ବୋଧହୁଏ ସେ ଥିଲେ ଭାରତର ଅନ୍ୟତମ ଦକ୍ଷ ମହିଳା ଶାସକ। ତେଣୁ ତାଙ୍କ ବିଷୟରେ କିଛି ନ ଜାଣିବା ଏକ ଲଜ୍ଜାଜନକ ବିଷୟ। ତାଙ୍କ ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ଆମେ ଏ ବାୟୋପିକ୍‌ କରୁଛୁ।’

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe